ଭାରତର ବିଶ୍ୱକପ ସ୍ୱପ୍ନ ଚୁରମାର; ଇଂଲଣ୍ଡଠୁ ୧୦ ୱିକେଟରେ ହାରିଲା ଭାରତ

ଭାରତକୁ ୧୦ ଓ୍ବିକେଟରେ ହରାଇ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛି। ଆସନ୍ତା ରବିବାର ଦିନ ହେବାକୁ ଥିବା ଫାଇନାଲ ମ୍ୟାଚରେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ ।

ଇଂଲଣ୍ଡଠୁ ୧୦ ୱିକେଟରେ ହାରିଲା ଭାରତ

ଇଂଲଣ୍ଡଠୁ ୧୦ ୱିକେଟରେ ହାରିଲା ଭାରତ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଆଡିଲେଡ: ଆଇସିସି ଟୁର୍ନାମେଣ୍ଟରେ ବଡ ମ୍ୟାଚ୍‌ରେ ବିଫଳ ହୋଇଥିବା ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ଏହି ଧାରା ଜାରି ରଖିଛି ​​ଓ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ଖରାପ ହାରିବା ପରେ ଟୁର୍ନାମେଣ୍ଟରୁ ବାଦ ପଡିଛି। ଟିମ୍ ଇଣ୍ଡିଆ ସମ୍ମୁଖରେ ୧୬୯ ରନ୍ ଲକ୍ଷ୍ୟ ଥିଲା। କିନ୍ତୁ ଅଦ୍ୟାବଧି ଏହି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରୁଥିବା ଟିମ୍ ଇଣ୍ଡିଆର ଆଜି ଖରାପ ପ୍ରଦର୍ଶନ କରିଥିଲେ ଓ ଶେଷରେ ଟିମକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଭାରତକୁ ୧୦ ଓ୍ବିକେଟରେ ହରାଇ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛି। ଆସନ୍ତା ରବିବାର ଦିନ ହେବାକୁ ଥିବା ଫାଇନାଲ ମ୍ୟାଚରେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ ।

ଅଧିନାୟକ ଜୋସ୍ ବଟଲର୍ ଇନିଂସର ପ୍ରଥମ ଓଭରରେ ଭୁବନେଶ୍ୱର କୁମାରଙ୍କୁ ତିନି ଚୌକା ସହ ମ୍ୟାଚ୍‌କୁ ନିଜ ସପକ୍ଷରେ କରିଥିଲେ। ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତ ଆରମ୍ଭରୁ କେଏଲ ରାହୁଲଙ୍କ ଓ୍ବିକେଟ ହରାଇଥିଲେ ବି ରୋହିତ ଶର୍ମା ଓ ବିରାଟ କୋହଲି ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରୋହିତ ୨୭ ରନ କରି ଆଉଟ ହୋଇଥିବାବେଳେ କୋହଲି ନିଜର ଚମତ୍କାର ଫର୍ମ ବଜାୟ ରଖି ଅର୍ଦ୍ଧଶତକ ପୂରଣ କରିଥିଲେ । ରୋହିତଙ୍କ ପରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୧୪ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବିସ୍ଫୋରକ ବ୍ୟାଟିଂର ନମୁନା ଦେଖାଇଥିଲେ । ସେ ମାତ୍ର ୩୩ଟି ବଲରୁ ୬୩ ରନର ଇନିଂସ ଖେଳିଥିଲେ । ତେବେ ସେ ଶେଷ ବଲରେ ଦୁର୍ଭାଗ୍ୟଜନକ ଭାବେ ହିଟ୍ ଓ୍ବିକେଟ ହୋଇଥିଲେ । ଭାରତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୮ ରନ କରିଥିଲା ।

ଜୋସ୍ ବଟଲର ଓ ଆଲେକ୍ସ ହାଲ୍ସଙ୍କ ଯୋଡି ଭାରତୀୟ ବୋଲରଙ୍କ ବିପକ୍ଷରେ ନିଜ ସଟ୍ ଖେଳି ସେମାନଙ୍କ ପ୍ରଶଂସକଙ୍କୁ ସମ୍ପୂର୍ଣ୍ଣ ମନୋରଞ୍ଜନ କରିଥିଲେ ଓ ପ୍ରତ୍ୟେକ ସଟରେ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିବାରେ ଲାଗିଥିଲା।
Published by:Soumya Das
First published: