ଜାଡେଜାଙ୍କୁ ମାନିବାକୁ ପଡିବ BCCIର ଏହି ସର୍ତ୍ତ
- News18 Odia
- Last Updated :
- Other, India
News18 Odia Digital
India vs Australia Test Series: ଫେବୃଆରୀରେ ବର୍ଡର-ଗାଭାସ୍କର ଟ୍ରଫି (Border Gavaskar Trophy) ପାଇଁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ସହିତ ମୁହାଁ ମୁହିଁ (India vs Australia Test Series) ହେବ । ଫେବୃଆରୀ ୯ରେ ଭାରତ ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ (IND vs AUS 1st Test) ଖେଳିବ। ରବିନ୍ଦ୍ର ଜାଡେଜା (Ravindra Jadeja) ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । କିନ୍ତୁ ଖେଳିବା ପୂର୍ବରୁ ବିସିସାଆଇ ତାଙ୍କ ଆଗରେ ଏକ ସର୍ତ୍ତ ରଖିଛି ।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ଜାଡେଜାଙ୍କ ସାମ୍ନାରେ ଏକ ସର୍ତ୍ତ ରଖିଛି । ନାଗପୁର ଟେଷ୍ଟ ମ୍ୟାଚ୍ ପୂର୍ବରୁ ବିସିସିଆଇ ସର୍ତ୍ତ ରଖିଛି ଯେ, ତାଙ୍କୁ ଅତି କମରେ ଗୋଟିଏ ଘରୋଇ ମ୍ୟାଚ୍ ଖେଳିବାକୁ ପଡ଼ିବ ।
ସୂଚନାନୁସାରେ, ବିସିସିଆଇ ରବିନ୍ଦ୍ର ଜାଡେଜାଙ୍କୁ କହିଛି ଯେ, ତାଙ୍କୁ ଘରୋଇ ମ୍ୟାଚ୍ ଖେଳିବାକୁ ପଡ଼ିବ । ଯଦି ଜାଡେଜା ଫିଟ୍ ଅଛନ୍ତି, ତେବେ ମଧ୍ୟମ କ୍ରମରେ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ଅଭାବ ପୂରଣ ହେବ ଓ ଭାରତୀୟ ଦଳ ୫ଟି ବୋଲରଙ୍କ ସହ ମଇଦାନକୁ ଓହ୍ଲାଇ ପାରିବେ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।