ଇଣ୍ଡିଆ ବନାମ ନ୍ୟୁଜିଲ୍ୟାଣ୍ଡ ତୃତୀୟ ODI
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜର ଶେଷ ତଥା ତୃତୀୟ ମ୍ୟାଚ୍ ଖେଳିବାକୁ ଆଜି ଖ୍ରୀଷ୍ଟଚର୍ଚ୍ଚ ପଡ଼ିଆକୁ ଓହ୍ଲାଇଛନ୍ତି। ଭାରତ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ୱାଶିଂଟନ୍ ସୁନ୍ଦର ଏବଂ ଆୟରଙ୍କ ଇନିଂସ ଆଧାରରେ ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ ଭାରତ ୨୨୯ ରନ୍ ଧାର୍ଯ୍ୟ କରିଛି। ୱାଶିଂଟନ୍ ସୁନ୍ଦର ସର୍ବାଧିକ ୫୧ ରନ୍ କରିଥିବାବେଳେ ଶ୍ରେୟସ୍ ଆୟର ୪୯ ରନ୍ କରିଛନ୍ତି। ଆଜି ମଧ୍ୟ ବର୍ଷା ଯୋଗୁ ମ୍ୟାଚ୍ ୧୦ ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଛି। ତେଣୁ ନ୍ୟୁଜିଲ୍ୟାଣ୍ଡ ଅପେକ୍ଷା ଭାରତ ପାଇଁ ଆଜିର ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ।
ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆର ଏହି ମ୍ୟାଚରେ ଭଲ ଆରମ୍ଭ ହୋଇନଥିଲା ଏବଂ ଗିଲ୍ ମାତ୍ର ୧୩ ରନ୍ ସ୍କୋର କରି ଆଉଟ୍ ହୋଇଥିଲେ । ସିରିଜ୍କୁ ବାରବର କରିବା ପାଇଁ ଟିମ ଇଣ୍ଡିଆକୁ ଆଜିର ମ୍ୟାଚ୍ ଯେମିତି ହେଲେ ଜିତିବାକୁ ପଡ଼ିବ। ବର୍ଷା ଯୋଗୁ ମ୍ୟାଚ୍ ଯଦି ବାତିଲ ହୋଇଯିବ, ନ୍ୟୁଜିଲ୍ୟାଣ୍ଡ ଟିମ୍ ୧-୦ରେ ସିରିଜ୍ କବଜା କରିନେବ।
ଶ୍ରେୟସ ଆୟର ୪୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଶିଖର ଧଓ୍ଵନ ୨୮ ରନ୍, ଶୁଭମନ ଗିଲ ୧୩,ପନ୍ତ ୧୦, ସୂର୍ଯ୍ୟକୁମାର ୬ ରନ, ଦୀପକ ହୁଡ୍ଡା ୧୨ରନ, ଦୀପକ ଚହର ୧୨,ଚହଲ୮, ଅର୍ଶଦୀପ ୯ ରନ୍ ଅଲଆଉଟ ହୋଇଥିଲେ। ସେହିପରି ନ୍ୟୁଜିଲାଣ୍ଡ ପକ୍ଷରୁ ଆଡମ ମିଲନେ ୩ଟି, ମିଚେଲ ୩ଟି, ଟିମ ସାଉଦୀ ୨ଟି, ହେନେରୀ ଏବଂ ସାଣ୍ଟନର ୧ଟି ଲେଖାଏଁ ଓ୍ଵିକେଟ ନେଇଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।