- News18 Odia
- Last Updated :
- New Delhi, India
News 18 Odia Digital
ମୀରପୁର: ଦିନିକିଆ ସିରିଜ୍ ପରାଜୟର ବଦ୍ଲା ନେଲା ଟିମ୍ ଇଣ୍ଡିଆ । ବାଂଲାଦେଶ ବିପକ୍ଷ ମୀର୍ପୁର ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍ ବିଜୟ ସହ ଟେଷ୍ଟ ସିରିଜ୍କୁ ୨-୦ରେ ବିଜୟୀ ହୋଇଛି ଭାରତୀୟ ଟିମ୍ ।
ପ୍ରଥମ ଟେଷ୍ଟର ବିଜୟ ପରେ ଟିମ୍ ଇଣ୍ଡିଆ ୧-୦ରେ ଅଗ୍ରଣୀ ରହିଥିଲା । ୨ୟ ଟେଷ୍ଟ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ବହୁ କଠିନ ପରିଶ୍ରମ କରିବାକୁ ପଡିଥିଲା । ୧୪୫ ରନ୍ର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ହେଲେ ଟିମ୍ ଇଣ୍ଡିଆକୁ ପ୍ରଥମରୁ ଲାଗିଥିଲା ଝଟ୍କା ପରେ ଝଟ୍କା । ମାତ୍ର ୪୫ରନ୍ରେ ଟିମ୍ ଇଣ୍ଡିଆ ହରାଇଥିଲା ୪ଟି ଓ୍ୱିକେଟ୍ । ପରେ ୪ର୍ଥ ଦିନର ଖେଳ ଆରମ୍ଭ ହେବା ସମୟରେ ଭାରତକୁ ପରାଜୟର ଭୟ ଘାରିଥିଲା । ଗୋଟିଏ ପରେ ଗୋଟିଏ ବ୍ୟାଟସମ୍ୟାନ୍ ପ୍ୟାଭିଲିୟନ୍ ଫେରିଥିଲେ । ସକାଳୁ ସକାଳୁ ଲଗାତର ୩ଟି ଓ୍ୱିକେଟ୍ ହରାଇଥିଲା ଭାରତୀୟ ଟିମ୍ ।
ଶେଷରେ ରବିଚନ୍ଦ୍ରନ ଅଶ୍ୱିନୀ-ଶ୍ରେୟସ ଆୟରଙ୍କ ଲଢୁଆ ବ୍ୟାଟିଂ ବଳରେ ଭାରତ ମୀରପୁର ଟେଷ୍ଟ ଜିତିବାରେ ସକ୍ଷମ ହୋଇଛି । ଯାହାଫଳରେ ଭାରତ ୨ୟ ଟେଷ୍ଟ ମ୍ୟାଚ୍ ଜିତି ସିରିଜ୍କୁ କବ୍ଜା କରିଛି । ମୀରପୁର ଟେଷ୍ଟର ୨ୟ ପାରିରେ ରବିଚନ୍ଦ୍ରନ ଅଶ୍ୱିନୀ ସର୍ବାଧିକ ୪୨ ରନ୍ କରିଥିବା ବେଳେ ଶ୍ରେୟସ ଆୟର ୨୯ ରନ୍, ଅକ୍ଷର ପଟେଲ୍ ୩୪ ରନ୍କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରିନଥିଲେ । ଅନ୍ୟପଟେ ବାଂଲାଦେଶ ପକ୍ଷରୁ ମେହେନ୍ଦୀ ହସନ ମିରାଜ ସର୍ବାଧିକ ୫ଟି ଓ୍ୱିକେଟ୍ ନେଇଥିବା ବେଳେ ସାକିବ ଅଲ୍ ହାସନ୍ ୨ଟି ଓ୍ୱିକେଟ୍ ନେଇଛନ୍ତି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।