News 18 Odia Digital
Asia Cup 2022 : ଏସିଆ କପ୍ ୨୦୨୨ ଆରମ୍ଭ ହୋଇଯାଇଛି । ଶନିବାର ଦିନ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା । ଏଥିରେ ଆଫଗାନିସ୍ତାନ ବିଜୟ ହୋଇଛି । ଆଜି ଭାରତ ଓ ପାକିସ୍ଥାନ ଉଭୟ ଦଳ ପଡିଆରେ ସାମ୍ନା ସାମ୍ନି ହେବେ । ଭାରତୀୟ ସମୟ ସନ୍ଧ୍ୟା ୭.୩୦ ରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ।
ଭାରତ ଗତ ବର୍ଷ ଅନୁଷ୍ଠିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ପାକିସ୍ତାନଠାରୁ ପରାଜିତ ହୋଇଥିଲା । ଏଥର ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ପରାଜୟର ପ୍ରତିଶୋଧ ନେବ ବୋଲି ଭାରତୀୟ କ୍ରିକେଟ୍ ପ୍ରେମୀ ଆଶା ବାନ୍ଧି ବସିଛନ୍ତି । ଅନ୍ୟ ପଟରେ ପାକିସ୍ତାନ ଦଳ ଭାରତ ବିପକ୍ଷରେ ବିଶ୍ୱକପ୍ ଭଳି ଆଧିପତ୍ୟ ଜାରି ରଖିବ ବୋଲି ପାକିସ୍ତାନ ଦର୍ଶକ ଆଶା ବାନ୍ଧି ବସିଛନ୍ତି ।
ପିଚ୍ ଏବଂ ପାଣିପାଗ ରିପୋର୍ଟଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ସନ୍ଧ୍ୟାରେ ଆୟୋଜିତ ହେବ ଏହି ମ୍ୟାଚ୍ । ରାତିରେ ସେଠାରେ ହାଲୁକା ଓନ୍ସ ଅଛି, ଯାହା ବୋଲରମାନଙ୍କ ପାଇଁ ଟିକେ ଅସୁବିଧା ସୃଷ୍ଟି କରିଥାଏ । ମୋଟ ଉପରେ ସେଠାରେ ଥିବା ପିଚ୍ ବୋଲର ଓ ବ୍ୟାଟ୍ସମ୍ୟାନଙ୍କୁ ସମାନ ଭାବରେ ସୁହାଇ ଥାଏ । ଆରମ୍ଭରେ, ଦ୍ରୁତ ବୋଲର ଓ ତା’ପରେ ସ୍ପିନରମାନେ ସାହାଯ୍ୟ ପାଆନ୍ତି ଓ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା ସହଜ ହୋଇଥାଏ । ଟସ୍ ଜିତିଥିବା ଦଳ ଏଠାରେ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରନ୍ତି । ପାଣିପାଗ ବିଷୟରେ କହିବାକୁ ଗଲେ, ଏହି ସମୟରେ ଦୁବାଇରେ ଭୟଙ୍କର ଗରମ ଅନୁଭବ କରାଯାଉଛି । ସେଠାରେ ସନ୍ଧ୍ୟା ସୁଦ୍ଧା ତାପମାତ୍ରା ପ୍ରାୟ ୩୫ ଡିଗ୍ରୀ ରହିବ ।
ଭାରତୀୟ ଦଳ : ରୋହିତ ଶର୍ମା(ଅଧିନାୟକ), କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ/ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଅଭେଶ ଖାନ/ଆର ଅଶ୍ୱିନ, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ ।
ପାକିସ୍ତାନ ଦଳ: ବାବର ଆଜମ(ଅଧିନାୟକ), ମହମ୍ମଦ ରିଜୱାନ, ଫଖାର ଜମାନ, ଅସିଫ ଅଲି, ଇଫତିଖାର ଅହମ୍ମଦ, ଖୁସଦିଲ ଶାହ, ଶଦାବ ଖାନ, ମହମ୍ମଦ ନୱାଜ/ ଉସମାନ କାଦିର, ମହମ୍ମଦ ହସନୈନ/ ଶହନୱାଜ ଦହନି, ନସିମ ଶାହ, ହ୍ୟାରିସ ରୌଫ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।