News 18 Odia Digital
ଇତିହାସ ରଚିଛି ଭାରତୀୟ କ୍ରିକେଟ ଟିମ୍ (indian cricket team) । ଦ୍ୱିତୀୟ ଥର ପାଇଁ ଓ୍ବାଲ୍ଡ ଟେଷ୍ଟ ଚାମ୍ପିଅନସିପ୍ର (world test championship) ଫାଇନାଲରେ ପ୍ରବେଶ କରିଛି ଭାରତ । ଶ୍ରୀଲଙ୍କାକୁ (srilanka) ନ୍ୟୁଜିଲାଣ୍ଡ୍ ପରାସ୍ତ କରିବା ପରେ ଭାରତକୁ ଏହି ସୁଯୋଗ ମିଳିଛି । ଜୁନ୍ ୭ ତାରିଖରେ ଓଭାଲରେ ଫାଇନାଲ୍ ମ୍ୟାଚ୍ ଖେଳିବେ ଭାରତ ଓ ଅଷ୍ଟ୍ରେଲିଆ (Australia) ।
ସୋମବାର ସକାଳୁ ସକାଳୁ ବଢିଥିଲା କ୍ରିକେଟ୍ ପ୍ରେମୀଙ୍କ ହାର୍ଟବିଟ୍ (heartbeat) । ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ଡ୍ର ସମ୍ଭାବନା ଥିବାବେଳେ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ମ୍ୟାଚ୍ ଉପରେ ଥିଲା ନଜର । କିଓ୍ବିର ଓ୍ବିଲିୟମସନଙ୍କ ଲଢୁଆ ଇନିଂସ ଫଳରେ ସିଂହଳୀ ଟିମ୍ ମ୍ୟାଚ୍ ହାରିଥିଲା । ଆଉ ଅହମ୍ମଦାବାଦ ଟେଷ୍ଟ ନ ଜିତି ମଧ୍ୟ ଓ୍ବାଲ୍ଡ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲରେ ପ୍ରବେଶ କରିଥିଲା ଭାରତ । ଆଇସିସି ଇଭେଣ୍ଟରେ (icc event) ଭାରତ ପାଇଁ ନ୍ୟୁଜିଲାଣ୍ଡ ଟିମ୍ ଅନେକ ସମୟରେ ବାଟ ଓଗାଳିଥିବାବେଳେ ଏଥର ବରଦାନ ସାବ୍ୟସ୍ତ ହୋଇଛି ।
ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମ୍ୟାଚ୍ ଉପରେ ଥିଲା ସଭିଙ୍କ ନଜର । ମ୍ୟାଚ୍ ଜିତିବା ପାଇଁ ନ୍ୟୁଜିଲାଣ୍ଡକୁ ୨୮୫ ରନର ଟାର୍ଗେଟ୍ ଦେଇଥିଲା ଶ୍ରୀଲଙ୍କା । ଶେଷ ଦିନରେ ଏହି ଲକ୍ଷ୍ୟ ପୂରଣ କରିବା ଏତେଟା ସହଜ ନଥିଲା । ହେଲେ କେନ୍ ଓ୍ବିଲିୟମସନଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକୀୟ ଇନିଂସ ବଳରେ ମ୍ୟାଚ୍ ଜିତିନେଇଥିଲା ନ୍ୟୁଜିଲାଣ୍ଡ । ଶେଷ ୨୦ ଓଭରରେ ବିଜୟଲାଭ ପାଇଁ ଥିଲା ୧୫୦ ରନ୍ । କ୍ରିଜରେ ଜମିରହିଥିଲେ ଓ୍ବିଲୟମସନ୍ । ସ୍ଥିତି ଏଭଳି ହୋଇଥିଲା ନ୍ୟୁଜିଲାଣ୍ଡ ପାଇଁ ୩ ଓଭରରେ ଥିଲା ୨୦ ରନ୍ । ୬୮ ଓଭରରେ ୫ ରନ୍ କରି ଗୋଟିଏ ଓ୍ବିକେଟ୍ ହରାଇଥିଲା ନ୍ଯୁଜିଲାଣ୍ଡ । ୬୯ ଓଭରରେ ୭ ରନ୍ କରି ଏକ ଓ୍ବିକେଟ୍ ହରାଇଥିଲା ଦଳ । ଶେଷ ଓଭରରେ ୩ଟି ଓ୍ବିକେଟ୍ ହାତରେ ଥିବାବେଳେ ଆବଶ୍ୟକ ଥିଲା ୭ ରନ୍ । ମୈଦାନରେ ଥିଲେ ଓ୍ବିଲିୟମସନ୍ ଓ ମେଟ ହେନରୀ । ପ୍ରଥମ ବଲରେ ୧ ରନ୍ ନେଇଥିଲେ ଓ୍ବିଲିୟମସନ୍ । ଦ୍ବିତୀୟ ବଲରେ ୧ ରନ୍ ନେଇଥିଲେ ହେନରୀ । ହେଲେ ତୃତୀୟ ବଲରେ ରନ୍ ଆଉଟ୍ ହୋଇଥିଲେ ହେନରୀ । ଆଉ ଚତୁର୍ଥ ବଲରେ ଚୌକା ମାରିଥିଲେ ଓ୍ବିଲିୟମସନ୍ । ଶେଷରେ ଦୁଇ ବଲ୍ ପାଇଁ ଥିଲା ୧ ରନ୍ । ପଞ୍ଚମ ବଲରେ କୌଣସି ରନ୍ ହୋଇନଥିଲା । ଗୋଟିଏ ବଲକୁ ଗୋଟିଏ ରନ୍ ଥିବାବେଳେ ବଲ୍ ଥିଲା ଓ୍ବିକେଟ୍ କିପରଙ୍କ ପାଖରେ, ହେଲେ ରନ୍ ପାଇଁ ଧାଇଁଥିଲେ ଓ୍ବିଲିୟମସନ୍ । ବୋଲରଙ୍କ ଥ୍ରୋ ଷ୍ଟମ୍ପରେ ବାଜିଥିଲା, ଏଥି ପାଇଁ ଉତ୍ସାହିତ ହୋଇଥିଲେ ଶ୍ରୀଲଙ୍କା ଖେଳାଳି । ହେଲେ ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ଥିଲା ନଟଆଉଟ୍ । ଯାହାଫଳରେ ବିଜୟୀ ହୋଇଥିଲା ନ୍ୟୁଜିଲାଣ୍ଡ । ୨ ଓ୍ବିକେଟରେ କିଓ୍ବି ଟିମ୍ ଏହି ମ୍ୟାଚ୍ ଜିତିଥିବାବେଳେ ଶ୍ରୀଲଙ୍କ ମ୍ୟାଚ୍ ହାରିଥିଲା । ଆଉ ଧୂଳିସାତ୍ ହୋଇଥିଲା ଓ୍ବାଲ୍ଡ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲ ଆଶା । ଏଥି ସହ ଟିମ୍ ଇଣ୍ଡିଆକୁ ମିଳିଥିଲା ଫାଇନାଲ୍ ଟିକେଟ୍ ।
ଏପଟେ ଡ୍ର ହୋଇଛି ଭାରତ-ଅଷ୍ଟ୍ରେଲିଆ ଅହମ୍ମଦାବାଦ ଟେଷ୍ଟ । ଯାହାଫଳରେ ଭାରତ ୨-୧ରେ ସିରିଜ୍ ବିଜୟ ଲାଭ କରିଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ୍ କରିଥିବାବେଳେ ଭାରତ କରିଥିଲା ୫୭୧ ରନ୍ । ଦ୍ବିତୀୟ ଇନିଂସରେ କଙ୍ଗାରୁ ଟିମ୍ ୨ ଓ୍ବିକେ୍ଟ୍ ହରାଇ ୧୭୫ ରନ୍ କରିଥିଲା, ୫ ଦିନର ସମୟ ଶେଷ ହେବା ପରେ ଟିମ୍ ଇଣ୍ଡିଆ ଖେଳିବା ପାଇଁ ଆଉ ସୁଯୋଗ ପାଇନଥିଲା । ଯାହାଫଳରେ ଅହମ୍ମଦାବାଦ ଟେଷ୍ଟ ଡ୍ର ରେ ଶେଷ ହୋଇଛି ।
ଏହି ଖବର ପଢ଼ନ୍ତୁ -
http://ସୁନା ଗ୍ରାହକଙ୍କ ପାଇଁ ଖୁସି ଖବର: ୩୨୦୦ ଟଙ୍କାରୁ ଅଧିକ ହ୍ରାସ ପାଇଲା ଦରଜୁନ୍ରେ ହେବ ଓ୍ବାଲ୍ଡ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲ ଫାଇଟ୍ । ଟାଇଟଲ୍ ପାଇଁ ଓଭାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ଲଢେଇ । ଜୁନ୍ ୭ରୁ ଆରମ୍ଭ ହେବ ଟେଷ୍ଟ ମ୍ୟାଚ୍ । ଆଇସିସିର ଟେଷ୍ଚ ସୂଚୀରେ ଟିମ୍ ଇଣ୍ଡିଆ, ପ୍ରଥମ ଓ କଙ୍ଗାରୁ ଟିମ୍, ଦ୍ବିତୀୟ ସ୍ଥାନରେ ଥିବାରୁ ମ୍ୟାଚ୍ କଡ଼ା ମୁକାବିଲା ନେଇ ଆଶା କରାଯାଉଛି । ଭାରତ ଏହି ଚାମ୍ପିଅନସିପ୍ରେ ୧୮ଟି ମ୍ୟାଚ୍ ଖେଳିଛି । ଏଥିରୁ ୧୦ଟିରେ ବିଜୟ ଓ ୫ଟିରେ ପରାଜୟ ହୋଇଛି । ଟାଇମଲାଇନ୍ ଉପରେ ନଜର ପକାଇଲେ, ଇଂଲଣ୍ଡ ବିରୋଧରେ ୪ଟିକିଆ ଟେଷ୍ଟ ସିରିଜ୍ ୨-୨ରେ ବରାବର ହୋଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ୨ଟିକିଆ ଟେଷ୍ଟରେ ୧-୦ରେ ଭାରତ ବିଜୟୀ । ଦକ୍ଷିଣ ଆଫ୍ରିକା ବିରୋଧରେ ୩ଟିକିଆ ମ୍ୟାଚରେ ୧-୨ରେ ସିରିଜ୍ ପରାସ୍ତ । ସେହିଭଳି ୨ଟିକିଆ ମ୍ୟାଚରେ ଶ୍ରୀଲଙ୍କାକୁ ୨-୦ରେ ପରାସ୍ତ କରିଥିଲା ଭାରତ । ଏଥିସହ ବାଂଲାଦେଶକୁ ୨-୦ରେ ପରାଜିତ କରିଥିଲା ଦଳ । ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହି ଫାଇନାଲ୍ ସ୍ଥାନ ପକ୍କା କରିଛି ।
ଭାରତୀୟ କ୍ରିକେଟ୍ ଟିମ୍ ଇତିହାସ ରଚିବା ସହ ଦ୍ବିତୀୟ ଥର ପାଇଁ ଓ୍ବାର୍ଲଡ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲରେ ପ୍ରବେଶ କରିଛି । ଏଥର ରୋହିତ ଆଣ୍ଡ କୋ ଟାଇଟଲ୍ ହାତେଇବା ପାଇଁ ଭାରତୀୟ କ୍ରିକେଟପ୍ରେମୀ ଆଶା ରଖିଛନ୍ତି । ତେବେ ବିପକ୍ଷରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମ୍ ଥିବାରୁ ମ୍ୟାଚ୍ କାଣ୍ଟେ କି ଟକ୍କର ହେବ, ସେଥିରେ କୌଣସି ସନ୍ଦେହ ନାହିଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।