News 18 Odia Digital
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ODI ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତା କାଲି ହାମିଲଟନର ସିଡନ୍ ପାର୍କରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ସକାଳ ୭ଟାରୁ ଆରମ୍ଭ ହେବ। ଏହି ମ୍ୟାଚ୍ ଜିତି ନ୍ୟୁଜିଲ୍ୟାଣ୍ଡ ଏହି ସିରିଜ୍ କବଜା କରିବାକୁ ଚାହୁଁଥିବାବେଳେ ଭାରତ ପାଇଁ ଏହା ଏକ ଚ୍ୟାଲେଞ୍ଜ ହୋଇପାରେ। ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ପରାସ୍ତ କରିଥିଲା।
ପ୍ରଥମ ODI ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୦୭ ରନ୍ ଲକ୍ଷ୍ୟ ରଖିଥିଲା। ଏହା ପରେ, ଟମ ଲାଥାମଙ୍କ ଶତକ ଏବଂ କେନ ୱିଲିୟମସନଙ୍କ ୯୪ ରନର ଇନିଂସ ଯୋଗୁଁ କିୱି ଦଳ ସହଜରେ ମ୍ୟାଚ ଜିତିଥିଲା। ଏହି ମ୍ୟାଚ୍ରେ ଶ୍ରେୟସ୍ ଆୟର ଭାରତ ପାଇଁ ୮୦ ରନ୍ କରିଥିଲେ, ଏହା ବ୍ୟତୀତ ଶିଖର ଧାୱନ ଏବଂ ଶୁଭମାନ ଗିଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ।
IND ବନାମ NZ ୨ୟ ODI ଲାଇଭ୍ ଷ୍ଟ୍ରିମିଂ: ମ୍ୟାଚ୍ ର ଲାଇଭ୍ ଟେଲିକାଷ୍ଟ କେଉଁଠାରେ ଦେଖିବେ?ଡିଡି ସ୍ପୋର୍ଟସ ଚ୍ୟାନେଲରେ ଆପଣ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚକୁ ମାଗଣାରେ ଦେଖିପାରିବେ।
IND ବନାମ NZ ୨ୟ ODI: ଅନ୍ଲାଇନ୍ ରେ ସମ୍ପୂର୍ଣ୍ଣ ମ୍ୟାଚ୍ କିପରି ଦେଖିବେ?ଆପଣ ଆମାଜନ ପ୍ରାଇମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ ଲାଇଭ୍ ଦେଖିପାରିବେ।
ଟିମ୍ ଇଣ୍ଡିଆ:ଶିଖର ଧାୱନ (କ୍ୟାପଟେନ), ଶୁଭମାନ ଗିଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଦୀପକ ହୁଡା, ୱାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ଋଷଭ ପନ୍ତ, ସଞ୍ଜୁ ସାମସନ, ଶାର୍ଦ୍ଦଲ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଦୀପକ ଚକ, ମଲିକ୍, କୁଲଦୀପ ସେନ୍।
ଟିମ୍ ନ୍ୟୁଜିଲ୍ୟାଣ୍ଡ: କେନ୍ ୱିଲିୟମ୍ସନ୍ (ଗ), ମାଇକେଲ୍ ବ୍ରେସୱେଲ, ଡାରିଲ୍ ମିଚେଲ, ଜେମ୍ସ ନେଶାମ, ମିଚେଲ ସାଣ୍ଟନର୍, ଫିନ୍ ଆଲେନ୍, ଡିଭନ୍ କନୱେ, ଟମ୍ ଲାଥାମ୍, ଗ୍ଲେନ୍ ଫିଲିପ୍ସ, ଲକି ଫର୍ଗୁସନ୍, ମ୍ୟାଟ ହେନେରୀ, ଆଡାମ ମିଲନେ, ଟିମ ସାଉଥୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।