ଅନ୍ତର୍ଜାତୀୟ କ୍ରିକେଟ୍ ପୁରସ୍କାରରେ ସମ୍ମାନିତ ହେବେ ଏହି ମହିଳା ଖେଳାଳି

ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍‌ସିଲ୍‌ (ICC) ପୁରସ୍କାରରେ ଭାରତୀୟ ଖେଳାଳିଙ୍କ ହଲ୍ଲାବୋଲ୍। ଗୋଟିଏ ପରେ ଗୋଟିଏ କ୍ରିକେଟ୍‌ରୁ ପୁରସ୍କୃତ କରୁଛି ଆଇସିସି।

ରେଣୁକା ସିଂ

ରେଣୁକା ସିଂ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍‌ସିଲ୍‌ (ICC) ପୁରସ୍କାରରେ ଭାରତୀୟ ଖେଳାଳିଙ୍କ ହଲ୍ଲାବୋଲ୍। ଗୋଟିଏ ପରେ ଗୋଟିଏ କ୍ରିକେଟ୍‌ରୁ ପୁରସ୍କୃତ କରୁଛି ଆଇସିସି। ପୁରୁଷ ବର୍ଗରେ ସୂର୍ଯ୍ୟକୁମାର ଯାଦବ କ୍ରିକେଟ୍‌ ଅଫ୍ ଦି ଇୟର ୨୦୨୨ ପୁରସ୍କାର ବିଜେତା ଘୋଷିତ ହୋଇଥିବା ବେଳେ ମହିଳା ବର୍ଗରେ ବି ଜଣେ ଭାରତୀୟ କ୍ରିକେଟର ICC ପୁରସ୍କାର ପାଇଛନ୍ତି।

ମହିଳା ବର୍ଗରେ ୨୦୨୨ର ସବୁଠାରୁ ଉଦୀୟମାନ କ୍ରିକେଟ୍‌ର ଭାବେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ରେଣୁକା ସିଂହଙ୍କୁ ଆଇସିସି ୨୦୨୨ ଏମର୍ଜିଂ ଓମେନ୍ସ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ମିଳିଛି। ଏନେଇ ବୁଧବାର(ଜାନୁଆରୀ ୨୫ ) ଟ୍ୱିଟ୍ କରି ସୂଚନା ଦେଇଛି ଆଇସିସି। ରେଣୁକା ସିଂହଙ୍କୁ ଆଇସିସି ୨୦୨୨ ଏମର୍ଜିଂ ଓମେନ୍ସ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ଦୌଡ଼ରେ ଭାରତର ୟାସ୍ତିକା ଭାଟିଆ, ଅଷ୍ଟ୍ରେଲିଆର ଡାର୍ସି ବ୍ରାଉନ, ଇଂଲଣ଼୍ଡର ଏଲିସ କ୍ୟାପ୍‌ସିଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିିତିଛନ୍ତି ବୋଲି ଆଇସିସି ତା ୱେବସାଇଟରେ ଲେଖିଛି।

ଏହା ପୂର୍ବରୁ ICC ଟି-୨୦ ପୁରୁଷ ବର୍ଗର କ୍ରିକେଟ୍ ଅଫ୍‌ ଦି ଇୟର ୨୦୨୨ ପୁରସ୍କାର ଜିତିଛନ୍ତି ସୂର୍ଯ୍ୟ କୁମାର ଯାଦବ। ଏନେଇ ଆଇସିିସି ଟ୍ୱିଟ୍ କରି ସୂଚନା ଦେଇଛି। ଆଇସିସି ୱେବ୍‌ସାଇଟ୍‌ରେ ମଧ୍ୟ ୨୦୨୨ରେ ଟି-୨୦ ଫର୍ମାଟ୍‌ରେ ତାଙ୍କର ଜବରଦସ୍ତ ବ୍ୟାଟିଂ ରହିଛି।

ଉଭୟ ଟି-୨୦ ଓ ଦିନିକିଆରେ ରେଣୁକା ମୋଟ ୨୯ଟି ୱିକେଟ୍ ନେଇଛନ୍ତି। ରେଣୁକାଙ୍କ ଉପସ୍ଥିତି ଭାରତୀୟ ଟିମ୍‌ର ପୂର୍ବତନ ବୋଲର ଝୁଲଣ ଗୋସ୍ୱାମୀ ସ୍ଥାନ ପୂରଣ କରୁଥିବାର ଦେଖାଯାଉଛି। ନିଜର ସୁନ୍ଦର ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ରେଣୁକା ସିଂହ ୨୦୨୨ରେ ଭଲ ପ୍ରଦର୍ଶନ କରିଛନ୍ତି। ରେଣୁକା ୧୪.୮୮ ହାରାହାରି ଓ ୪.୬୨ ଇକୋନୋମିକ ରେଟ୍‌ରେ ରନ୍ ଦେଇ ୧୮ ଦିନିକିଆ ୱିକେଟ୍ ନେଇଛନ୍ତି। ସେହିପରି ଟି-୨୦ରେ ୨୩.୯୫ ହାରରେ ୬.୫୦ ଇକୋନୋମି ରେଟ୍‌ରେ ରନ୍‌ ଦେଇ ୨୨ ଟି ୱିକେଟ୍ ନେଇଛନ୍ତି।
Published by:Soumyashree Mishra
First published: