ଜିତିଲା ନ୍ୟୁଜିଲାଣ୍ତ ; ଫାଇନାଲରେ ଭାରତ

ଜିତିଲା ନ୍ୟୁଜିଲାଣ୍ତ ; ଫାଇନାଲରେ ଭାରତ

ଜିତିଲା ନ୍ୟୁଜିଲାଣ୍ତ ; ଫାଇନାଲରେ ଭାରତ

  • News18 Odia
  • Last Updated :
  • Delhi, India
  • Share this:
News18 Odia Digital

Team India in WTC Final : ହାରିନି ଅଷ୍ଟ୍ରେଲିଆ କି ଜିତିନି ଭାରତ, କିମ୍ବା ଡ୍ର ବି ହୋଇ ନାହିଁ ମ୍ୟାଚ୍ । କିନ୍ତୁ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ (WTC Final) ଫାଇନାଲରେ ଭାରତ । ଅଷ୍ଟ୍ରେଲିଆ ବିପକ୍ଷରେ ଫାଇନାଲ ଖେଳିବ ଟିମ ଇଣ୍ଡିଆ । ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ଲଗାତର ଦ୍ବିତୀୟ ଥର ଫାଇନାଲ ଖେଳିବ ଭାରତ । ଶ୍ରୀଲଙ୍କାକୁ ନ୍ୟୁଜିଲାଣ୍ଡ ହରାଇବା ପରେ ଫାଇନାଲରେ ସ୍ଥାନ ପକ୍କା କରିଛି ଟିମ୍ ଇଣ୍ଡିଆ । ଶ୍ରୀଲଙ୍କାକୁ ୨ ୱିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ ।

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ମ୍ୟାଚର ଫଳାଫଳ ଆସି ନଥିବା ବେଳେ କେମତି WTC ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ ? । WTC ଫାଇନାଲ ସମୀକରଣ କେବଳ ଯେ ଭାରତ ମ୍ୟାଚର ବିଜୟ ପାରଜୟ କିମ୍ବା ଡ୍ର ଉପରେ ନିର୍ଭର କରୁ ନଥିଲା । WTC ଫାଇନାଲ ସମୀକରଣର ଅନ୍ୟ ଏକ ପାର୍ଶ୍ୱ ଶ୍ରୀଲଙ୍କା ନ୍ୟୁଜଲାଣ୍ଡ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଫଳାଫଳ ଉପରେ ମଧ୍ୟ ନିର୍ଭର କରୁଥିଲା । ଆଉ ଯାହାର ଫଳାଫଳ ଆଜି ଆସିଛି । ନ୍ୟୁଜିଲାଣ୍ଡଠାରୁ ଶ୍ରୀଲଙ୍କା ପରାସ୍ତ ହେବା ପରେ ତୃତୀୟ ସ୍ଥାନରେ ଥିବା ଶିହଂଳୀ ଦଳର WTC ଫାଇନାଲ ଟିକେଟ୍ କ୍ୟାନସଲ ହୋଇଛି । ଫଳରେ ଦ୍ବିତୀୟ ସ୍ଥାନରେ ଥିବା ଟିମ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆକୁ WTC ଫାଇନାଲରେ ଭେଟିବ ।

ଇନ୍ଦୋର ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ସ୍ଥାନ ପାଇ ସାରିଛି । ଅର୍ଥାତ୍ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଥିବା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶେଷ ଫାଇନାଲ ସ୍ପଟ୍ ପାଇଁ ପରୋକ୍ଷ ଲଢେଇ ଜାରି ରହିଥିଲା । ତେବେ ଅହମ୍ମଦାବାଦରେ ଭାରତ ଖେଳୁଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ ଏବେ ଡ୍ର ଆଡକୁ ଗତି କରୁଛି । ତେଣୁ ଭାରତର ଫାଇନାଲ ଖେଳିବାର ଆଶା ଶ୍ରୀଲଙ୍କା ବନାମ ନ୍ୟୁଜିଲାଣ୍ଡ ମ୍ୟାଚ ଉପରେ ନିର୍ଭର କରୁଥିଲା ।

ପଢନ୍ତୁ ଏହି ଖବର : http://ପ୍ରଚଣ୍ଡ ଶବ୍ଦରେ ଥରିଲା ୪ ଜିଲ୍ଲା; ଘରୁ ପଳେଇ ଆସିଲେ ଲୋକ

ତେବେ ଶ୍ରୀଲଙ୍କା ପାଇଁ WTC ଫାଇନାଲ ସମୀକରଣ ଏଇଆ ଥିଲେ ଯେ, ଯଦି ଦୁଇ ମ୍ୟାଚ୍ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜରେ ଶ୍ରୀଲଙ୍କା ଗୋଟିଏ ମ୍ୟାଚ୍ ହାରିଯାଏ କିମ୍ବା ଡ୍ର ହୁଏ । ତେବେ ଭାରତ ଯୋଗ୍ୟତା ଅର୍ଜନ କରିବ । ଆଉ ଏବେ ଶ୍ରୀଲଙ୍କା ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ରୋମାଞ୍ଚକ ଭାବେ ଦୁଇ ୱିକେଟରେ ପରାସ୍ତ ହୋଇଛି । ଯାହା ଫଳରେ ଭାରତ WTC ଫାଇନାଲର ଟିକେଟ୍ ହାତେଇଛି ।
Published by:Sujit Swain
First published: