News18 Odia Digital
IND vs NZ 2nd ODI: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ରାୟପୁରର ସହିଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ(Shaheed Veer Narayan Singh International Stadium) ରେ ଖେଳାଯାଉଛି । ଭାରତୀୟ ଟିମ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ।
INDIA XI: ରୋହିତ ଶର୍ମା, ବିରାଟ କୋହଲି, ଇଶାନ କିଷମ, ସୂର୍ଯ୍ଯକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ଯା, ଶୁବମନ ଗିଲ, ୱାଶିଂଟନ ସୁନ୍ଦର, ମହମ୍ମଦ ଶାମି, ଶାର୍ଦୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ
New Zealand XI: ଫିନ ଏନଲ, ଡେବୋନ କାନବେ, ହେନରୀ ନିକୋଲାସ, ଟମ ଲୈଥମ, ଡେରିଲ ମିଚେଲ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସବେଲ, ମିଚେଲ ସେଣ୍ଟନର, ବ୍ଲେୟର ଟିକନର, ଲାକି ଫର୍ଗ୍ଯୁସନ, ହେନେରୀ ଶିପଲି
ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (IND vs NZ ODI Series) ର ଦ୍ୱିତୀୟ ମ୍ୟାଚ୍ (IND vs NZ 2nd ODI) ଜାନୁଆରୀ ୨୧ରେ ଖେଳାଯାଉଛି। ବର୍ତ୍ତମାନ ଭାରତୀୟ ଦଳ ଏହି ସିରିଜରେ ୧-୦ରେ ଆଗୁଆ ରହିଛି । ଏହି ସିରିଜର ଦ୍ୱିତୀୟ ମ୍ୟାଚ୍ ରାୟପୁରର ସହିଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଏଭଳି ପରିସ୍ଥିତିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚକୁ ଜିତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏହି ସିରିଜକୁ ନିଜ ନାମରେ କରିନେବାକୁ ଚାହୁଁଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।