News 18 Odia Digital
India vs Sri Lanka 3rd ODI ; ନୂଆଦିଲ୍ଲୀ: ଭାରତର ଐତିହାସିକ ବିଜୟ । ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚାଲିଥିବା ତୃତୀୟ ଦିନିକିଆ ତଥା ଅନ୍ତିମ ମ୍ୟାଚରେ ଭାରତର ବୃହତ ବିଜୟ । ଶ୍ରୀଲଙ୍କାକୁ ୩୧୭ ରନରେ ହରାଇଲା ଭାରତ । ମହମ୍ମଦ ସିରାଜଙ୍କ ଚାରିଟି ୱିକେଟ୍ ଓ ବିରାଟ କୋହଲିଙ୍କ ୧୬୬ ରନ କରିଥିଲେ । ଯାହାଫଳରେ ୩୧୭ ରନ୍ ସଂଗ୍ରହ କରି ଟିମ୍ ଇଣ୍ଡିଆକୁ ଏକ ବୃହତ୍ ବିଜୟରେ ପହଞ୍ଚାଇଛି । ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୩-୦ରେ ପରାସ୍ତ କରିଛି ଓ ବର୍ତ୍ତମାନ ସୁଦ୍ଧା ସର୍ବ ବୃହତ ବିଜୟ ହାସଲ କରିଛି ।
ଭାରତ ଦେଇଥିବା ୩୯୧ ରନ୍ର ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ପକ୍ଷରୁ ଅଭିଷ୍କା ଫର୍ଣ୍ଣାଣ୍ଡୋ ୧ ରନ୍(କ୍ୟାଚ୍ ଗିଲ୍, ବୋଲିଂ ଗିଲ୍), ନୁୱାନିଦୁ ଫର୍ଣ୍ଣାଣ୍ଡୋ ୧୯(ବୋଲ୍ଡ ସିରାଜ୍), କୁଶଲ ମେଣ୍ଡିସ୍ ୪ ରନ୍(କ୍ୟାଚ୍ ରାହୁଲ, ବୋଲିଂ ସିରାଜ୍), ଚରିତ ଅସଲଙ୍କା ୧ ରନ୍(କ୍ୟାଚ୍ ପଟେଲ, ବୋଲିଂ ସାମି), ଦାଶୁନ ଶାଣକା ୧୧ ରନ୍(ବୋଲ୍ଡ କୁଲଦୀପ), ୱାନିନ୍ଦୁ ହସରଙ୍ଗା ୧ ରନ୍(ବୋଲ୍ଡ ସିରାଜ୍), ଚମିକା କରୁଣାରତ୍ନେ ୧ ରନ୍(ରନ୍ ଆଉଟ୍ ସିରାଜ୍), ଦୁନିଥ ୱେଲାଲାଗେ ୩ ରନ୍(କ୍ୟାଚ୍ ଯାଦବ, ବୋଲିଂ ସାମି), କସୁନ ରଜିତା ଅପରାଜିତ ୧୩ ରନ୍, ଲହିରୁ କୁମାରା ୯ ରନ୍(ବୋଲ୍ଡ କୁଲଦୀପ) କରିଥିଲେ। ଆହତ ଯୋଗୁ ଅଶିନ ବଣ୍ଡାରା ବ୍ୟାଟିଂ କରିବାକୁ ଫିଲ୍ଡକୁ ଆସି ପାରି ନ ଥିଲେ। ବିରାଟ କୋହଲି ପ୍ଲେୟାର ଅଫ୍ ଦ ମ୍ୟାଚ୍ ଓ ପ୍ଲେୟାର ଅଫ୍ ଦ ସିରିଜ୍ ଦୁଇଟି ଯାକ ଟାଇଟଲ ହାତେଇଥିଲେ। ସେ ତୃତୀୟ ଦିନିକିଆରେ ୧୬୬ ରନ କରିଥିଲେ।
https://odia.news18.com/news/trending/nepal-plane-crash-total-of-72-passengers-died-4srm-150123-srm-148361.htmlPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।