Olympics: ୪୧ ବର୍ଷ ପରେ ଭାରତ ହକି ସେମିଫାଇନାଲରେ ପହଞ୍ଚିଲା, ବ୍ରିଟେନକୁ ହରାଇଲା

India men’s hockey team enters Olympics semi-final, beats Britain | ଭାରତ ଅଲିମ୍ପିକ୍ସରେ ଶେଷ ଥର ପାଇଁ ପଦକ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ରୂପରେ ଜିତିଥିଲା । ଏବେ ଅଗଷ୍ଟ ୩ ତାରିଖରେ ଆୟୋଜିତ ହେବାକୁ ଥିବା ସେମିଫାଇନାଲ ମ୍ୟାଚରେ ଭାରତ ବେଲଜିୟମ ସହିତ ମୁହାଁମୁହିଁ ହେବ ।

ବିଜୟ ପରେ ଖୁସିରେ ଭାରତୀୟ ଦଳର ଖେଳାଳିମାନେ

ବିଜୟ ପରେ ଖୁସିରେ ଭାରତୀୟ ଦଳର ଖେଳାଳିମାନେ

  • Share this:
News18 Odia Digital

ନୂଆ ଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ (Tokyo Olympics 2021) ଭାରତ ପାଇଁ ଆଶା ଓ ଆନନ୍ଦ ବଢ଼ିଛି । ପି.ଭି. ସିନ୍ଧୁ ବ୍ୟାଡମିଣ୍ଟନରେ ବ୍ରୋଞ୍ଜ୍‌ ପଦକ ଜିତିବା ପରେ ହକିରେ ଗ୍ରେଟ୍‌ ବ୍ରିଟେନକୁ ୩-୧ରେ ପରାସ୍ତ କରି ୪୧ ବର୍ଷ ପରେ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ଏହି ବିଜୟ ପରେ ଭାରତୀୟ ଖେଳାଳିମାନଙ୍କ ଆଖିରେ ଖୁସିରେ ଲୁହ ଆସିଯାଇଥିଲା ।

ଟୋକିଓର ଓଇ ହକି ଷ୍ଟାଡିୟମରେ ଗ୍ରେଟ ବ୍ରିଟେନ ସହ ଖେଳାଯାଇଥିବା ପୁରୁଷ ହକି କ୍ୱାର୍ଟର-ଫାଇନାଲରେ ସେମିଫାଇନାଲ ମ୍ୟାଚରେ ଭାରତ (Indian Men’s Hockey Team) ଆରମ୍ଭରୁ ଦୃଢ଼ତାର ସହ ଖେଳିଥିଲା । ସପ୍ତମ ମିନିଟରେ ଦିଲପ୍ରୀତ ସିଂ ଭାରତ ପାଇଁ ପ୍ରଥମ ଗୋଲ ସ୍କୋର୍‌ କରି ବ୍ରିଟେନ ଉପରେ ଚାପ ପକାଇଥିଲେ । ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତ ନିଜର ଦବଦବା ବଜାୟ ରଖିଥିଲା ​​ଓ ୧୬ତମ ମିନିଟରେ ଗୁରୁଜନ୍ତ ସିଂ ଆଉ ଗୋଟିଏ ଗୋଲ ସ୍କୋର୍‌ କରି ମ୍ୟାଚକୁ ଭାରତ ସପକ୍ଷରେ ୨-୦ରେ ପହଞ୍ଚାଇଥିଲେ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ OSSC ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌: ମିଳିଲା୨୫ ଲକ୍ଷ ନଗଦ; ପୁଳା ପୁଳା ସୁନା

ତୃତୀୟ କ୍ୱାର୍ଟରରେ ବ୍ରିଟେନ ନିଜ ଚେଷ୍ଟା ବଢ଼ାଇଥିଲା ଓ ଗୋଟିଏ ପରେ ଗୋଟିଏ ତିନୋଟି ପେନାଲ୍ଟି କର୍ଣ୍ଣର୍‌ ପାଇଥିଲା । ଏଥିରେ ସାମୁଏଲ୍ ଇଆନ୍ ୱାର୍ଡ ଗୋଟିଏ ଗୋଲ୍ ଦେଇ ଭାରତର ଅଗ୍ରଣୀ ଭୂମିକାକୁ କାଟି ଦେଇଥିଲେ । କିନ୍ତୁ ଚତୁର୍ଥ କ୍ୱାର୍ଟରରେ ଭାରତ ପୁଣି ଥରେ ଦୃଢ଼ତାର ସହ ଖେଳିଥିଲା ଓଏବଂ ଖେଳ ଶେଷ ହେବାର ତିନି ମିନିଟ ପୂର୍ବରୁ ହାର୍ଦ୍ଦିକ ସିଂ ଗୋଟିଏ ଗୋଲ୍‌ ସ୍କୋର୍‌ କରି ଭାରତକୁ ୩-୧ରେ ଆଗରେ ରଖିଥିଲେ । ଏହା ସହିତ ଭାରତ ୪୧ ବର୍ଷ ପରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଥିଲା ।

ଜିତିବା ପରେଭାରତୀୟ ଖେଳାଳିମାନଙ୍କ ଆଖିରେ ଲୁହ ଆସିଥିଲା ।


ଭାରତ ଅଲିମ୍ପିକ୍ସରେ ଶେଷ ଥର ପାଇଁ ପଦକ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ରୂପରେ ଜିତିଥିଲା, କିନ୍ତୁ ସେତେବେଳେ କେବଳ ଛଅଟି ଦଳ ଅଂଶ ଗ୍ରହଣ କରିଥିଲେ ଏବଂ ଗୋଲ୍ଡ-ରୋବିନ ଆଧାରରେ ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ହୋଇଥିଲା । ଏହି ପରି ୧୯୭୨ ମ୍ୟୁନିକ୍‌ ଅଲିମ୍ପିକ୍ସ ପରେ ଭାରତ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛି । ଅଲିମ୍ପିକ୍ସରେ ଭାରତ ଓ ବ୍ରିଟେନର ଆମନାସାମନା ନବମ ଥର ପାଇଁ ହୋଇଛି । ଭାରତ ବର୍ତ୍ତମାନ ନିଜ ବୟର ଓ ପରଜୟର ରେକର୍ଡକୁ ୫-୪ରେ ପହଞ୍ଚାଇଛି ।

ଏହା ବି ପଢ଼ନ୍ତୁ | ଜଳି ମରିଥିବା ପ୍ରେମିକା ମିଛ କହିଲା ନା ଅଭିଯୁକ୍ତ ପ୍ରେମିକ ମିଛ କହୁଛି? ଗଞ୍ଜାମରେ ବଢ଼ିଲା ରହସ୍ୟ

ଅଗଷ୍ଟ ୩ ତାରିଖରେ ଆୟୋଜିତ ହେବାକୁ ଥିବା ସେମିଫାଇନାଲ ମ୍ୟାଚରେ ଭାରତ ବେଲଜିୟମ ସହିତ ମୁହାଁମୁହିଁ ହେବ। କ୍ୱାର୍ଟର-ଫାଇନାଲରେ ବେଲଜିୟମ ସ୍ପେନକୁ ୩-୧ରେ ପରାସ୍ତ କରିଛି । ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ପରସ୍ପରକୁ ଭେଟିବେ ।

ଅଷ୍ଟ୍ରେଲିଆଠାରୁ ୧-୭ ପରାଜିତ ହେବା ଛଡ଼ା ଭାରତୀୟ ପୁରୁଷ ହକି ଦଳ ଟୋକିଓରେ ଚମତ୍କାର ପ୍ରଦର୍ଶନ କରିଆସିଛି । ଲିଗ୍ ପର୍ଯ୍ୟାୟରେ ସେମାନେ ପାଞ୍ଚଟି ମ୍ୟାଚ୍ ମଧ୍ୟରୁ ଚାରିଟି ଜିତି କ୍ୱାର୍ଟର-ଫାଇନାଲରେ ପ୍ରବେଶ କରି ପୁଲ୍ ‘ଏ’ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ଅନ୍ୟ ପକ୍ଷରେ ବ୍ରିଟେନ୍‌ ଦୁଇଟି ବିଜୟ, ଦୁଇଟି ପରାଜୟ ଓ ଗୋଟିଏ ଡ୍ର ପରେ ପୁଲ୍ ‘ବି’ରେ ତୃତୀୟ ସ୍ଥାନ ହାସଲ କରିଛି । ଅଷ୍ଟ୍ରେଲିଆଠାରୁ ହାରିବା ପରେ ଭାରତ କ୍ରମାଗତ ତିନିଟି ମ୍ୟାଚ୍ ଜିତିଛି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବ୍ୟାପୁଛି ଡେଙ୍ଗୁ, ହେଲେ BMC ହାତ ବାନ୍ଧି ବସିଥିବାରୁ ଜନ ଅସନ୍ତୋଷ ବଢୁଛି

ଅଲିମ୍ପିକ୍ସରେ ଭାରତର ଶେଷ ପଦକ ୧୯୮୦ରେ ମସ୍କୋରେ ମିଳିଥିଲା । ସେତେବେଳେ ବାସୁଦେବ ଭାସ୍କରନଙ୍କ ଅଧିନାୟକତ୍ୱରେ ଦଳ ଏହି ସ୍ୱର୍ଣ୍ଣ ପଦକ ଜିତିଥିଲା । ସେବେଠାରୁ ଭାରତୀୟ ହକି ଦଳର ପ୍ରଦର୍ଶନ କ୍ରମାଗତ ଭାବେ ହ୍ରାସ ପାଇଥିଲା ଓ ୧୯୮୪ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ପଞ୍ଚମ ସ୍ଥାନ ହାସଲ କରିବା ପରେ ଦଳ ଆଉ ଭଲ କରିପାରି ନ ଥିଲା । ଦଳ ବେଜିଂରେ ୨୦୦୮ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା ଏବଂ ୨୦୧୬ ରିଓ ଅଲିମ୍ପିକ୍ସରେ ଅନ୍ତିମରେ ରହିଥିଲା ।

ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ହକି ଦଳର ପ୍ରଦର୍ଶନରେ ବହୁତ ଉନ୍ନତି ଘଟିଛି । ବିଶ୍ୱ ମାନ୍ୟତାରେ ତୃତୀୟ ସ୍ଥାନରେ ପହଞ୍ଚିଛି ଭାରତୀୟ ପୁରୁଷ ହକି ଦଳ । ଦୁଇ ବର୍ଷ ପୂର୍ବେ କୋଚ୍ ହୋଇଥିବା ଅଷ୍ଟ୍ରେଲିଆର ଗ୍ରାହାମ୍ ରିଡଙ୍କ ଯୋଗୁଁ ଖେଳାଳିମାନଙ୍କ ଆତ୍ମବିଶ୍ୱାସ ଓ ଫିଟନେସ୍ ସ୍ତର ବୃଦ୍ଧି ପାଇଛି । ପ୍ରଥମ ଚାପର ସମ୍ମୁଖୀନ ହେବା ପରେ ଦଳ ଆଉ ଶେଷ ମିନିଟ୍ ପର୍ଯ୍ୟନ୍ତ ଆଉ ହାର ମାନୁ ନାହିଁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଗ୍ୟାଙ୍ଗଷ୍ଟର୍ ହାଇଦର୍କୁ କେମିତି ଗୁଳି ଲାଗିଲା? ପୂରା ଏନ୍କାଉଣ୍ଟର୍ ଘଟଣାର ତଦନ୍ତ କରିବ OHRC

ରବିବାର ଦିନ ଭାରତର କ୍ରୀଡ଼ା ଜଗତ ପାଇଁ ବଡ଼ ଖୁସିର ଦିନ ଥିଲା । ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ରବିବାର ଦିନ ବ୍ରୋଞ୍ଜ୍‌ ପଦକ ଜିତି ଟୋକିଓ ଅଲିମ୍ପିକ୍ସରେ ଶଟଲର୍‌ ପି.ଭି. ସିନ୍ଧୁ ଭାରତ ପାଇଁ ଦ୍ୱିତୀୟ ପଦକ ହାସଲ କରିଥିଲେ ।



ଏହା ପୂର୍ବରୁ ରବିବାର ଦିନ ପୁରୁଷ ସୁପର୍‌ ହେଭି (+୯୧ କିଲୋଗ୍ରାମ୍‌) ବର୍ଗର କ୍ୱାର୍ଟର-ଫାଇନାଲରେ ଉଜବେକିସ୍ତାନର ବାଖୋଡିର ଜାଲୋଲୋଭଙ୍କ ବିରୋଧରେ ଭାରତୀୟ ବକ୍ସର ସତୀଶ କୁମାର ହାରିଯାଇଥିଲେ ।
Published by:Anand ST Das
First published: