ମହିଳା କ୍ରିକେଟ ଟିମ୍ (ପ୍ରତୀକାତ୍ମକ ଛବି)
News 18 Odia Digital
CWG 2022: କମନୱେଲଥ ଗେମସ ୨୦୨୨ ଖେଳାଯାଉଥିବା ମହିଳା କ୍ରିକେଟରେ ରବିବାର ପାକିସ୍ତାନ ବିପକ୍ଷରେ ଭାରତ ବଡ଼ ବିଜୟ ହାସଲ କରିଛି । ପାକିସ୍ତାନକୁ ଭାରତ ୮ ୱିକେଟ୍ରେ ପରାସ୍ତ କରିଛି । ସ୍ମୃତି ମନ୍ଧାନାଙ୍କ ଅର୍ଦ୍ଧଶତକ ବଳରେ ୧୧.୪ ଓଭରରେ ୨ଟି ୱିକେଟ ହରାଇ ଭାରତ ୧୦୨ ରନ୍ ସଂଗ୍ରହ କରିଛି । ବର୍ଷା ଯୋଗୁଁ ମ୍ୟାଚକୁ ୧୮ ଓଭର ଲେଖାଏଁ କରିଦିଆଯାଇଥିଲା । ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ନିର୍ଦ୍ଧାରିତ ୧୮ ଓଭରରେ ସମସ୍ତ ୱିକେଟ୍ ହରାଇ ୯୯ ରନ୍ ସଂଗ୍ରହ କରିବା ପରେ ଭାରତକୁ ୧୦୦ ରନ୍ର ବିଜୟ ଲକ୍ଷ୍ୟ ଥିଲା
ପ୍ରଥମ ପାଳିରେ ପାକିସ୍ତାନ ମୂଳରୁ ହିଁ ବିପର୍ଯ୍ୟୟର ସାମ୍ନା କରିଥିଲା । ବିନା ରନ୍ରେ ପ୍ରଥମ ୱିକେଟ ହରାଇଥିଲା । ମାତ୍ର ୯୯ ରନରେ ସମସ୍ତ ୱିକେଟ୍ ହରାଇଥିଲା ।
ଭାରତର ପାଳି ଆରମ୍ଭ କରିଥିଲେ ସେଫାଳି ବର୍ମା ଓ ସ୍ମୃତି ମନ୍ଧାନା। ଭାରତର ବିଜୟରେ ବଡ଼ ଭୂମିକା ନେଇଥିଲେ ସ୍ମୃତି ମନ୍ଧାନା। ସେ ୪୨ଟି ବଲ୍ ଖେଳି ବ୍ୟକ୍ତିଗତ ଭାବେ ଅପରାଜିତ ୬୩ ରନ୍ କରିଥିଲେ। ଏଥିରେ ୮ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ଭାରତକୁ ବିଜୟର ସ୍ଵାଦ ଚଖେଇଥିଲେ । ପ୍ରଥମ ମ୍ୟାଚରେ ପରାଜିତ ଭାରତ ଦ୍ୱିତୀୟ ମ୍ୟାଚ ଜିତି ୨ ପଏଣ୍ଟ ପାଇଛି ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।