India vs England Hockey world cup 2023; ଆରମ୍ଭ ହେଲା ଭାରତ ଇଂଲଣ୍ଡ ମୁକାବିଲା

ଗ୍ରୁପ୍ ଡି’ରେ ଶୀର୍ଷ ସ୍ଥାନ ପାଇଁ ଆଜି ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଆରମ୍ଭ ହୋଇଛି ଇଂଲଣ୍ଡ ଭାରତ ହକି ମୁକାବିଲା। ଗ୍ରୁପ ଡିର ଏହି ୨ଟି ଟିମ ସେମାନଙ୍କ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛନ୍ତି ।

ଭାରତ ଇଂଲଣ୍ଡ ମୁକାବିଲା

ଭାରତ ଇଂଲଣ୍ଡ ମୁକାବିଲା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ରାଉରକେଲା: ଗ୍ରୁପ୍ ଡି’ରେ ଶୀର୍ଷ ସ୍ଥାନ ପାଇଁ ଆଜି ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ (Birsa Munda Hockey Stadium) ଆରମ୍ଭ ହୋଇଛି ଇଂଲଣ୍ଡ ଭାରତ ହକି ମୁକାବିଲା (India vs England)। ଗ୍ରୁପ ଡିର ଏହି ୨ଟି ଟିମ ସେମାନଙ୍କ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଏହି ମ୍ୟାଚରେ ବିଜୟୀ ହୋଇ ଟେବୁଲ ଟପର ହେବା ପାଇଁ ଉଭୟ ଟିମ ଉଦ୍ୟମ କରିବେ । ୱେଲ୍ସକୁ ୫-୦ ଗୋଲରେ ପରାସ୍ତ କରି ଇଂଲଣ୍ଡ ଭଲ ଫର୍ମରେ ଥିବା ସୂଚନା ଦେଇସାରିଛି।

ଓପନିଂ ମ୍ୟାଚରେ ସ୍ପେନକୁ(Spain) ୨-୦ରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ। ମ୍ୟାଚ୍‌ର ଦ୍ବାଦଶ ମିନିଟ୍‌ରେ ସୁନ୍ଦରଗଡ଼ ମାଟିର ପୁଅ ତଥା ଭାରତୀୟ ଦଳର ଉପଅଧିନାୟକ ଅମିତ ରୋହିଦାସ ପେନାଲ୍‌ଟି କର୍ଣ୍ଣର୍‌କୁ (Penalty corner) ଚମତ୍କାର ଗୋଲ୍‌ରେ ପରିଣତ କରିଥିଲେ। ଅମିତଙ୍କ ଏହି ଗୋଲ୍‌ ବଳରେ ଦଳ ୧-୦ରେ ଆଗୁଆ ରହିଥିଲା।

ଅଧିନାୟକ ହରମାନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତୀୟ ଦଳ ସ୍ପେନ ବିପକ୍ଷରେ ଅନେକ ପେନାଲ୍ଟି କର୍ଣ୍ଣର ସୁଯୋଗ ହାତଛଡ଼ା କରିଥିଲା। ମ୍ୟାଚ ପରେ ହରମାନପ୍ରୀତ ନିଜେ ଏହାକୁ ଗ୍ରହଣ କରିଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ସେ ପ୍ରସ୍ତୁତ ରହିବେ ବୋଲି ମଧ୍ୟ କହିଛନ୍ତି।

ହକି ବିଶ୍ୱକପ ଇତିହାସରେ ଭାରତ ଏବଂ ଇଂଲଣ୍ଡ ମୋଟ ୮ ଥର ମୁହାଁମୁହିଁ ହୋଇଛନ୍ତି। ଏଥିମଧ୍ୟରେ ଭାରତ ୩ ଥର (୧୯୭୫, ୧୯୮୨ ଏବଂ ୧୯୯୪ରେ) ଜିତିଥିବାବେଳେ ଇଂଲଣ୍ଡ ୪ ଥର ଜିତିଛି (୨୦୦୨, ୨୦୦୬, ୨୦୧୦ ଏବଂ ୨୦୧୪ ରେ)। ଗ୍ରୁପ୍-ଡିର ପଏଣ୍ଟ ଟେବୁଲରେ ଭାରତ ଦ୍ୱିତୀୟ ସ୍ଥାନରେ ଅଛି। ଏଥି ସହିତ ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଛି। ଉଭୟ ଦଳ ଦ୍ୱିତୀୟ ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲକୁ ସହଜ କରିପାରିବେ। ବାସ୍ତବରେ, ଦଳର ଶୀର୍ଷ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲରେ ପହଞ୍ଚିବ।

ଇଣ୍ଡିଆ ସ୍କ୍ୱାଡ: ହରମାନପ୍ରୀତ ସିଂ (କ୍ୟାପଟେନ), ଅମିତ ରୋହିଦାସ (ଉପ-କ୍ୟାପଟେନ), ଅଭିଷେକ, ମନଦୀପ ସିଂ, ଲଲିତ ଉପାଧ୍ୟାୟ, ସୁରେନ୍ଦର କୁମାର, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ଜରମନପ୍ରୀତ ସିଂ, କୃଷ୍ଣ ବାହାଦୂର ପଠକ, ନିମଲ ସଞ୍ଜୀବ ଆକ୍ସେସ୍, PR ଶ୍ରୀଜେଶ, ନୀଲକାନ୍ତ ଶର୍ମା , ଶ୍ୟାମଶର ସିଂ, ବରୁଣ କୁମାର, ଆକାଶଦୀପ ସିଂ, ବିବେକ ସାଗର ପ୍ରସାଦ, ସୁଖଜିତ ସିଂ।

https://odia.news18.com/news/odisha/senior-actor-prasanta-nanda-reaction-on-sesha-sraban-film-tv-4srm-150123-srm-amp-148315.html
Published by:Soumyashree Mishra
First published: