ଚମତ୍କାର ଶତକ ହାସଲ କରି ଭାରତକୁ ବିପଦ ମୁଖରୁ ରକ୍ଷା କଲେ ରିଷଭ ପନ୍ତ

ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟରେ ଦମଦାର ଶତକ ହାସଲ କରି ଭାରତକୁ ବିପଦ ମୁଖରୁ ରକ୍ଷା କଲେ ରିଷଭ ପନ୍ତ ଓ ଜାଡେଜା। ୫ ନମ୍ବର ସ୍ଥାନରେ ବ୍ୟାଟିଂ କରି ରିଷଭ ପନ୍ତ ପ୍ରଥମ ଥର ଶତକ ହାସଲ କରିଛନ୍ତି।

ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟରେ ରିଷଭ ପନ୍ତ ଓ ଜାଡେଜାଙ୍କ ଦମଦାର ଶତକ

ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟରେ ରିଷଭ ପନ୍ତ ଓ ଜାଡେଜାଙ୍କ ଦମଦାର ଶତକ

  • Share this:
News 18 Odia Digital

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟରେ ଦମଦାର ଶତକ ହାସଲ କରି ଭାରତକୁ ବିପଦ ମୁଖରୁ ରକ୍ଷା କଲେ ରିଷଭ ପନ୍ତ ଓ ଜାଡେଜା । ୫ ନମ୍ବର ସ୍ଥାନରେ ବ୍ୟାଟିଂ କରି ରିଷଭ ପନ୍ତ ପ୍ରଥମ ଥର ଶତକ ହାସଲ କରିଛନ୍ତି । ପନ୍ତ ମାତ୍ର ୫୧ ବଲରେ ଅର୍ଦ୍ଧଶତକ ଓ ମାତ୍ର ୮୯ ବଲ୍‌ରୁ ଶତକ ପୂର୍ଣ୍ଣ କରିଥିଲେ। ଏସିଆ ବାହାରେ ଭାରତ ପାଇଁ ଏହା ଥିଲା ତୃତୀୟ ଦ୍ରୁତତମ ଶତକ। ଏହାସହ ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କ ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ଦ୍ରୁତ ଶତକ ହାସଲର ୧୭ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି ପନ୍ତ । ରବୀନ୍ଦ୍ର ଜାଡେଜା ୮୩ ରନ କରି ଅପରାଜିତ ରହିଛନ୍ତି।

ଋଷଭ ପନ୍ତଙ୍କ ବ‌ିସ୍ଫୋରକ ଶତକ ଓ ରବୀନ୍ଦ୍ର ଜାଡେଜାଙ୍କ ସହ ଦ୍ବିଶତକ ଭାଗୀଦାରି ବଳରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରୁ ବାହାରି ଦୃଢ଼ ସ୍ଥିତି ଆଡ଼କୁ ମୁହାଁଇଛି। ଉଭୟ ଷଷ୍ଠ ୱିକେଟରେ ୨୨୨ ରନର ପାର୍ଟନରସିପ ସଂଗ୍ରହ କରିଥିଲେ । ଇଂଲଣ୍ଡ ବିପକ୍ଷରେ ଏହି ୱିକେଟରେ ଭାରତର ଏହା ଶ୍ରେଷ୍ଠ ପାର୍ଟନରଶିପ । ୨୦୧୮ରେ ପନ୍ତ ଓ କେଏଲ ରାହୁଲ ଇଂଲଣ୍ଡ ବିପକ୍ଷରେ ୨୦୪ ରନ କରିଥିଲେ।

ଟସ୍ ଜିତି ଇଂଲଣ୍ଡ ପ୍ରଥମେ କ୍ଷେତ୍ର ରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମ ପ୍ରଥମ୍ ଟସ୍ ହାରିଥିଲେ ଯଶପ୍ରୀତ୍ ବୁମରା । ଭାରତ ୨୦.୧ ଓଭର ବେଳକୁ ୫୩/୨ରେ ଥିବାବେଳେ ବର୍ଷା କାରଣରୁ ଖେଳ ବନ୍ଦ ରହିବା ସହ ଆଗୁଆ ମଧ୍ୟାହ୍ନ ଭୋଜନ ବିରତି‌ ହୋଇଥିଲା । ବିରତି ପରେ ଭାରତ ଆଉ ୩ ୱିକେଟ୍ ହରାଇଥିଲା। ଅନ୍ୟତମ ଦ୍ରୁତ ବୋଲର ମ୍ୟାଟି ପଟ୍ସ ୩ ନମ୍ବର ବ୍ୟାଟର୍‌ ‌ହନୁମା ବିହାରୀଙ୍କୁ ଏଲବିଡବୁଲ୍ୟ କରିଦେବା ପରେ ଭାରତ ୬୪/୩ରେ ସଂଘର୍ଷ କରିଥିଲା। ପଞ୍ଚମ ତଥା ଶେଷ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ବେଳକୁ ଭାରତ ୭ ୱିକେଟ୍ ହରାଇ ୩୩୮ ରନ୍‌ କରିଛି ।
Published by:Soubhagya Mishra
First published: