ଆଜି ଭାରତ ଆୟରଲ୍ୟାଣ୍ଡ ଟି-୨୦ ସିରିଜ୍..୫ ଭାରତୀୟଙ୍କ ଉପରେ ନଜର

ଆଜିଠାରୁ ଆରମ୍ଭ ହେଉଛି ଭାରତ ଆୟରଲ୍ୟାଣ୍ଡ ଟି- ୨୦ ମ୍ୟାଚ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତୀୟ ଦଳ ଆୟରଲ୍ୟାଣ୍ଡରେ ପହଞ୍ଚି ରଣନୀତି ଆରମ୍ଭ କରିସାରିଛି।

ଆଜିଠାରୁ ଆରମ୍ଭ ହେଉଛି ଭାରତ ଆୟରଲ୍ୟାଣ୍ଡ ଟି- ୨୦ ମ୍ୟାଚ

ଆଜିଠାରୁ ଆରମ୍ଭ ହେଉଛି ଭାରତ ଆୟରଲ୍ୟାଣ୍ଡ ଟି- ୨୦ ମ୍ୟାଚ

  • Share this:
NEWS 18 ODIA DIGITAL


ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହେଉଛି ଭାରତ ଆୟରଲ୍ୟାଣ୍ଡ ଟି- ୨୦ ମ୍ୟାଚ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତୀୟ ଦଳ ଆୟରଲ୍ୟାଣ୍ଡରେ ପହଞ୍ଚି ରଣନୀତି ଆରମ୍ଭ କରିସାରିଛି । ଆଜି ଏବଂ ୨୮ ତାରିଖରେ ଡଲବିନରେ ଘରୋଇ ଦଳ ବିପକ୍ଷରେ ଦୁଇଟି ଟି-୨୦ ଖେଳିବ ଦଳ । ଏହି ସିରିଜରେ ବିଶେଷ ଭାବେ ୫ ଭାରତୀୟ କ୍ରିକେଟର ଉମରାନ ମଲିକ, ରାହୁଲ ତ୍ରିପାଠୀ, ଦୀପକ ହୁଡ୍ଡା, ଅର୍ଶଦୀପ ସିଂହ ଓ ଭେଙ୍କେଟେଶ ଆୟାରଙ୍କ ଉପରେ ନଜର ରହିବ ।


ଯୁବ ଦ୍ରୁତ ବୋଲର ଉମରାନ୍ ମଲିକ ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଦଳରେ ସ୍ଥାନ ପାାଇଛନ୍ତି । ଘଣ୍ଟାକୁ ୧୫୦ କିମିରୁ ଅଧିକ ଗତିରେ ସେ ବୋଲିଂ କରିପାରନ୍ତି । ସେ ଆଇପିଏଲରେ ୧୪ଟି ମ୍ୟାଚରୁ ୨୨ଟି ଓ୍ୱିକେଟ ହାସଲ କରିଥିଲେ ।

ଡାହାଣହାତୀ ବ୍ୟଟସମାନ ରାହୁଲ ତ୍ରିପାଠୀଙ୍କର ଆଇପିଏଲରେ କ୍ରମାଗତ ଭଲ ପ୍ରଦର୍ଶନ ରହିଛି । ୨୦୨୨ ଆଇପିଏଲରେ ୧୪ଟି ମ୍ୟାଚରୁ ସେ ୪୧୩ ରନ ସଂଗ୍ରହ କରିଥିଲେ ।


ସେହିପରି ଅଲରାଉଣ୍ଡର ଦୀପକ ହୁଡ୍ଡା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ମ୍ୟଚ ଖେଳିବାର ସୁଯୋଗ ପାଇନଥିଲେ । ସେ ପୂର୍ବରୁ ଭାରତ ତରଫରୁ ଶ୍ରୀଲଙ୍କା ବିପକ୍ଷରେ ୩ଟି ଟି-୨୦ ମ୍ୟାଚ ଖେଳିଥିଲେ ।  ହେଲେ ମାତ୍ର ଗୋଟିଏ ମ୍ୟାଚରେ ହିଁ ସେ ବ୍ୟାଟିଂ କରିବାରେ ସୁଯୋଗ ପାଇଥିଲେ । ସେଥିରେ ସେ ୨୧ ରନ କରିଥିଲେ । ଚଳିତ ଆଇପିଏଲରେ ସେ ଲକ୍ଷ୍ନୌ ସୁପର ଜାଏଣ୍ଟସ ତରଫରୁ ୧୫ଟି ମ୍ୟାଚ ଖେଳି ୪୫୧ ରନ କରିଥିଲେ । ତେବେ ନିଜର ସ୍ଥାନ ବଜାୟ ରଖିବା ପାଇଁ ତାଙ୍କୁ ଆୟରଲ୍ୟାଣ୍ଡ ବିପକ୍ଷରେ ବଡ ସ୍କୋର କରିବାକୁ ପଡ଼ିବ ।

ବାମହାତୀ ଅର୍ଶଦୀପ ସିଂହ ଚଳିତ ଆଇପିଏଲରେ କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷରେ ୧୪ଟି ମ୍ୟାଚ ଖେଳି ୧୦ଟି ଓ୍ୱିକେଟ ହାସଲ କରିଥିଲେ । ଆଇପିଏଲ ପ୍ରଦର୍ଶନ ଆଧାରରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ତାଙ୍କୁ ମ୍ୟାଚ ଖେଳିବାର ସୁଯୋଗ ମିଳିନଥିଲା । ତେବେ ଏହି ମ୍ୟାଚରେ ଅର୍ଶଦୀପ୍ ଖେଳିବାର ସୁଯୋଗ ପାଇପାରନ୍ତି ।


ଭେଙ୍କେଟେଶ୍ୱର ଆୟାର ଜଣେ ଯୁବ ବ୍ୟଟସ୍ ମ୍ୟାନ। ସେ ଭାରତ ପାଇଁ ପୂର୍ବରୁ ୯ଟି ଟ୍ୱେଣ୍ଟି୨୦ ମ୍ୟାଚ ଖେଳିଥିଲେ ମଧ୍ୟ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ତେବେ ବଡ ସଟ୍ ମାରିବାରେ ସେ ଦକ୍ଷ ଥିବାରୁ ତାଙ୍କୁ ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ରେ ସୁଯୋଗ ମିଳିଛି । ବ୍ୟାଟିଂ  ସହ ବୋଲିଂଙ୍କ କରିବା ଦକ୍ଷତା ଥିବାରୁ ତାଙ୍କ ଉପରେ ବି ସମସ୍ତଙ୍କ ନଜର ରହିବ ।


ଭାରତ ତରଫରୁ ହାର୍ଦ୍ଦିକ ପାଣ୍ଡ୍ୟା , ଦିନେଶ କାର୍ତ୍ତିକ, ଭୁବନେଶ୍ୱର କୁମାର, ଇଶାନ କିଶାନ, ହର୍ଷଲ ପଟେଲ, ସୁର୍ଯ୍ୟକୁମାର ଯାଦବ, ରାହୁଲ ତ୍ରିପାଠୀ, ଦୀପକ ହୁଡ୍ଡା, ଭେଙ୍କଟେଶ, ଅକ୍ସର ପଟେଲ, ଆଭେସ ଖାନ, ଉମ୍ରନ ମଲିକ, ଅର୍ଶଦୀପ ସିଂହ, ରୁତୁରାଜ, ଯୁଜବେନ୍ଦ୍ର ଚାହାଲ, ରବି ବିଶୋଇ ପ୍ରମୁଖ ବିପକ୍ଷ ଆୟରଲ୍ୟାଣ୍ଡ ଟିମରେ ଅଛନ୍ତି ଆଣ୍ଡ୍ରିୟୁ ବାଲବର୍ନି, ହ୍ୟାରି ଟେକ୍ଟର, ଜର୍ଜ ଡକ୍ରେଲ, ଗାରେଥ ଡେଲାନି, ପଲ୍ ଷ୍ଟିରଲିଂ, କାର୍ଟିସ୍ କ୍ୟାମ୍ପର୍, ଷ୍ଟିଫେନ୍ ଡୋହେନି, ଲୋରକାନ୍ ଟକର୍, ମାର୍କ ଆଡେୟାର, କନୋର ଓଲଫର୍ଟ, ଜୋଶୁଆ ଲିଟିଲ, ଆଣ୍ଡି ମ୍ୟାକବ୍ରାଇନ୍, ବ୍ୟାରି ମ୍ୟାକକାରି, କ୍ରେଗ ୟଙ୍ଗ। ମ୍ୟାଚ ସନ୍ଧ୍ୟା ୭ଟାରୁ ୯ଟା ମଧ୍ୟରେ ଆରମ୍ଭ ହେବ ।
Published by:Soubhagya Mishra
First published: