News18 Odia Digital
Ind vs NZ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜ(IND Vs NZ)ର ତୃତୀୟ ଦିନିକିଆ ଜାନୁଆରୀ ୨୪ରେ ଖେଳାଯିବାର ଅଛି । ଏହି ମ୍ୟାଚ୍ ଇନ୍ଦୋର(Indore)ର ହୋଲକର ଷ୍ଟାଡିୟମରେ ଖେଳାଯିବ। ଏହା ପୂର୍ବରୁ ଟିକେଟ୍ ବିକ୍ରିର କଳା ବଜାରୀ(Ticket Black Market)କୁ ନେଇ ଏକ ବିବାଦ ଉପୁଜିଛି। ଏହି ମାମଲାରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି।
ଆବେଦନକାରୀ ରାକେଶ ସିଂ ଯାଦବ କହିଛନ୍ତି ଯେ, ମାତ୍ର ଗୋଟିଏ ମିନିଟରେ ୩ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇଛି । କେବଳ ଏତିକି ନୁହେଁ ପାଞ୍ଚ ମିନିଟରେ ସମସ୍ତ ଟିକେଟ୍ ବୁକ୍ ହେବା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଯାହାକି ଆଦୌ ସମ୍ଭବ ନୁହେଁ। ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଏହା ଉପରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଛି । ଏହା ପରେ ହାଇକୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି ।
Hockey World Cup: ଆଜି ୱେଲସ୍ ବିପକ୍ଷରେ ‘କର ବା ମର’ ମ୍ୟାଚ ଖେଳିବ ଭାରତ
ଇନ୍ଦୋରରେ ହେବାକୁ ଥିବା ମ୍ୟାଚ୍ ପାଇଁ ହାଇକୋର୍ଟ(High court)ରେ ମାମଲା ପହଞ୍ଚିଛି । ବରିଷ୍ଠ ଆଡଭୋକେଟ୍ ବ୍ରାଏନ୍ ଡି’ସିଲଭା ଆବେଦନକାରୀ କଂଗ୍ରେସ ନେତା ରାକେଶ ସିଂଙ୍କ ତରଫରୁ ହାଜର ହୋଇଥିଲେ। ସେ ଯୁକ୍ତି ଦର୍ଶାଇଥିଲେ ଯେ,ଜାନୁଆରୀ ୧୨ ତାରିଖ ସକାଳ ୬ଟାରୁ ଅନଲାଇଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା । କେବଳ ଗୋଟିଏ ମିନିଟରେ ଅନଲାଇନ୍ ସାଇଟରୁ ୩ରୁ ଟିକେଟ୍ ବିକ୍ରି ହୋଇଥିଲା । ପରବର୍ତ୍ତୀ ଦ୍ୱିତୀୟ ମିନିଟରେ ୧୫୦୦ ଟିକେଟ୍ ବିକ୍ରି ହୋଇଥିଲା। ପାଞ୍ଚ ମିନିଟ ମଧ୍ୟରେ ୬୩୦୦ ଟିକେଟ୍ ବିକ୍ରି ହୋଇଗଲା।
VIDEO: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ଭିତରେ ହାର୍ଦ୍ଦିକଙ୍କୁ ମିଳିଲା ଧୋକା! ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ଅସନ୍ତୋଷ ପ୍ରକାଶ।
ବ୍ୟାଙ୍କ କାରବାର ପାଇଁ ଓ ପରେ OTP ଆସିବା ପାଇଁ ଏକ ମିନିଟ୍ କିମ୍ବା ଦୁଇ ମିନିଟ୍ ସମୟ ଲାଗିଥାଏ। ଏଥିରେ ହ୍ୟାକରଙ୍କ ମାଧ୍ୟମରେ ଅନେକ ନାମ ଓ ମେଲ୍ ଆଇଡି ବ୍ୟବହାର କରାଯାଇଥିଲା। ତେଣୁ ଏଥିରେ କିଛି ଭୁଲ ଅଛି ବୋଲି ଆବେଦନକାରୀ କୋର୍ଟକୁ ଜଣାଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।