News18 Odia Digital
Ind vs Aus: ଭାରତ (Team India) ଏବଂ ଅଷ୍ଟ୍ରେଲିଆ (Ind vs Aus) ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ ଆଜି ଚେନ୍ନାଇରେ ଖେଳାଯିବ। ଆନ୍ତର୍ଜାତିକ କ୍ରିକେଟ୍ର (Cricket) ଦୁଇ ଶ୍ରେଷ୍ଠ ଦଳ ଏହି ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ରହିବେ।
ସିରିଜ ଏବେ ୧-୧ ସ୍ଥିତିରେ ରହିଛି। ପୂର୍ବ ଦୁଇ ମ୍ୟାଚ୍ କମ୍ ରନ୍ ବିଶିଷ୍ଟ ହୋଇଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୨୦୦ ରନ୍ ବି ଛୁଇଁ ପାରିନଥିଲେ। ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମ୍ ପିଚ୍ରେ ମଧ୍ୟ ରନ୍ ବାହାର କରିବାରେ ବ୍ୟାଟରଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ।
ଶେଷ ଥର ପାଇଁ ୨୦୧୭ରେ ଉଭୟ ଦଳ ଖେଳିଥିବା ମ୍ୟାଚ୍ରେ ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ ମୁହାଁ ହୋଇଥିଲା। ତେବେ ଧୋନି, ହାର୍ଦ୍ଦିକ ଓ କେଦାର ଯାଦବଙ୍କ ଯୋଗୁଁ ଘରୋଇ ଦଳ ୨୮୧ ରନ୍ କରିଥିଲା।
ତେବେ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଅଷ୍ଟ୍ରେଲିଆ ସମ୍ମୁଖରେ ୧୬୪ ରନ୍ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ଅଷ୍ଟ୍ରେଲିଆ ମାତ୍ର ୧୩୭ ରନ୍ କରିପାରିଥିଲା। ଚେନ୍ନାଇରେ ୨୦୧୯ ପରଠୁ ଆଉ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଖେଳାଯାଇନି।
ବିଶ୍ବକପ୍ ପ୍ରସ୍ତୁତିକୁ ନଜରରେ ରଖିଲେ ଭାରତ ପାଖରେ ଘରୋଇ ପଡ଼ିଆକୁ ପରୀକ୍ଷା କରିବାର ଏହା ଶେଷ ସୁଯୋଗ ରହିବ। ବିଶାଖାପାଟଣାରେ ଭାରତ ୩ ସ୍ପିନରଙ୍କୁ ନେଇ ପରୀକ୍ଷା କରିଥିଲା। କିନ୍ତୁ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।
ଗୋଡ଼ ଉପରକୁ ଆସୁଥିବା ମିଚେଲ୍ ଷ୍ଟାର୍କଙ୍କ ସିଧା ବଲ୍କୁ ଖେଳିବାରେ ଭାରତୀୟ ବ୍ୟାଟର ସେତିକି ସଫଳ ହୋଇପାରୁନଥିଲା ବେଳେ ଶୁବମାନ ଗିଲ୍, ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲି ସମାନ ଧରଣର ଆଉଟ ହୋଇଥିଲେ।
ପଢ଼ନ୍ତୁ ଏହି ଖବର:
ଭାରତୀୟ କ୍ରିକେଟ ଜଗତରେ ବାପା-ପୁଅ ଯୋଡ଼ି; କିଏ ସଫଳ, ଆଉ କିଏ ବିଫଳଅଷ୍ଟ୍ରେଲିଆ ପାଇଁ ମଧ୍ୟ ବିଶ୍ବକପ୍ ପୂର୍ବରୁ ଭାରତରେ ଏହା ଶେଷ ମ୍ୟାଚ୍ ହେବ। ଯଦିଓ ଅକ୍ଟୋବରରେ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଅଷ୍ଟ୍ରେଲୀୟ ଖେଳାଳି ଭାରତ ଆସିପାରନ୍ତି, ତଥାପି ଅଗଷ୍ଟରେ ଦକ୍ଷିଣ ଆଫ୍ରିକା ସହିତ କଙ୍ଗାରୁ ଦଳ ଶେଷ ପ୍ରସ୍ତୁତି କରିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।