- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି -୨୦ ବିଶ୍ୱକପ ୨୦୨୨ ରେ ଭାରତୀୟ କ୍ରିକେଟ୍ ଦଳ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରୁଛି। ଦଳ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ଖେଳିଛି, ଏହି ଦୁଇଟି ମ୍ୟାଚରେ ରୋହିତ ଶର୍ମାଙ୍କ ଦଳ ଜିତିଛି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆକୁ ତୃତୀୟ ମ୍ୟାଚ୍ ଖେଳିବାକୁ ଯାଉଛି।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତାକାଲି ଖେଳାଯିବ ମ୍ୟାଚ୍। ଏହି ମ୍ୟାଚ୍ ଅଷ୍ଟ୍ରେଲିଆର ପର୍ଥ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ମ୍ୟାଚ୍ ୪:୩୦ ISTରେ ଆରମ୍ଭ ହେବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟିମ୍ ମୋଟ ୨୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେହି ଭିତରୁ ଭାରତ ୧୩ଟି ମ୍ୟାଚ୍ ଜିତିଥିବାବେଳେ ଆଫ୍ରିକା ଏହାର ୯ଟି ଜିତିଛି। ଗୋଟିଏ ମ୍ୟାଚର ଫଳାଫଳ ସାମ୍ନାକୁ ଆସିନାହିଁ। ୨୦୦୬ ମସିହାରେ ପ୍ରଥମ ଥର ପାଇଁ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ।
ଅନ୍ୟପକ୍ଷରେ, ଟି -୨୦ ବିଶ୍ୱକପ୍ରେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୫ଟି ମ୍ୟାଚ୍ ଖେଳାଯାଇଛି, ସେଥିମଧ୍ୟରୁ ଭାରତ ୪ ଟି ମ୍ୟାଚ୍ ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା କେବଳ ଗୋଟିଏ ମ୍ୟାଚ୍ ଜିତିଛି। ୨୦୦୯ ବିଶ୍ୱକପ ପରଠାରୁ ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ ଗୋଟିଏ ବି ମ୍ୟାଚ୍ ଜିତି ନାହିଁ। ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍ ଖେଳିଛି, ପ୍ରଥମେ ପାକିସ୍ତାନକୁ ପରାସ୍ତ କଲା ପରେ ନେଦରଲ୍ୟାଣ୍ଡକୁ ମଧ୍ୟ ପରାସ୍ତ କରିଛି। ବର୍ତ୍ତମାନ ୩୦ ଅକ୍ଟୋବର ଅର୍ଥାତ୍ କାଲି ପାଇଁ ସମସ୍ତଙ୍କ ଅପେକ୍ଷା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।