ଭାରତ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ; ଭାରତ ଆଗରେ ୧୦୯ ଟାର୍ଗେଟ
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ; ରାୟପୁରରେ ଅନୁଷ୍ଠିତ ହେଉଥିବା ଭାରତ ନ୍ୟୁଜିଲାଣ୍ଡ (India vs New Zealand) ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୦୮ ବଲରେ ଅଲ ଆଉଟ୍ ହୋଇଛି । ବର୍ତ୍ତମାନ ଜିତିବା ପାଇଁ ଭାରତ ସାମ୍ନାରେ ୧୦୯ ରନ୍ ଟାର୍ଗେଟ ରହିଛି । ଖେଳ ଆରମ୍ଭରୁ ଟିମ୍ ଇଣ୍ଡିଆର ( Team India ) ବୋଲରମାନେ କମାଲ କରିଥିଲେ । ନ୍ୟୁଜିଲାଣ୍ଡ ଦଳ ୫ ୱିକେଟ ହରାଇଥିଲା ମାତ୍ର ୧୫ ରନ ମଧ୍ୟରେ । ସାଣ୍ଟନର ୨୭ ରନ କରିଥିବାବେଳେ ବେସୱେଲ ୨୨ରନ ଓ ଫିଲିପ୍ସ ୩୬ ରନ ସଂଗ୍ରହ କରି ଆଉଟ ହୋଇଥିଲେ ।
ଟିମ ଇଣ୍ଡିଆର ବୋଲରଙ୍କ ମଧ୍ୟରୁ ମହମ୍ମଦ ସମି ସର୍ବାଧିକ ୩ଟି ୱିକେଟ ନେବାରେ ସକ୍ଷମ ହୋଇଥିଲେ । ୱାସିଂଟନ ସୁନ୍ଦର ଏବଂ ହାର୍ଦ୍ଦିକ ପାଣ୍ଡା ଦୁଇ ଦୁଇଟି ୱିକେଟ ନେଇଥିଲେ । କୁଳଦୀପ ଯାଦବ, ମହମ୍ମଦ ସିରାଜ, ଶାର୍ଦୁଲ ଠାକୁର ମଧ୍ୟ ଜବରଦସ୍ତ ବୋଲିଂ କରିବା ସହ ୱିକେଟ ନେବାରେ ସଫଳ ହୋଇଥିଲେ ।
ଅଧିକ ଖବର ପଢ଼ନ୍ତୁ-
http://ହ୍ୟୁମାନ-ଶ୍ରୀୟା ପାରିବାରିକ ଘଟଣା; ସବୁ ଅଭିଯୋଗର ଖୁଲାସା କରିବେ ଶ୍ରୀୟାPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।