News18 Odia Digital
Jio Cinema : ଜିଓ ସିନେମାର ବ୍ରାଣ୍ତ ଆମ୍ବାସାଡର ହେଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା । ହିଟ୍ମ୍ୟାନ୍ ଭାବେ ପରିଚିତ ରୋହିତ ଶର୍ମା ଅଧିନାୟକ ଓ ଖେଳାଳି ଭାବେ ନିଜ ନାମରେ ଅନେକ ସୃଷ୍ଟି କରିଛନ୍ତି ମଧ୍ୟ । ଏବେ କ୍ରୀଡ଼ା କାର୍ଯ୍ୟକ୍ରମକୁ ଡିଜିଟାଲ୍ ମାଧ୍ୟମରେ ଦେଖିବା ଲାଗି ଜିଓ ସିନେମାର ରହିଥିବା ଲକ୍ଷ୍ୟକୁ ପୂରଣ କରିବା ଲାଗି ରୋହିତ ନୂଆ ଚେହେରା ହେବେ ।
ବିବିଧ ଅଭିଯାନ ସମ୍ଭାର ଜରିଆରେ ଡିଜିଟାଲ୍ ମାଧ୍ୟମକୁ କ୍ରୀଡ଼ା କାର୍ଯ୍ୟକ୍ରମ ଦେଖିବାର ପରିପୂରକ କରିବା ଲାଗି ରହିଥିବା ସମାନ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ରୋହିତ ଶର୍ମା ଜିଓ ସିନେମା ସହିତ ମିଶି କାର୍ଯ୍ୟ କରିବେ। ସବୁ ପ୍ରକାର ପ୍ରିମିୟମ୍ କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ ଜିଓ ସିନେମାର ଡିଜିଟାଲ୍ ପ୍ରଥମ ଉପସ୍ଥାପନାକୁ ସେ ସାରା ଦେଶରେ ପହଂଚାଇବ ସହିତ ପ୍ରଶଂସକଙ୍କ ସଂଖ୍ୟାକୁ ଆହୁରି ବ୍ୟାପକ କରିବେ।
ରୋହିତ ଶର୍ମା କହିଛନ୍ତି ଯେ, "ଭାରତରେ ମୋବାଇଲ୍ ଫୋନ୍ ଓ ଟିଭିରେ ଖେଳ ଦେଖିବାର ପଦ୍ଧତିକୁ ବଦଳାଇବାର ମାର୍ଗକୁ ପ୍ରଶସ୍ତ କରିବା ଦିଗରେ ଜିଓ ସିନେମା କାର୍ଯ୍ୟ କରୁଛି । ବିକଳ୍ପ ପ୍ରଦାନ କରିବାର ଉଲ୍ଲେଖନୀୟ କ୍ଷେତ୍ରରେ ବାସ୍ତବରେ ପ୍ରଶଂସକମାନଙ୍କୁ ସଶକ୍ତ କରିଛି । ଜିଓ ସିନେମା ସହିତ ଯୋଡ଼ି ହେବା ଓ ଏହି ଯାତ୍ରାର ଏକ ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି କାରଣ ଡିଜିଟାଲ୍ ପ୍ଲାଟଫର୍ମକୁ ରୂପାନ୍ତରଣ କରିବା ଲାଗି ଏହା ସକ୍ଷମ କରୁଛି ଏବଂ ପ୍ରଶଂସକମାନଙ୍କୁ ନମନୀୟତା, ଭାବପୂର୍ଣ୍ଣ ତଥା ବ୍ୟକ୍ତିଗତ ପସନ୍ଦକୁ ସୁହାଇବା ଭଳି ସୁବିଧା ପ୍ରଦାନ କରୁଛି।''
ଭାୟାକମ୍୧୮ ସ୍ପୋର୍ଟସ୍ର ସିଇଓ ଅନିଲ ଜୟରାଜ କହିଛନ୍ତି ଯେ, "ରୋହିତ ଶର୍ମା କ୍ରୀଡ଼ା ଭାବନା ଓ ଅତୁଳନୀୟ ନେତୃତ୍ୱର ପ୍ରତୀକ ହୋଇଥିବା ବେଳେ ଏଭଳି ମୂଲ୍ୟବୋଧ ଉପସ୍ଥାପନ କରିଛନ୍ତି ଯାହାକୁ ପ୍ରଶଂସକ ଓ ଖେଳାଳୀ ଉଭୟ ପସନ୍ଦ କରୁଛନ୍ତି। ଆମର କ୍ରୀଡ଼ା କାର୍ଯ୍ୟକ୍ରମ ଉପସ୍ଥାପନା ଓ ବର୍ତମାନ ଚାଲିଥିବା ଆଇପିଏଲ୍ ସାଙ୍ଗକୁ ପ୍ରଶଂସକମାନଙ୍କ ସହିତ ଯୋଡ଼ି ହେବା ଲାଗି ରୋହିତଙ୍କ ଦକ୍ଷତା ବଳରେ ଏହି ସହଯୋଗିତା ଭାରତରେ ଅଗ୍ରଣୀ ହେବା ଲାଗି ଆମର ଲକ୍ଷ୍ୟ ଦିଗରେ ଏକ ପ୍ରାକୃତିକ ସମ୍ପ୍ରସାରଣ ଯାହା ଏକ ଆକର୍ଷଣୀୟ ଭବିଷ୍ୟତ ପ୍ରଦାନ କରିବ।''
ଭାରତରେ ସବୁ ଦର୍ଶକମାନଙ୍କ ଲାଗି ଜିଓ ସିନେମା ପକ୍ଷରୁ ଟାଟା ଆଇପିଏଲ୍ ୨୦୨୩ର ମାଗଣା ଷ୍ଟ୍ରିମିଂ ଯୋଗୁ ପ୍ରଥମ ଦୁଇ ସପ୍ତାହରେ ରେକର୍ଡ ୫୫୦ କୋଟିରୁ ଅଧିକ ଥର ଦର୍ଶକ ଏହାକୁ ଦେଖିପାରିଛନ୍ତି। ୨୦୨୩ ଏପ୍ରିଲ୍ ୭ରେ ଚେନ୍ନାଇ ସୁପର କିଙ୍ଗସ୍ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍କୁ ରେକର୍ଡ ୨.୪ କୋଟିରୁ ଅଧିକ ଦର୍ଶକ ଦେଖିଥିଲେ। ଏହାର ପାଂଚ ଦିନ ପୂର୍ବରୁ ଏପ୍ରିଲ୍ ୧୨ରେ ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗସ୍ ବନାମ ରାଜସ୍ଥାନ ରୟାଲ୍ସ ମ୍ୟାଚ୍କୁ ୨.୨ କୋଟି ଦର୍ଶକ ଦେଖିବା ସହ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଥିଲା।
ପଢନ୍ତୁ ଏହି ଖବର :
ICICI Bankର ବଡ଼ ଉପହାର; ବରିଷ୍ଠ ନାଗରିକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ...ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।