India vs Australia: ଆଜିଠାରୁ ଅହମ୍ମଦାବାଦ ଟେଷ୍ଟ; ଭାରତ ପାଇଁ ନିର୍ଣ୍ଣାୟକ ଲଢ଼େଇ

India vs Australia: ଆଜିଠାରୁ ଅହମ୍ମଦାବାଦ ଟେଷ୍ଟ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ।

ଆଜିଠାରୁ ଅହମ୍ମଦାବାଦ ଟେଷ୍ଟ

ଆଜିଠାରୁ ଅହମ୍ମଦାବାଦ ଟେଷ୍ଟ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

India vs Australia: ଆଜିଠାରୁ ଅହମ୍ମଦାବାଦ ଟେଷ୍ଟ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ। ଏହି ମ୍ୟାଚ୍ ଉଭୟ ଟିମ୍ ପାଇଁ ବେଶ ଗୁରୁତ୍ବ ବହନ କରୁଛି।

ବିଶେଷକରି ଭାରତୀୟ ଟିମ୍ ଏହି ମ୍ୟାଚ୍ ଜିତି ସିରିଜ ସିଲ୍ କରିବା ପାଇଁ ଉଦ୍ୟମ କରିବ। ସେହିଭଳି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍‌ରେ ବିଜୟଲାଭ କଲେ ୱାଲ୍ଡ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିବା ପାଇଁ ଆଶା ଭଜ୍ଜିବୀତ ହେବ।

ଆସନ୍ତା ଜୁନ୍ ମାସରେ ଓଭାଲରେ ଖେଳାଯିବ ଫାଇନାଲ୍ ମ୍ୟାଚ୍। ଏଥି ପାଇଁ ଭାରତୀୟ ଟିମ୍ ଦାବିଦାର ରହିଛି। ଚତୁର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆ କିଛିଟା ପରିବର୍ତ୍ତନ କରିପାରେ। ଇଶାନ କିଶନ ଓ ଯୁଯୁବେନ୍ଦ୍ର ଚହଲଙ୍କୁ ଟିମରେ ସୁଯୋଗ ମିଳିପାରେ।

ଭାରତ ୨-୧ରେ ସିରିଜ୍ ଆଗୁଆ ଥିବାରୁ ଏହି ମ୍ୟାଚ୍ ଜିତିବା ପାଇଁ ଜୋର୍ ଲଗାଇବ। ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଭାରତର ବ୍ୟାଟିଂ ଲାଇନ୍ ପୂର୍ବ ମ୍ୟାଚରେ ଫ୍ଲପ୍ ହୋଇଥିବାରୁ ଦଳ ଏହା ଉପରେ ଅଧିକ ଧ୍ୟାନ ଦେବ। କିଭଳି କଙ୍ଗାରୁ ଦଳର ବୋଲରଙ୍କ ମୁକାବିଲା କରାଯାଇପାରିବ ସେ ନେଇ ଅଧିକ ଫୋକସ୍ କରିବ ଭାରତ।

ସେପଟେ ପ୍ୟାଟ କୁମିନ୍ସଙ୍କ ନେତୃତ୍ବରେ ପଡ଼଼ିଆକୁ ଓହ୍ଲାଇବ ଟିମ୍ ଅଷ୍ଟ୍ରେଲିଆ। ଭ୍ରମଣକାରୀ ଟିମ୍ ସିରିଜରେ ପଛୁଆ ଥିବାରୁ ଏହି ମ୍ୟାଚ୍ ଜିତିବା ଜୋରଦାର ଉଦ୍ୟମ କରିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୋଟିଏ ଦିନ ପାଇଁ ଖେଳ ଦେଖିବେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନସି।
Published by:Lipina Das
First published: