- News18 Odia
- Last Updated :
- Other, India
News18 Odia Digital
ହାଇଦ୍ରାବାଦ: ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି । ଏହି ସିରିଜର ପ୍ରଥମ ମ୍ୟାଚରେ ବାଜି ମାରି ନେଇଛି ଟିମ ଇଣ୍ଡିଆ। ବ୍ରେସୱେଲ ୭୮ ବଲରେ ବିସ୍ଫୋରକ ୧୪୦ ରନର ଇନିଂସ ଖେଳିବା ସହ ଭାରତ ହାତରୁ ଏକଦା ମ୍ୟାଚ୍ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ ।
ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନ କରିଥିଲା। ୩୫୦ ରନ ଟାର୍ଗେଟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଡେଭୋନ କନୱେ(୧୦)ଙ୍କୁ ମହମ୍ମଦ ସିରାଜ ଆଉଟ କରି ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ଝଟକା ଦେଇଥିଲା।
୩୫୦ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା କିଓ୍ୱି ଟିମ୍। ଆରମ୍ଭରୁ ଓ୍ୱିକେଟ୍ ହରାଇଥିଲା। ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ସେ ୭୮ ବଲରୁ ଧୂଆଁଧାର ୧୪୦ରନ୍ କରିଥିଲେ। ତେବେ ତାହା ଦଳକୁ ବିଜୟୀ କରିପାରିନଥିଲା। ନ୍ୟୁଜିଲାଣ୍ଡ ଟିମ୍ ୩୩୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଫଳରେ ୧୨ ରନ୍ରେ ପ୍ରଥମ ଦିନିକିଆକୁ ଜିତିନେଇଛି ଟିମ୍ ଇଣ୍ଡିଆ। ଏଥିସହ ତିନି ମ୍ୟାଚ ବିଶିଷ୍ଟ ସିରିଜ୍ରେ ଭାରତ ୧-୦ରେ ଆଗୁଆ ହୋଇଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।