ଟି -୨୦ ମ୍ୟାଚ୍ ୧୬ରନରେ ଜିତିଲା ଭାରତ
- News18 Odia
- Last Updated :
- Other, India
News 18 Odia Digital
ନୂଆଦିଲ୍ଲୀ: ଭାରତ ରବିବାର ଦିନ ଦକ୍ଷିଣ ଆଫ୍ରିକାକୁ ୧୬ ରନରେ ପରାସ୍ତ କରି ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଅଗ୍ରଣୀ ହାସଲ କରିଛି। ମିଲରଙ୍କ ୧୦୬ ରନ ଏବଂ କ୍ଵିଣ୍ଟନ ଡିକକ୍ଙ୍କ ୬୯ ରନ ସତ୍ତ୍ୱେ ଦଳ ଜିତିପାରିନାହିଁ। ସାଉଥ୍ ଆଫ୍ରିକା ଟିମ୍ ୨୦ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୧ ରନ କରି ପାରିଥିଲା। କ୍ଵିଣ୍ଟନ ଡିକକ୍ ଏବଂ ଆଡନ ମାରକ୍ରମ ୪୬ ରନ ଯୋଡିଥିଲେ। ମାରକ୍ରମ ୧୯ ବଲ୍ରୁ ୩୩ ରନ କରି ଆଉଟ୍ ହୋଇଥିଲେ। ଡେଭିଡ୍ ମିଲର ଧୂଆଁଧାର ବ୍ୟାଟିଂ ଚୌକା ଏବଂ ଛକା ବର୍ଷା କରି ମାତ୍ର ୪୬ ବଲ୍ରେ ଶତକ ପୂରଣ କରିଥିଲେ। ସେ ୪୭ ବଲ୍ରୁ ୮ ଚୌକା ଏବଂ ୭ ଛକା ସହ ୧୦୬ ରନ କରି ଅପରାଜିତ ଥିଲେ। ଡିକକ୍ ୪୮ ବଲ୍ରୁ ୩ ଚୌକା ଏବଂ ୪ ଛକା ସହ ୬୯ ରନ କରିଥିଲେ।
ଆରପଟେ ରୋହିତ ଶର୍ମା ଏବଂ କେଏଲ ରାହୁଲ ୯.୫ ଓଭରରେ ଦୁଇ ଓପନର ୯୬ ରନ ଯୋଡି ବିଶାଳ ସ୍କୋର କରିଥିଲେ। ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୩୭ ରନ କରିଥିଲା ଭାରତ। ସୂର୍ଯ୍ୟକୁମାର ମାତ୍ର ୨୨ ବଲ୍ରୁ ୬୧ ରନ କରିଥିବା ବେଳେ କେଏଲ ରାହୁଲ ୨୮ ବଲ୍ରୁ ୫୭ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ବିରାଟ କୋହଲି ୪୯ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ରୋହିତ ଶର୍ମା ୪୩ ରନ କରିଛନ୍ତି । ରୋହିତ ଶର୍ମା ୩୭ ବଲ୍ରୁ ୪୩ ରନର କରିଥିଲେ। ପରେ ପରେ କେଏଲ ରାହୁଲ ଆଉଟ୍ ହୋଇଥିଲେ। ସେ ମାତ୍ର ୨୮ ବଲ୍ରେ ଧୂଆଁଧାର ବ୍ୟାଟିଂ କରି ୫ ଚୌକା ଏବଂ ୪ ଛକା ସହ ୫୭ ରନ କରିଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।