ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»IND vs ENG 4th Test: ଭାରତ ଓଭାଲ୍ ଟେଷ୍ଟରେ ଇଂଲଣ୍ଡକୁ ୧୫୭ ରନରେ ହରାଇ ଆଗକୁ ବଢ଼ିଲା

IND vs ENG 4th Test: ଭାରତ ଓଭାଲ୍ ଟେଷ୍ଟରେ ଇଂଲଣ୍ଡକୁ ୧୫୭ ରନରେ ହରାଇ ଆଗକୁ ବଢ଼ିଲା

IND vs ENG 4th Test | ରବୀନ୍ଦ୍ର ଜାଡେଜା ଓପନର୍ ହସିବ ହମିଦଙ୍କ (୬୩) ୱିକେଟ୍ ନେଇ ଭାରତକୁ ବଡ଼ ସଫଳତା ଦେଇଥିଲେ । ହସିବ୍ ୧୯୩ଟି ବଲର ନିଜ ସଂଯମିତ ଇନିଂସରେ ଛଅଟି ଚୌକା ସାହାଯ୍ୟରେ ୬୩ ରନ୍ ସଂଗ୍ରହ କରିଥିଲେ ।

IND vs ENG 4th Test: ଭାରତ ଓଭାଲ୍ ଟେଷ୍ଟରେ ଇଂଲଣ୍ଡକୁ ୧୫୭ ରନରେ ହରାଇ ଆଗକୁ ବଢ଼ିଲା
ବିରାଟ କୋହଲି ରବୀନ୍ଦ୍ର ଜାଡ଼େଜାଙ୍କ ସହ ଉତ୍ସବ ମନାଉଛନ୍ତି । (ଏ.ପି. ଫଟୋ)
  • News18 Odia
  • Last Updated: September 6, 2021, 10:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଖୁବ୍‌ ସୁନ୍ଦର ଖେଳ ଖେଳି ଭାରତୀୟ ଦଳ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚର (IND vs ENG 4th Test) ପଞ୍ଚମ ତଥା ଅନ୍ତିମ ଦିନରେ ଇଂଲଣ୍ଡକୁ ୧୫୭ ରନରେ ପରାସ୍ତ କରିଛି । ଏହି ବିଜୟ ସହିତ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ୨-୧ର ଅଗ୍ରଣୀ ସ୍ଥାନ ହାସଲ କରିଛି । ଏହି ମ୍ୟାଚରେ ଭାରତର ପ୍ରଥମ ଇନିଂସ ୧୯୧ ରନରେ ଶେଷ ହୋଇଥିଲା । ଏହା ପରେ ଇଂଲଣ୍ଡ ୨୯୦ ରନ୍ ସଂଗ୍ରହ କରି ୯୯ ରନରେ ଅଗ୍ରଣୀ ସ୍ଥାନ ହାସଲ କରିଥିଲା।

ଏହା ପରେ ରୋହିତ ଶର୍ମାଙ୍କ (Rohit Sharma) ଶତକ ସମେତ ବ୍ୟାଟ୍ସମ୍ୟାନମାନଙ୍କ ଚମତ୍କାର ପ୍ରଦର୍ଶନ ଆଧାରରେ ଭାରତ ଦ୍ୱିତୀୟ ଇନିଂସରେ ୪୬୬ ରନ୍ ସ୍କୋର୍‌ କରିଥିଲା ଓ​ ଇଂଲଣ୍ଡକୁ ଜିତିବା ପାଇଁ ୩୬୮ ରନର ଲକ୍ଷ ଦେଇଥିଲା । ମ୍ୟାଚର ଅନ୍ତିମ ଦିନରେ ଇଂଲଣ୍ଡର ଦ୍ୱିତୀୟ ଇନିଂସ୍‌ ୨୧୦ ରନରେ ଶେଷ ହୋଇଯାଇଥିଲା ଏବଂ ଭାରତ ଏକ ସ୍ମରଣୀୟ ବିଜୟ ହାସଲ କରିଥିଲା । ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ୧୦ ସେପ୍ଟେମ୍ବରରୁ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯିବ ।

ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ୍ ପାସ୍କଲେ ଗଞ୍ଜାମ MLA ପୂର୍ଣ୍ଣଚନ୍ଦ୍ର ସ୍ବାଇଁ; B2 ଗ୍ରେଡ୍ପାଇଲେ; ଇଂରାଜୀରେ ୪୪ ମାର୍କ ରଖିଲେ

ଇଂଲଣ୍ଡ ଭାରତର ୩୬୮ ରନର ଟାର୍ଗେଟକୁ ପିଛା କରି ପଞ୍ଚମ ଓ ଅନ୍ତିମ ଦିନରେ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ୧୩୧ ରନ୍‌ ସ୍କୋର୍‌ କରିଥିଲା । ଇଂଲଣ୍ଡକୁ ଅନ୍ତିମ ଦୁଇଟି ଅଧିବେଶନରେ ଜିତିବା ପାଇଁ ୨୩୭ ରନ୍ ଆବଶ୍ୟକ ଥିବା ବେଳେ ଭାରତକୁ ଆଠଟି ୱିକେଟ୍ ଆବଶ୍ୟକ ଥିଲା । ମଧ୍ୟାହ୍ନ ଭୋଜନ ପରେ ଭାରତୀୟ ବୋଲରମାନେ ଭିନ୍ନ ଢଙ୍ଗରେ ବୋଲିଂ କରି ଇଂଲଣ୍ଡର ଚୈରିଟି ୱିକେଟ୍ ନେଇଥିଲେ, ଯାହା ଦ୍ୱାରା ସ୍କୋର୍‌ ଛଅ ୱିକେଟରେ ୧୪୭ ରନ୍‌ ହୋଇଗଲା । ରବୀନ୍ଦ୍ର ଜାଡେଜା ଓପନର୍ ହସିବ ହମିଦଙ୍କ (୬୩) ୱିକେଟ୍ ନେଇ ଭାରତକୁ ବଡ଼ ସଫଳତା ଦେଇଥିଲେ । ହସିବ୍‌ ୧୯୩ଟି ବଲର ନିଜ ସଂଯମିତ ଇନିଂସରେ ଛଅଟି ଚୌକା ସାହାଯ୍ୟରେ ୬୩ ରନ୍ ସଂଗ୍ରହ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମର୍ମନ୍ତୁଦ ଦୁର୍ଘଟଣା: ପଶ୍ଚିମ ବଙ୍ଗରୁ ରାଉରକେଲା ଫେରିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ସହ ଦୁଇ ଶିଶୁ ମୃତ

ତା’ ପରେ ଜସପ୍ରୀତ ବୁମ୍ରା ଚମତ୍କାର ପ୍ରଦର୍ଶନ କରିଥିଲେ ଓ ଅଲି ପୋପଙ୍କୁ (୨) ବୋଲ୍ଡ କରିଥିଲେ । ଜନି ବେୟାରଷ୍ଟୋ ବି ଖାତା ଖୋଲିପାରି ନ ଥିଲେ । ତାଙ୍କୁ ବି ବୁମ୍ରା ପାଭିଲିୟନର ରାସ୍ତା ଦେଖାଇଥିଲେ । ତା’ ପରେ ଜାଡେଜା ମୋଇନ୍ ଅଲିଙ୍କୁ (0) ସୁର୍ଯ୍ୟକୁମାର ଯାଦବଙ୍କ ହାତରେ କ୍ୟାଚ୍‌ କରାଇଦେଲେ । ଏହି ସମୟରେ ସ୍କୋର୍‌ ୬୭.୨ ଓଭରରେ ଛଅ ୱିକେଟରେ ୧୪୭ ରନ୍‌ ହୋଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ସ୍ତ୍ରୀର ଜୁଇ ଜଳୁଥିଲା; ହଠାତ୍ ସେହି ଜୁଇକୁ ଡେଇଁପଡ଼ିଲେ ସ୍ୱାମୀ; ପ୍ରେମ ପାଇଁ ନିଜ ପ୍ରାଣ ଦେଲେ

କ୍ୟାପଟେନ ଜୋ ରୁଟଙ୍କୁ (୩୬) ବୋଲ୍ଡ କରି ଶାରଦୁଲ ଠାକୁର୍‌ ଭାରତକୁ ଏକ ବଡ଼ ସଫଳତା ଦେଇଥିଲେ।  ରୁଟ୍ ଓ ୱୋକ୍ସ ସପ୍ତମ ୱିକେଟରେ ୩୫ ରନ୍ ଯୋଡି଼ଥିଲେ । ରୁଟ୍ ନିଜ ୭୮ ବଲ୍‌ ବିଶିଷ୍ଟ ଇନିଂସରେ ତିନିଟି ଚୌକା ମାରିଥିଲେ । ତା’ ପରେ ୱୋକ୍ସଙ୍କୁ ଉମେଶ ଯାଦବ ପାଭିଲିୟନକୁ ଯିବା ବାଟ ଦେଖାଇଥିଲେ । ତାଙ୍କୁ ଦଳର ଅଷ୍ଟମ ୱିକେଟ୍ ଭାବରେ ବରଖାସ୍ତ କରିଥିଲେ ସେ । ୱୋକସ୍ ୪୭ଟି ବଲ୍‌ ସମ୍ମୁଖୀନ କରିଥିଲେ ଓ ଗୋଟିଏ ଚୌକା ମାରିଥିଲେ । ଟି-ବ୍ରେକ୍ ସୁଦ୍ଧା ଇଂଲଣ୍ଡର ସ୍କୋର୍‌ ଆଠ ୱିକେଟରେ ୧୯୩ ରନ୍‌ ଥିଲା ।

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ହସପିଟାଲରେ ଜମାନବନ୍ଦୀ ବେଳେ DFO ଥିଲେ; ବିଦ୍ୟାଙ୍କୁ ଶୀଘ୍ର ଜେରା କରାଯିବ

ଅନ୍ତିମ ଅଧିବେଶନରେ ଭାରତକୁ ଦୁଇଟି ୱିକେଟ୍ ଆବଶ୍ୟକ ଥିଲା । କ୍ରେଗ୍ ଓଭରଟନ୍ (୧୦) ଓ ଜେମ୍ସ ଆଣ୍ଡରସନଙ୍କୁ (୨) ଉମେଶ ଯାଦବ ପାଭିଲିୟନକୁ ପଠାଇଥିଲେ । ଦ୍ୱିତୀୟ ଇନିଂସରେ ପେସର୍‌ ଉମେଶ ଯାଦବ ଭାରତ ପାଇଁ ସବୁଠୁ ଅଧିକ ତିନିଟି ୱିକେଟ୍ ନେଇଥିବା ବେଳେ ଜସପ୍ରୀତ ବୁମ୍ରା, ରବିନ୍ଦ୍ର ଜାଡେଜା ଓ ଶାର୍ଦ୍ଦୁଲ ଠାକୁର ଦୁଇ-ଦୁଇଟି ୱିକେଟ୍ ନେଇଥିଲେ ।
Published by: Anand S.T. Das
First published: September 6, 2021, 10:23 PM IST