ଆଜି ଭାରତ-ବାଂଲାଦେଶରେ ଦ୍ବିତୀୟ ଦିନିକିଆ; ପଢନ୍ତୁ ପୁରା ଖବର

ଆଜି ଭାରତ-ବାଂଲାଦେଶ ଦ୍ବିତୀୟ ଦିନିକିଆ । ଆଜି ଦିନ ସକାଳ ୧୧.୩୦ରେ ଶେର୍ ବାଂଲା ଷ୍ଟାଡିୟମରେ ମ୍ୟାଚ୍ ଆରମ୍ଭ ହୋଇଛି। ଭାରତ-ବାଂଲାଦେଶ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ବାଂଲାଦେଶ ।

ଭାରତ-ବାଂଲାଦେଶରେ ଦ୍ବିତୀୟ ଦିନିକିଆ

ଭାରତ-ବାଂଲାଦେଶରେ ଦ୍ବିତୀୟ ଦିନିକିଆ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

Second ODI: ଆଜି ଭାରତ-ବାଂଲାଦେଶ ଦ୍ବିତୀୟ ଦିନିକିଆ । ଆଜି ଦିନ ସକାଳ ୧୧.୩୦ରେ ଶେର୍ ବାଂଲା ଷ୍ଟାଡିୟମରେ ମ୍ୟାଚ୍ ଆରମ୍ଭ ହୋଇଛି। ଭାରତ-ବାଂଲାଦେଶ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ବାଂଲାଦେଶ । ପ୍ରଥମ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ପରେ ସରିଜ୍ କବଜା ଲକ୍ଷ୍ୟରେ ଘରୋଇ ଦଳ । ସେପଟେ ଟିମ୍ ଇଣ୍ଡିଆ ପାଇଁ ଆଜିର ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ମ୍ୟାଚ୍ ଜିତି ସିରିଜ୍‌କୁ ଫେରିବାକୁ ଜୋରଦାର ଅଭ୍ୟାସ କରିଛି ରୋହିତ ଶର୍ମାଙ୍କ ଟିମ୍।

ଅନ୍ୟପଟେ ଦ୍ୱିତୀୟ ଦିନିକିଆରେ ୨ଟି ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଶାହବାଜ ଅହମ୍ମଦ ଓ କୁଳଦୀପ ସେନଙ୍କ ସ୍ଥାନରେ ଉମରାନ ମଲ୍ଲିକ ଓ ଅକ୍ଷର ପଟେଲଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ତେଣୁ ଏହି ମ୍ୟାଚରେ ବିଜୟୀ ହୋଇ ସିରିଜରେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଛି ରୋହିତ ଶର୍ମା ଟିମ୍।

୩ଟିକିଆ ଓ୍ବେନଡେ’ ସିରିଜରେ ପ୍ରଥମ ମ୍ୟାଚ୍ ଜିତି ୧-୦ରେ ଆଗରେ ରହିଛି ବାଂଲାଦେଶ । ଏପଟେ ସିରିଜକୁ ବାରବାର କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଦ୍ବିତୀୟ ଦିନିକିଆରେ ଚତ୍ମକାର ପ୍ରଦର୍ଶନ କରି ଶୃଙ୍ଖଳାକୁ ଫେରିବା ନେଇ ଆଶା କରାଯାଇଛି । ଏନେଇ ସିନିୟର ଖେଳାଳିଙ୍କୁ ତୃଟି ସୁଧାରିବାକୁ ପଡିବ । ପ୍ରଥମ ମ୍ୟାଚ୍‌ରେ କ୍ୟାଟେନ୍ ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି ବିଫଳ ହୋଇଥିଲେ । ସିରିଜ୍ ଫେରିବାକୁ ହେଲେ ଆଜିର ମ୍ୟାଚରେ ଓପିନଂ ଯୋଡ଼ିକୁ ଦମଦାର୍ ପ୍ରଦର୍ଶନ କରିବାକୁ ପଡ଼ିଛି। ପ୍ରଥମ ଦିନିକିଆରେ ପିଚ୍‌ ଉଭୟ ପେସ୍‌ ବୋଲର ଓ ସ୍ପିନରଙ୍କୁ ସହାୟତା କରିଥିଲା । ସାକିବ ୫ଟି ୱିକେଟ୍‌ ନେଇଥିଲେ । ପେସ୍‌ ବୋଲରଙ୍କ ମଧ୍ୟରେ ଇବାଦତ ୪, ମହମ୍ମଦ ସିରାଜ ୩ଟି ଓ କୁଲଦୀପ ସେନ ୨ଟି ୱିକେଟ ଅକ୍ତିଆର କରିଥିଲେ। ତେଣୁ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ଟିମ୍ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ଶିଖର ଧାୱନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟସ୍ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ଅକ୍ଷାର ପଟେଲ, ୱାଶିଂଟନ୍ ସୁନ୍ଦର, ଶରଦୁଲ ଠାକୁର, ମୋହଦ୍ ଶାମି, ମୋହଦ୍ ସିରାଜ, ଦୀପକ ଚହର, ଯଶ ଦିନଲ।
Published by:Soumyashree Mishra
First published: