News 18 Odia Digital
ନୂଆଦିଲ୍ଲୀ: ଓପନିଂ ମ୍ୟାଚରେ ସ୍ପେନକୁ ୨-୦ରେ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ୧୫ଜାନୁଆରୀରେ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଖେଳିବ। ରବିବାର ଦିନ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଏହି ଜୋରଦାର ମ୍ୟାଚ୍ ହେବ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ।
ଜାନୁଆରୀ ୧୫ରେ ଡିଜନି ପ୍ଲସ୍ ହଟଷ୍ଟାର୍ ଆପ୍ ଏବଂ ୱେବସାଇଟରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ। ଏହା ବ୍ୟତୀତ ଆପଣ ଏହି ମ୍ୟାଚ୍ କୁ ୱାଚ୍ ଟୁ ହକି ଆପ୍ ଏବଂ ୱେବସାଇଟ୍ ରେ ଲାଇଭ୍ ଦେଖିପାରିବେ।
ଗତକାଲି ଭାରତ ୨-୦ ଗୋଲ୍ରେ ପ୍ରତିପକ୍ଷ ସ୍ପେନ୍କୁ ପରାସ୍ତ କରିଛି। ମ୍ୟାଚ୍ର ଦ୍ବାଦଶ ମିନିଟ୍ରେ ସୁନ୍ଦରଗଡ଼ ମାଟିର ପୁଅ ତଥା ଭାରତୀୟ ଦଳର ଉପଅଧିନାୟକ ଅମିତ ରୋହିଦାସ ପେନାଲ୍ଟି କର୍ଣ୍ଣର୍କୁ ଚମତ୍କାର ଗୋଲ୍ରେ ପରିଣତ କରିଥିଲେ। ଅମିତଙ୍କ ଏହି ଗୋଲ୍ ବଳରେ ଦଳ ୧-୦ରେ ଆଗୁଆ ରହିଥିଲା।
ହକି ବିଶ୍ୱକପ ପାଇଁ ଭାରତୀୟ ଦଳ | ହରମାନପ୍ରୀତ ସିଂ (କ୍ୟାପଟେନ), ପି.ଆର ଶ୍ରୀଜେଶ (ଗୋଲକିପର), ଅରମାନପ୍ରୀତ ସିଂ, ସୁରେନ୍ଦ୍ର କୁମାର, ବରୁଣ କୁମାର, ଅମିତ ରୋହିଦାସ, ନୀଲମ ସଞ୍ଜୀବ ଜେସ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନୀଲକାନ୍ତ ଶାର, ଶମଶର ସିଂ, ବିବେକ ସାଗର ପ୍ରସାଦ, କୃଷ୍ଣ ପଠକ (ଗୋଲକିପର), ଆକାଶଦୀପ ସିଂ, ଅଭିଷେକ, ସୁଖଜିତ ସିଂ, ମନଦୀପ ସିଂ ଏବଂ ଲଲିତ କୁମାର ଉପାଧ୍ୟାୟ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।