- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍-୨୦୨୩ରେ ଗୁରୁବାର ଭାରତ ବିଜୟୀ ହୋଇଛି। ଭାରତୀୟ ଟିମ୍ ୪-୨ ଗୋଲ୍ରେ ୱେଲ୍ସକୁ ପରାସ୍ତ କରିଛି। ଭାରତ ପୁଲ୍-ଡି’ରେ ଦ୍ବିତୀୟ ସ୍ଥାନରେ କ୍ରସ୍ ଓଭର ଖେଳିବ।
କଳିଙ୍ଗ ଷ୍ଟାଡିୟମ୍ରେ ଟିମ୍ ଇଣ୍ଡିଆ ତରଫରୁ ଶାମଶେର୍ ସିଂହ ପ୍ରଥମ ଗୋଲ୍ ଦେଇଥିଲେ। ୨୧ ମିନିଟରେ ପେନାଲ୍ଟି ଗୋଲ ଦେଇ ଭାରତକୁ ଆଗୁଆ କରିଥିଲେ। ଦ୍ବିତୀୟ କ୍ବାର୍ଟରେ ଆକାଶଦୀପ ସିଂହ ଅନ୍ୟ ଏକ ଗୋଲ ଦେଇ ଭାରତକୁ ୨-୦ ଗୋଲ୍ରେ ଅଗ୍ରଣୀ କରାଇଥିଲେ। ଆକାଶଦୀପ ମ୍ୟାଚ୍ର ୩୨ ମିନିଟ୍ରେ ଫିଲ୍ଡ ଗୋଲ୍ ଦେଇଥିଲେ।
ପୂର୍ବରୁ ପୁଲ-ଡି’ରେ ଇଂଲଣ୍ଡ କ୍ବାର୍ଟର ଫାଇନାଲକୁ ଯାଇସାରିଛି। ଭଲ ପ୍ରଦର୍ଶନ କରି ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସକ୍ରିୟ ଦେଖାଯାଇଥିଲେ। ୱେଲ୍ସ ତରଫରୁ ୪୨ ମିନିଟ୍ରେ ଫୁରଲଙ୍ଗ୍ ଗ୍ରେଥ୍ ଏକ ପେନାଲ୍ଟି ଗୋଲ୍ ଦେଇଥିଲେ। ସେହିପରି ଦଳର ଡ୍ରାପେର ଜାକୋବ୍ ୪୪ ମିନିଟରେ ଅନ୍ୟ ଏକ ଗୋଲ୍ ଦେଇ ନିଜ ଦଳକୁ ଭାରତର ସମକକ୍ଷ କରିଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।