India vs west Indies: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଜିତିଲା ଟିମ୍ ଇଣ୍ଡିଆ

ତ୍ରିନିଦାଦରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଭାରତ ଘରୋଇ ଦଳକୁ ୨ ଓ୍ୱିକେଟରେ ପରାସ୍ତ କରିଛି। ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମେ ବ୍ୟାଟିଂ କରିଥିଲା।

 ଭାରତ ୱେ୍ଟଇଣ୍ଡିଜ ତୃତୀୟ ଦିନିକିଆ

ଭାରତ ୱେ୍ଟଇଣ୍ଡିଜ ତୃତୀୟ ଦିନିକିଆ

  • News18 Odia
  • Last Updated :
  • Odisha (Orissa)
  • Share this:
News 18 Odia Digital

India vs west Indies:  ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଜିତିଲା ଟିମ୍ ଇଣ୍ଡିଆ। ତ୍ରିନିଦାଦରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଭାରତ ଘରୋଇ ଦଳକୁ ୨ ଓ୍ୱିକେଟରେ ପରାସ୍ତ କରିଛି। ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ୱିକେଟ ହରାଇ ୩୧୧ ରନ କରିଥିଲା। ଦଳ ପକ୍ଷରୁ ସାଇ ହୋପ୍ ୧୧୫ ରନ କରିଥିଲେ। ସେହିଭଳି ପୁରନ ୭୪ ରନ କରିଥିଲେ।

ଭାରତ ପକ୍ଷରୁ ସାର୍ଦ୍ଦୁଳ ଠାକୁର ୩ ଓ୍ୱିକେଟ ନେଇଥିଲେ। ସେପଟେ ଜବାବରେ ଶିଖର ଧାଓ୍ୱନଙ୍କ ଟିମ୍ ଦୁଇଟି ବଲ ବାକି ଥାଇ ମ୍ୟାଚ୍ ଜିତି ନେଇଥିଲା। ଭାରତ ପକ୍ଷରୁ ଶ୍ରେୟସ ଆୟର, ସଞ୍ଜୁ ସାମସନ୍ ଓ ଅକ୍ସର ପଟେଲ ଅର୍ଦ୍ଧଶତକ କରିଥିଲେ। ମାତ୍ର ୩୫ ବଲରେ ୬୪ ରନ କରିଥିବା ଅକ୍ସର ମ୍ୟାନ୍ ଅଫ ଦି ମ୍ୟାଚ୍ ହୋଇଛନ୍ତି। ଏହି ବିଜୟ ସହ ଭାରତ ଦିନିକିଆ ସିରିଜକୁ ୨-୦ରେ ଜିତି ନେଇଛି।

ସେହିପରି କେଲ୍ ମେୟର୍ସ ୩୯ ରନ୍ କରିଥିଲେ । ଶମରାହ ବ୍ରୁକସ ୩୫ ରନ୍ କରିଥିବାବେଲେ ଅଧିନାୟକ ନିକୋଲାସ ପୁରନ ୭୪ ରନ୍ କରିଥିଲେ । ପ୍ରଥମ ଇଂନିସ ଶେଷ ବେଳକୁ ରୋମାରିଓ ଶେଫର୍ଡ (୧୫ରନ୍) ଓ ଅକିଲ ହୁସେନ (୬ରନ୍) କରି କ୍ରିୀଜରେ ଦଣ୍ଡାୟମାନ ରହିଥିଲେ ।
Published by:Soumyashree Mishra
First published: