Ind vs Aus 3rd Test: ଇନ୍ଦୋର ଟେଷ୍ଟରେ ଗିଲ୍‌ଙ୍କ ହେବ ଏଣ୍ଟ୍ରି, ବାଦ ପଡ଼ିବେ ରାହୁଲ !

Ind vs Aus 3rd Test: ସିରିଜ ଜିତିଲେ ICC ୱାଲର୍ଡ ଚାମ୍ପିଅନସିପ୍‌ ଫାଇନାଲ ସ୍ଥାନ ପକ୍କା କରିବ ଭାରତ

ଟିମ୍‌ ଇଣ୍ଡିଆର ଟାର୍ଗେଟ୍‌ ସିରିଜ ବିଜୟ

ଟିମ୍‌ ଇଣ୍ଡିଆର ଟାର୍ଗେଟ୍‌ ସିରିଜ ବିଜୟ

  • News18 Odia
  • Last Updated :
  • Indore, India
  • Share this:
News18 Odia Digital

Bhibuti Bhusan Das

Ind vs Aus 3rd Test: ନାଗପୁର, ଦିଲ୍ଲୀ ଆଉ ଏବେ ଇନ୍ଦୋରରେ କଙ୍ଗାରୁ ଶିକାର କରିବ ଭାରତ(Team India) । ଚଳିତ ଗସ୍ତ ଅଷ୍ଟ୍ରେଲିଆ(Australia) ପାଇଁ ଦୁଃସ୍ବପ୍ନ ପାଲଟିଥିବା ବେଳେ, ଏଥିରୁ ମୁକୁଳିବା ଆଶା କ୍ଷୀଣ । ପିଚ୍‌କୁ ନେଇ କାନ୍ଦୁଥିବା ଅଷ୍ଟ୍ରେଲିଆ ମିଡିଆ ପୁଣି ଦେଖିବ ପରାଜୟ । ବୁଧବାରରୁ ଇନ୍ଦୋରରେ ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି(Border Gavaskar Trophy)ର ତୃତୀୟ ଟେଷ୍ଟ ଆରମ୍ଭ ହେଉଛି । ଇନ୍ଦୋରରେ ପ୍ରଥମ ଦୁଇଟି ଟେଷ୍ଟ ଜିତିଥିବା ନମ୍ବର ୱାନ ଟିମ୍‌ ଭାରତର ମନୋବଳ ଦୃଢ଼ ରହିଛି । ସିରିଜ ଜିତିଲେ ICC ୱାଲର୍ଡ ଚାମ୍ପିଅନସିପ୍‌ ଫାଇନାଲ ସ୍ଥାନ ପକ୍କା କରିବ ଭାରତ ।

ତୃତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ପ୍ଲେଇଂ ଇଲେଭେନ୍‌ରେ କିଛିଟା ପରିବର୍ତ୍ତନ କରିବାକୁ ଯାଉଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରୁଥିବା ବେଳେ ଚିନ୍ତା ବଢ଼ାଇଛି ଓପନର ଲୋକେଶ ରାହୁଲଙ୍କ ଫ୍ଲପ୍ ସୋ’। ରାହୁଲଙ୍କୁ ବାଦ ଦେବାକୁ ବହୁ ପୂର୍ବତନ କ୍ରିକେଟର ମତ ରଖିଛନ୍ତି । ଗତ ଦୁଇଟି ଟେଷ୍ଟର ୩ଟି ଇନିଂସରେ କେଏଲ୍ ରାହୁଲ ମାତ୍ର ୩୮ ରନ୍ କରିଛନ୍ତି । ତୃତୀୟ ଟେଷ୍ଟରେ ତାଙ୍କୁ ପୁଣି ଥରେ ସୁଯୋଗ ମିଳିବ ନା ଶୁଭମନ୍ ଗିଲ୍ ଖେଳିବେ ତା’ଉପରେ ସବୁ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି । ବର୍ତ୍ତମାନ ସୁଦ୍ଧା ଟେଷ୍ଟରେ ରୋହିତ ଶର୍ମା, ଚେତେଶ୍ବର ପୂଜାରା, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ପ୍ରଦର୍ଶନ ରହିଛି । ଏମାନଙ୍କୁ ଛାଡିଦେଲେ ଅନ୍ୟ କୌଣସି ବ୍ୟାଟର ସେତେଟା ସଫଳ ହୋଇ ନାହାନ୍ତି । ଏସବୁ ଭିତରେ ଇନ୍ଦୋରରେ ମ୍ୟାଚ୍ ପାଇଁ କେଏଲ ରାହୁଲଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ମିଳିପାରେ ସୁଯୋଗ ।...

ସବୁଠୁ ଚମତ୍କାର ପ୍ରଦର୍ଶନ କରୁଥିବା ବୋଲର ବିଭାଗରେ କୌଣସି ପରିବର୍ତ୍ତନ ନ କରିପାରେ ଟିମ୍‌ ଇଣ୍ଡିଆ । ରବିଚନ୍ଦ୍ରନ ଅଶ୍ବିନ ଏବଂ ଅକ୍ଷର ପଟେଲ କେବଳ ଭଲ ବୋଲିଂ କରୁଛନ୍ତି ତା’ ନୁହେଁ ବ୍ୟାଟିଂରେ ମଧ୍ୟ ଭଲ କମାଲ୍‌ କରୁଛନ୍ତି । ପେସର୍‌ ମହମ୍ମଦ ସାମି ଏବଂ ମହମ୍ମଦ ସିରାଜ ମଧ୍ୟ ବୋଲିଂରେ ଦେଖାଉଛନ୍ତି ଜଲୱା । ଆଉ ରବୀନ୍ଦ୍ର ଜାଡେଜାଙ୍କ ବୋଲିଂ ଯାଦୁ ଆଗରେ ତ ତିଷ୍ଠି ପାରୁନାହାଁନ୍ତି ଅଷ୍ଟ୍ରେଲିଆ ବ୍ଯାଟର ।

୦-୨ରେ ପଛୁଆ ଥିବା ଅଷ୍ଟ୍ରେଲିଆ ପାଇଁ ଏବେ ସିରିଜ ବଞ୍ଚାଇବାର ଚାଲେଞ୍ଜ । କମିନ୍ସ ଓ ୱାର୍ଣ୍ଣରଙ୍କ ଅନୁପସ୍ଥିତରେ ନେତୃତ୍ବ ନେବେ ଷ୍ଟିଭ୍ ସ୍ମିଥ୍‌ । ପ୍ରଥମ ଦୁଇଟି ଟେଷ୍ଟ ପରାଜିତ ହେବା ପରେ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଜୋରଦାର କସରତ ଚଲାଇଛି ଅଷ୍ଟ୍ରେଲିଆ । ୪ ଜଣ ଖେଳାଳି ଆହତ ହେବା ଦଳ ପାଇଁ ସାଜିଛି ଚିନ୍ତାର କାରଣ । ତେଣୁ ଟିମରେ ବଡ଼ ପରିବର୍ତ୍ତନ କରିଛି ଅଷ୍ଟ୍ରେଲିଆ, ତୃତୀୟ ମ୍ୟାଚ ପୂର୍ବରୁ ଦଳରେ ଜଣେ ଦମଦାର ଷ୍ଟାର ଅଲରାଉଣ୍ଡରଙ୍କ ଏଣ୍ଟ୍ରି କରାଇଛି । ଯେଉଁଥି ପାଇଁ ତୃତୀୟ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କ ଚିନ୍ତା ବଢିଯାଇଛି । କ୍ୟାମେରନ ଗ୍ରୀନ ଆହତ ଜନିତ ସମସ୍ୟାରୁ ଫିଟ୍‌ ହୋଇ ଟିମକୁ ଫେରୁଛନ୍ତି । ବ୍ୟାଟିଂ ଏବଂ ବୋଲିଂ ବିଭାଗରେ ଅଷ୍ଟ୍ରେଲିଆ ଟିମକୁ ମଜବୁତ କରିବେ । ଟେଷ୍ଟ ସିରିଜର ଦୁଇଟି ମ୍ୟାଚରେ ପରାଜୟ ପରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ସ୍ୱଦେଶ ଫେରିଯାଇଛନ୍ତି । ଏହାସହିତ ଡେଭିଡ ୱାର୍ଣ୍ଣର ଏବଂ ଜୋସ ହାଜାଲଉଡ ମଧ୍ୟ ଆହତ ହୋଇ ଦଳରୁ ବାଦ ପଡିଥିବା ବେଳେ ଅଷ୍ଟ୍ରେଲିଆ ଷ୍ଟାର ଅଲରାଉଣ୍ଡର କ୍ୟାମରନ ଗ୍ରୀନଙ୍କୁ ଦଳରେ ସାମିଲ କରିଛି ।

WOMENS T20 WORLD CUP: ପୁଣି ମହିଳା ଟି-୨୦ ବିଶ୍ବକପର ମୁକୁଟ ପିନ୍ଧିଲା ଅଷ୍ଟ୍ରେଲିଆ

୪ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଭାରତ ୨-୦ରେ ଅପରାଜେୟ ଅଗ୍ରଣୀ ଲାଭ ପରେ ତୃତୀୟ ଟେଷ୍ଟ ଜିତି ଏବେ ସିରିଜ୍‌ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି । ଏହି ମ୍ୟାଚ୍‌ରେ ବିଜୟ ICC ୱାଲର୍ଡ ଚାମ୍ପିଅନସିପ୍‌ ଫାଇନାଲ ରାସ୍ତା ଖୋଲି ଦେବ ।
Published by:nihar panda
First published: