ଖେଳାଳୀଙ୍କ ପାଇଁ ବଦଳିଲା ବିମାନବନ୍ଦର ଗେଟ; ଭିଭିଆଇପି ଗେଟ ଦେଇ ବାହାରିବେ ଉଭୟ ଟିମ

ଚଳିତ ଥର କାର୍ଗୋ ନୁହେଁ, ଭିଭିଆଇପି ଗେଟ ଦେଇ ଉଭୟ ଟିମ ବିମାନବନ୍ଦର ବାହାରକୁ ବାହାରିବେ । ଏଥିପାଇଁ ବିମାନବନ୍ଦର କତ୍ତୃପକ୍ଷ, ସିଆଇଏସଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ୱର ଡିସିପି ।

ଭିଭିଆଇପି ଗେଟ ଦେଇ ବାହାରିବେ ଉଭୟ ଟିମ (ପ୍ରତୀକାତ୍ମକ ଛବି)

ଭିଭିଆଇପି ଗେଟ ଦେଇ ବାହାରିବେ ଉଭୟ ଟିମ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କଟକ ବାରବାଟି ଟି-୨୦ମ୍ୟାଚ ପାଇଁ ଶୁକ୍ରବାର ଉଭୟ ଟିମ ଭୁବନେଶ୍ୱରରେ ପହଁଞ୍ଚିବେ। ଉଭୟ ଦଳ ଗ୍ରସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ ପୋଲିସ। ଚଳିତ ଥର କାର୍ଗୋ ନୁହେଁ, ଭିଭିଆଇପି ଗେଟ ଦେଇ ଉଭୟ ଟିମ ବିମାନବନ୍ଦର ବାହାରକୁ ବାହାରିବେ । ଏଥିପାଇଁ ବିମାନବନ୍ଦର କତ୍ତୃପକ୍ଷ, ସିଆଇଏସଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ୱର ଡିସିପି । ସେହିଭଳି ବିମାନବନ୍ଦର ଠାରୁ ହୋଟେଲ ପର୍ଯ୍ୟନ୍ତ କାରକେଟ ରିହଲସଲ କରିଛି ପୋଲିସ ।

କ୍ରିକେଟ ଟିମ ପହଁଚିବା ପୂର୍ବରୁ ବିମାନବନ୍ଦରରେ ବଦଳିଲା ଖେଳାଳୀଙ୍କ ଗେଟ । କାର୍ଗୋ ଗେଟ ଦେଇ ବାହାରକୁ ବାହାରିବେନି କ୍ରିକେଟ ଖେଳାଳୀ ।  ପ୍ରଥମ ଥର ପାଇଁ ଭିଭିଆଇପି ଗେଟ ଦେଇ ପଦାକୁ ଆସିବେ ଖେଳାଳୀ । ତା ପୂର୍ବରୁ ବିମାନବନ୍ଦର ନିର୍ଦେଶକ, ସିଆଇଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିଛି ପୋଲିସ । ନୂଆ ଟର୍ମିନାଲ ପାଖରେ ଥିବା ଭିଭିଆଇପି ଗେଟ ଦେଇ ପଦାକୁ ଆସିବେ ଉଭୟ ଟିମ ଖେଳାଳୀ । ଫାଟକ ନିକଟରେ ଖେଳାଳୀଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ବସ ରହିବ । ଖେଳାଳୀ ମାନେ ବିମାନବନ୍ଦରରୁ ସିଧାସଳଖ ହୋଟେଲ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

"ବିମାନବନ୍ଦର ବାହାରେ ତିନୋଟି ସ୍ତରରେ ବାରିକେଟ ବ୍ୟବସ୍ଥା କରାଯାଇଛି  । ଫଳରେ ଦର୍ଶକ ମାନେ ଖେଳାଳୀଙ୍କ ବସ ନିକଟକୁ ଆସି ପାରିବେ ନାହିଁ । ଦୂରରେ ଥାଇ ନିଜ ପ୍ରିୟ ଖେଳାଳୀଙ୍କୁ ଦେଖିବାର ସୁଯୋଗ ପାଇବେ । ଖେଳାଳୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଦୁଇଟି ବସ ଥିବା ବେଳେ କଡା ସୁରକ୍ଷା ଭିତରେ ହୋଟେଲକୁ ଆସିବାର ଯୋଜନା କରିଛି ପୋଲିସ । ଖେଳାଳୀ ଯିବା ବେଳେ ଯେଭଳି କୌଣସି ଟ୍ରାଫିକ ସମସ୍ୟା ନଉପୁଜିବ ସେଥିପାଇଁ ମଧ୍ୟ ନଜର ଦିଆଯାଇଛି । ଛକ ମାନଙ୍କ ରେ ବ୍ୟାପକ ଫୋର୍ସ ମୁତୟନ କରାଯିବ," କହିଛନ୍ତି ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ ।

ଖେଳାଳୀ ଆସିବା ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ଗୁରୁବାର ଅପରାହ୍ନରେ କାରକେଟ ରିହଲସଲ କରାଯାଇଛି । ବିମାନବନ୍ଦର ଠାରୁ ହୋଟେଲ ପର୍ଯ୍ୟନ୍ତ କାରକେଟ ରିହଲସଲ କରିଛି ପୋଲିସ । କାରକେଟ ରିହଳସଲରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ସାମିଲ ଥିଲେ । କାରକେଡ଼ରେ ୨୩ଟି ଗାଡି ସାମିଲ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେହିଭଳି ଖେଳାଳୀଙ୍କ ମନ ପସନ୍ଦର ଖାଦ୍ୟପେୟ ର ବ୍ୟବସ୍ଥା ହୋଟେଲ ପକ୍ଷରୁ କରାଯାଇଛି। ଖେଳ ସରିବା ପରେ ମ୍ୟାଚ ବିଜେତାଙ୍କ ପାଇଁ କେକ କାଟିବାର କାର୍ଯ୍ୟକ୍ରମ ରହିଥିବା ହୋଟେଲ କତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି ।
Published by:Soumya Das
First published: