T20 WC: Ind Vs SCO: ଭାରତ ପାଇଲା ସବୁଠୁ ବଡ଼ ବିଜୟ; ସ୍କଟଲ୍ୟାଣ୍ଡକୁ ମାତ୍ର ୩୯ ବଲରେ ହରେଇଲା

T20 WC Ind Vs SCO: India beats Scotland with a big record | ଏହି ବିଜୟ ଟିମ୍ ଇଣ୍ଡିଆର ନେଟ୍ ରନ୍ ହାରକୁ ଯଥେଷ୍ଟ ଉନ୍ନତ କରିବାରେ ସାହାଯ୍ୟ କରିଛି, କିନ୍ତୁ ଏବେ ବି ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନର ଫଳାଫଳ ଉପରେ ଏହି ବିଶ୍ୱ କପରେ ଭାରତର ଭବିଷ୍ୟତ ନିର୍ଭରଶୀଳ ରହିଛି ।

କେ.ଏଲ୍. ରାହୁଲ (KL Rahul) ଓ ରୋହିତ ଶର୍ମାଙ୍କ (Rohit Sharma) ଚମତ୍କାର ବ୍ୟାଟିଂ ଯୋଗୁଁ ଭାରତ ସ୍କଟଲ୍ୟାଣ୍ଡକୁ ଆଠ ୱିକେଟରେ ହରେଇଲା ।

କେ.ଏଲ୍. ରାହୁଲ (KL Rahul) ଓ ରୋହିତ ଶର୍ମାଙ୍କ (Rohit Sharma) ଚମତ୍କାର ବ୍ୟାଟିଂ ଯୋଗୁଁ ଭାରତ ସ୍କଟଲ୍ୟାଣ୍ଡକୁ ଆଠ ୱିକେଟରେ ହରେଇଲା ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଟି-୨୦ ବିଶ୍ୱ କପର (T20 World Cup) ୩୭ତମ ମ୍ୟାଚରେ ଭାରତ ସ୍କଟଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଏହା ହେଉଛି ଭାରତର ଦ୍ୱିତୀୟ ବିଜୟ ।ସ୍କଟଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତ (IND vs SCO) ସାମ୍ନାରେ ମାତ୍ର ୮୬ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଯାହାକୁ ଟିମ୍ ଇଣ୍ଡିଆ (Team India) ୬.୩ ଓଭରରେ ଦୁଇଟି ୱିକେଟ୍ ହରାଇ ହାସଲ କରିନେଇଥିଲା ।

ଭାରତ ଏହି ମ୍ୟାଚକୁ ମାତ୍ର ୩୯ଟି ବଲରେ ଜିତିଛି, ଯାହା ଟି-୨୦ ଇତିହାସରେ ବଲ୍‌ ସଂଖ୍ୟା ଦୃଷ୍ଟିରୁ ସବୁଠୁ ବଡ଼ ବିଜୟ । ଭାରତୀୟ ଓପନର୍ କେ.ଏଲ୍ ରାହୁଲ୍‌ (KL Rahul) ୧୯ଟି ବଲରେ ୫୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ସେ ଛଅଟି ଚୌକା ଓ ତିନିଟି ଛକ୍କା ମାରିଥିଲେ । ରୋହିତ ଶର୍ମା (Rohit Sharma) ପାଞ୍ଚଟି ଚୌକା ଓ ଗୋଟିଏ ଛକ୍କା ସାହାଯ୍ୟରେ ୧୬ଟି ବଲରେ ୩୦ ରନ୍ ସଂଗ୍ରହ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Virat Kohli: ଖାଲି କ୍ରିକେଟ୍ ନୁହେଁ, ଲୁକ୍ ଫ୍ୟାଶନ ଦୃଷ୍ଟିରୁ ବି ଆଗରେ ରହନ୍ତି ବିରାଟ କୋହଲି

ଏହା ପୂର୍ବରୁ ମହମ୍ମଦ ଶାମି (Mohammad Shami) ଓ ରବିନ୍ଦ୍ର ଜାଡେଜାଙ୍କ (Ravindra Jadeja) ନେତୃତ୍ୱରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରି ୧୭.୪ ଓଭରରେ ସ୍କଟଲ୍ୟାଣ୍ଡକୁ ମାତ୍ର ୮୫ ରନରେ ଅଲ୍‌-ଆଉଟ୍ କରିଦେଇଥିଲେ । ଭାରତୀୟ ଅଧିନାୟକ ବିରାଟ କୋହଲି (Virat Kohli) ଟସ୍ ଜିତି ନିଜ ୩୩ତମ ଜନ୍ମ ଦିନରେ (Virat Kohli birthday) ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମେ ବୋଲିଂ କରିବାକୁ ଚୟନ କରିଥିଲେ ।

ଏହା ବି ପଢ଼ନ୍ତୁ | T20 World Cup: କେଉଁ ଦେଶ ଜିତିବ ବିଶ୍ୱ କପ୍? ବୀରେନ୍ଦ୍ର ସେହୱାଗ୍ ଭବିଷ୍ୟତ ବାଣୀ କଲେ

ଫାଷ୍ଟ୍‌ ବୋଲର୍‌ ଜସପ୍ରିତ ବୁମ୍ରା (Jaspreet Bumrah) ବିପଜ୍ଜନକ ବୋଲିଂ କରି ସ୍କଟଲ୍ୟାଣ୍ଡକୁ ଏକ ଭଲ ଆରମ୍ଭ କରିବାକୁ ଦେଇ ନ ଥିଲେ । କ୍ରିକେଟର ଏହି ଫର୍ମାଟରେ ୟୁଜବେନ୍ଦ୍ର ଚହଲଙ୍କୁ (65 ୱିକେଟ୍) ପଛରେ ପକାଇ ବୁମ୍ରା ଏବେ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି ହୋଇଗଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIRAL VIDEO | ଶାହରୁଖଙ୍କ ଏହି କଥାରେ ହସିଉଠିଥିଲେ ଅମିତାଭ; ଅଭିଷେକଙ୍କ ବିଷୟରେ ଥିଲା କଥା

ସ୍କଟଲ୍ୟାଣ୍ଡର ଓପନର୍ ଜର୍ଜ ମୁନ୍ସି (୧୯ଟି ବଲରୁ ୨୪) ବୁମ୍ରାଙ୍କ ବଲରେ ସ୍କୋୟାର୍‌ ଲେଗରେ ଗୋଟେ ଛକ୍କା ଓ ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ଚୌକା ମାରି ନିଜ ହାତ ଖୋଲିବାର ସଙ୍କେତ ଦେଇଥିଲେ । ସ୍କଟଲ୍ୟାଣ୍ଡର ଅଧିନାୟକ କାଇଲ୍ କୋଏଟ୍ଜରଙ୍କୁ (୧) ବୁମ୍ରା ପ୍ରଥମେ ଗୋଟି ୟୋର୍କର୍‌ ବୋଲିଂ କରିଥିଲେ ଓ ତା’ ପରେ ଏକ ମନ୍ଥର ବଲ୍‌ ବୋଲିଂ କରି ବୋଲ୍ଡ କରିଥିଲେ । ମହମ୍ମଦ ଶାମି ଜର୍ଜ ମୁନ୍ସିଙ୍କୁ ପ୍ୟାଭିଲିୟନକୁ ପଠାଇଥିଲେ । ଶାମି ଓ ଜାଡେଜା ୧୫ ରନ୍ ଲେଖାଏଁ ଦେଇ ତିନି-ତିନୋଟି ୱିକେଟ୍ ନେଇଥିଲେ । ଜାଡେଜା ମାଥ୍ୟୁ କ୍ରସ୍ (୨), ରିଚି ବେରଙ୍ଗଟନ୍ (୦) ଓ ମାଇକେଲ୍ ଲିସ୍କଙ୍କୁ (୧୨ ବଲରୁ ୨୧) ଆଉଟ୍‌ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | PM Modi@LoC: ସୈନ୍ୟମାନଙ୍କ ସହ ଦୀପାବଳୀ ପାଳନ କଲେ ମୋଦି; ସର୍ଜିକାଲ୍ ଷ୍ଟ୍ରାଇକ୍ କଥା କହିଲେ

ସ୍କଟଲ୍ୟାଣ୍ଡର ସ୍କୋର୍‌ ଦଶ ଓଭର ପରେ ଚାରିଟି ୱିକେଟ୍‌ ହରାଇ ୪୪ ରନ୍‌ ହୋଇଥିଲା । ତା’ ପରେ ଭାରତୀୟ ବୋଲରମାନେ ଆଉ ପଛକୁ ଚାହିଁ ନ ଥିଲେ । କାଲୁମ୍ ମ୍ୟାକ୍ଲିଡ ୨୮ଟି ବଲରେ ୧୬ ରନ୍ ସ୍କୋର୍‌ କରିଥିଲେ, ସେତିକି ବେଳେ ଶାମି ତାଙ୍କ ଇନିଂସ୍‌ ଶେଷ କରିଦେଇଥିଲେ। ନାମିବିଆ ଓ ଆଫଗାନିସ୍ତାନ ପରି ଅଧିକ କିମ୍ବା କମ୍ ଦୁର୍ବଳ ଦଳ ବିପକ୍ଷରେ ସ୍କଟଲ୍ୟାଣ୍ଡର ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରି ନ ଥିଲେ । ଭାରତ ପାଇଁ ରବିଚନ୍ଦ୍ରନ ଅଶ୍ୱିନ୍‌ ୨୯ ରନ ଦେଇ ଗୋଟିଏ ୱିକେଟ୍ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ମାତ୍ର ୧୫ ରନ୍ ଦେଇଥିଲେ ବି କୌଣସି ୱିକେଟ୍ ପାଇ ନ ଥିଲେ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ଡବଲ୍ମର୍ଡ଼ର: ନାବାଳକ ପୁଅ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ; ପୋଲିସ ନିକଟରେ ସ୍ୱୀକାର କଲା

ଟି୨୦ ବିଶ୍ୱ କପରେ (T20 World Cup) ଟିମ୍‌ ଇଣ୍ଡିଆର (Team India) ଓପନର୍ କେ.ଏଲ୍. ରାହୁଲ (KL Rahul) ଓ ରୋହିତ ଶର୍ମାଙ୍କ (Rohit Sharma) ଚମତ୍କାର ବ୍ୟାଟିଂ ଯୋଗୁଁ ଭାରତ ସ୍କଟଲ୍ୟାଣ୍ଡକୁ ଆଠ ୱିକେଟରେ ହରେଇବାରେ ସକ୍ଷମ ହୋଇଥିଲା । କେ.ଏଲ୍‌. ରାହୁଲ ମାତ୍ର ୧୮ଟି ବଲରେ ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚକୁ ଏକ ଛକ୍କା ମାରି ଶେଷ କରିଥିଲେ ।

ଏହା ବି ପଢ଼ନ୍ତୁ | ‘‘ସରିଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର କଲେଜ୍ ଛାତ୍ରୀ

ଏହି ବିଜୟ ଟିମ୍‌ ଇଣ୍ଡିଆର ନେଟ୍‌ ରନ୍ ହାରକୁ ଯଥେଷ୍ଟ ଉନ୍ନତ କରିବାରେ ସାହାଯ୍ୟ କରିଛି, କିନ୍ତୁ ଏବେ ବି ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନର ଫଳାଫଳ ଉପରେ ଏହି ବିଶ୍ୱ କପରେ ଭାରତର ଭବିଷ୍ୟତ ନିର୍ଭରଶୀଳ ରହିଛି । ସ୍କଟଲ୍ୟାଣ୍ଡ ସହ ଏହି ମ୍ୟାଚରେ ଭାରତ ପ୍ରଥମେ ବୋଲିଂ କରିଥିଲା । ମହମ୍ମଦ ଶାମି ଓ ରବିନ୍ଦ୍ର ଜାଡେଜା ଭୟଙ୍କର ବୋଲିଂ କରିଥିଲେ । ଜସପ୍ରୀତ ବୁମରା ବି ଦୁଇଟି ୱିକେଟ୍ ନେଇଥିଲେ । ୧୭.୪ ଓଭରରେ ସ୍କଟଲ୍ୟାଣ୍ଡ୍‌ ମାତ୍ର ୮୫ ରନ୍ ସଂଗ୍ରହ କରି ଅଲ୍‌-ଆଉଟ୍‌ ହୋଇଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ଜୟ ଜଗନ୍ନାଥ, ରସଗୋଲା ଆମର’’: ରିଆଲିଟି ଶୋରେ ଓଡ଼ିଶାର ରସଗୋଲା! ଚର୍ଚ୍ଚାରେ ଓଡି଼ଆ ଝିଅ

ଏହି ମ୍ୟାଚରେ ଭାରତ ଗୋଟିଏ ପରିବର୍ତ୍ତନ କରି ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଆଣିଥିଲା । ସ୍କଟଲ୍ୟାଣ୍ଡ୍‌ ନିଜ ଟିମକୁ ଅପରିବର୍ତ୍ତିତ ରଖିଥିଲା । ପାକିସ୍ଥାନ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ସହିବା ପରେ ଭାରତ ଆଫଗାନିସ୍ତାନକୁ ୬୬ ରନରେ ହରାଇ ଏହି ବିଶ୍ୱ କପରେ ନିଜ ଖାତା ଖୋଲିଥିଲା ।
Published by:Anand S.T. Das
First published: