News 18 Odia Digital
ମୁମ୍ବାଇ: ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫିରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟଚ୍ର ଭେନ୍ୟୁ ପରିବର୍ତ୍ତନ ହୋଇଛି । ସୂଚନା ଅନୁଯାୟୀ ଧର୍ମଶାଳାରୁ ମ୍ୟାଚକୁ ହୋଲକର ଷ୍ଟାଡିୟମ ଇନ୍ଦୋରକୁ ସ୍ଥାନାନ୍ତର କରାଯାଇଛି । ଏନେଇ ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ସୂଚନା ଦେଇଛି ।
ଭାରତ-ଅଷ୍ଟ୍ରେଲିଆ ମଧ୍ୟମରେ ବର୍ଡର ଗାଭାସ୍କର ଟ୍ରଫିରେ ୪ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ନଗପୁରରେ ଖେଳା ଯାଇଥିବାବେଳେ ଦ୍ବିତୀୟ ମ୍ୟାଚ୍ ଅରୁଣ ଜେଟଲୀ ଷ୍ଟାଡିୟମ ଦିଲ୍ଲୀରେ ଖେଳାଯିବ। ସେହିପରି ତୃତୀୟ ଟେଷ୍ଟ୍ ଧର୍ମଶାଳା ଓ ଚତୁର୍ଥ ଟେଷ୍ଟ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବା ନେଇ ଭେନ୍ୟୁ ସ୍ଥିର ହୋଇଥିଲା ।
ଆସନ୍ତା ମାର୍ଚ୍ଚ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ । ହିମାଚଳ ପ୍ରଦେଶ ଧର୍ମଶାଳା ଷ୍ଟାଡିୟମର ଆଉଟ୍ ଫିଲ୍ଡ କାମ ଶେଷ ହୋଇନଥିବାରୁ ମ୍ୟାଚ୍ ଭେନ୍ୟୁକୁ ପରିବର୍ତ୍ତନ କରାଯାଇଛି ।
ଭୀଷଣ ଥଣ୍ଡା ଯୋଗୁ ଆଉଟ୍ ଫିଲ୍ଡିରେ ପର୍ଯ୍ୟାପ୍ତ ଘାସ ନାହିଁ ଏବଂ ଷ୍ଟାଡିୟମ ବିକଶିତ ହେବାକୁ ଆହୁରି ଅନେକ ଦିନ ଲାଗିବ । ଫେବ୍ରୁଆରୀ ୧୧ ତାରିଖରେ ହିମାଚଳ ପ୍ରଦେଶ କ୍ରିକେଟ୍ ଅସୋସିଏସନର ପ୍ରତିନିଧି ଦଳ ଷ୍ଟାଡିୟମ ନିରୀକ୍ଷଣ କରି ରବିବାର ରିପୋର୍ଟ ପ୍ରଦାନ କରିଥିଲା । ଷ୍ଟାଡିୟମ କାମ ଶୀଘ୍ର ଶେଷ ହେବା ନେଇ ଆଶଙ୍କା ଦେଖା ଦେଇଥିବାରୁ ସୋମବାର ବିସିସିଆଇ ଭେନ୍ୟୁ ପରିବର୍ତ୍ତନ କରିଛି ।ବର୍ଡର ଗାଭାସ୍କର ଟ୍ରଫିର ୪ଟି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଭାରତ ୧-୦ରେ ଆଗରେ ରହିଛି । ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ବଡ଼ ବିଜୟ ମିଳିଛି । ଗୋଟିଏ ଇନିଂସ ଓ ୧୩୨ ରନ୍ କଙ୍ଗାରୁ ଦଳକୁ ପରାସ୍ତ କରିଛି ଭାରତ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।