News18 Odia Digital
India vs Pakistan Cricket: ଭାରତ-ପାକିସ୍ତାନ ମଧ୍ୟରେ ସବୁକିଛି ଠିକ୍ ନାହିଁ । କଥା କ୍ରିକେଟର ଆସିଲେ, ସାମ୍ନାକୁ ଆସେ ବିବାଦ । ଏବେ ୩ ଟୁର୍ଣ୍ଣାମେଣ୍ଟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କଣ ହେବ ଆଇସିସିର ୩ ଟୁର୍ଣ୍ଣାମେଣ୍ଟର ଭାଗ୍ୟ ? ୨୦୨୩ରେ ରହିଛି ଏସିଆ କପ୍ ଯାହାର ଆୟୋଜକ ହେଉଛି ପାକିସ୍ତାନ । ୨୦୨୩ ଅକ୍ଟୋବରରେ ଦିନିକିଆ ବିଶ୍ବକପ ଖେଳାଯିବ, ଏହା ଭାରତରେ ଆୟୋଜନ ହେବ । ସେହିଭଳି ଆସନ୍ତା ବର୍ଷରେ ହେବାକୁ ଥିବା ଏସିଆ କପ୍ ଖେଳାଯିବ । ପାକିସ୍ତାନରେ ହେବାକୁ ଥିବା ଆଗାମୀ ଏସିଆ କପକୁ ନେଇ ବିସିସିଆଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ପାକିସ୍ତାନକୁ ମ୍ୟାଚ ଖେଳିବାକୁ ଯିବନାହିଁ ଭାରତ ସ୍ପଷ୍ଟ କରି ଦେଇଛି, ଯାହାକୁ ନେଇ ଅଡୁଆ ସୃ୍ଷ୍ଟି ହୋଇଛି ।
ନ୍ୟୁଟ୍ରାଲ ଭେନ୍ୟୁରେ ହେବ କି ଏସିଆ କପ୍ ?ପାକିସ୍ତାନରେ ହେବାକୁ ଥିବା କୌଣସି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାରତ ସାମିଲ ହେବନି ବୋଲି ସିଧାସଳଖ କହି ଦେଇଛି ବିସିସିଆଇ । ତେଣୁ ୨୦୨୩ ସେପ୍ଟେମ୍ବରରେ ହେବାକୁ ଥିବା ଏସିଆ କପ୍ ପାକିସ୍ତାନ ବାହାରେ କେଉଁଠି ହୋଇପାରିବବ ତାକୁ ନେଇ ବିଚାର ଚାଲିଥିବା କୁହାଯାଉଛି । ଦୁବାଇ, ନା ଶ୍ରୀଲଙ୍କା କେଉଁ ଭେନ୍ୟୁରେ ବାଜିବ ମୋହର ? ପାକିସ୍ତାନକୁ ଏସିଆ କପ ଖେଳିବାକୁ ଯିବନାହିଁ ଭାରତ, ତେଣୁ ନ୍ୟୁଟ୍ରାଲ ଭେନ୍ୟୁରେ ହି ହେବ ମ୍ୟାଚ । ସ୍ଥାନ ନିର୍ଣ୍ଣୟ ନେଇ ଏସିଆ କ୍ରିକେଟ୍ କାଉନସିଲ ନିଷ୍ପତ୍ତିକୁ ଅପେକ୍ଷା ରହିଛି ।
ସେପଟେ ଭାରତକୁ ବିଶ୍ବକପ୍ ଖେଳିବାକୁ ଆସିବ ପାକିସ୍ତାନ । ଭାରତର ୪ଟି ସ୍ଥାନରେ ଖେଳିବାକୁ ପିସିବିର ସହମତି ଦେଇଥିବା ଜଣାପଡ଼ିଛି । ନ୍ୟୁଟ୍ରାଲ ଭେନ୍ୟୁ ଚୟନରେ ଦଳ ଗୁଡିକର ଗସ୍ତକୁ ନେଇ ଚିନ୍ତା ବଢ଼ିଛି । ବାରମ୍ବାର ମ୍ୟାଚ ପାଇଁ ଟ୍ରାନଜିଟ୍ ଭିଜିଟ୍ ମୁଣ୍ଡବ୍ୟଥା ପାଲଟିଛି । ଏଥିରେ ଖେଳାଳିଙ୍କୁ ମିଳିନଥାଏ ପର୍ଯ୍ୟାପ୍ତ ବିଶ୍ରାମ ସମୟ । ତେଣୁ ନିର୍ଦ୍ଦିଷ୍ଟ ନ୍ୟୁଟ୍ରାଲ ଭେନ୍ୟୁରେ ସବୁ ମ୍ୟାଚ୍ ଏକମାତ୍ର ବିକଳ୍ପ । ଏବେ ପ୍ରଶ୍ନ ଉଠୁଛି ନ୍ୟୁଟ୍ରାଲ ଭେନ୍ୟୁରେ ମ୍ୟାଚ୍ ହେଲେ କ'ଣ ରହିବ ଆୟୋଜକଙ୍କ ଭୂମିକା ? ରେଭେନ୍ୟୁ ବା ଟଙ୍କା ଭାଗବାଣ୍ଟ କେମିତି ହେବ ଏହାକୁ ନେଇ ମଧ୍ୟ ବିଚାର କରିବାକୁ ହେବ ।
ଆଇସିସି ପୁରୁଷ ବିଶ୍ୱକପ (ICC ODI World Cup) ଆସନ୍ତା ଅକ୍ଟୋବର ୫ ତାରିଖରୁ ଭାରତରେ ଆରମ୍ଭ ହେବ। ବିଶ୍ୱକପ୍ ଇତିହାସରେ ପ୍ରଥମଥର ପାଇଁ ଭାରତରେ ହିଁ ସବୁ ମ୍ୟାଚ୍ ଖେଳାଯିବ। ଏଥିପାଇଁ ୧୩ଟି ଭେନ୍ୟୁକୁ ମଧ୍ୟ ଚୟନ କରାଯାଇଛି। ଅବଶ୍ୟ ଏନେଇ ବିସିସିଆଇ କିମ୍ବା ଆଇସିସି କୌଣସି ଘୋଷଣା କରି ନାହାନ୍ତି। କିନ୍ତୁ ଏହାପୂର୍ବରୁ ବିସିସିଆଇ ଜଣାଇଛି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ଟି ଅହମଦାବାଦରେ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ବିସିସିଆଇ ସବୁ ପ୍ରକାରର ପ୍ରସ୍ତୁତି ଶେଷ କରିଛି। ନରେନ୍ଦ୍ର ମୋଦି ଷ୍ଟାଡିୟମ ହେଉଛି ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।