ଭାଗ୍ୟ ବଦଳାଇ ଦେଲା IPL, ଗୁପଚୁପ ବିକ୍ରି କରୁଥିଲେ ଏବେ କୋଟପତି, ଜୟସ୍ବାଲଙ୍କ ଜୟଯାତ୍ରାର କାହାଣୀ

  • News18 Odia
  • Last Updated :
  • uttar pr, India
  • Share this:
News18 Odia Digital

IPL ଅନେକ ଇତିହାସ ରଚିଛି । ଅନେକ ଖେଳାଳିଙ୍କ ଭାଗ୍ୟ ବଦଳାଇ ଦେଇଛି । ଜଣେ ସାଧାରଣ ଲୋକଙ୍କୁ ରାତାରାତି ଅସାଧାରଣ କରି ଦେଉଛି । ଅଖ୍ୟାତ ପଲ୍ଲୀର ମଣିଷକୁ ବିଖ୍ୟାତ କରିଦେଉଛି । ଏହି ଭଳି ଜଣେ ସଫଳ କ୍ରିକେଟର ହେଉଛନ୍ତି ଯଶସ୍ବୀ ଜୟସ୍ବାଲ ।  ଗୁପଚୁପ ବିକ୍ରି କରୁଥିବା ବେଳେ କ୍ରିକେଟର ହେବାର ସ୍ବପ୍ନ ଦେଖିଥିଲେ ଆଉ ଏବେ ଆଇପିଏଲର କୋଟିପତି ଖେଳାଳି । ଗୁପଚୁପ ବିକୁଥିବା ପିଲା ଚଳିତ ଆଇପିଏଲ୍‌ର ଅରେଞ୍ଜ କ୍ୟାପ (Orange Cap) ହୋଲଡ୍‌ର । ରବିବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲର ୧୦୦୦ତମ ମ୍ୟାଚ୍‌ରେ ଛାଇ ଯାଇଥିଲେ ଯଶସ୍ୱୀ ଜୟସ୍ୱାଲ (Yashasvi Jaiswal) । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜୟସ୍ୱାଲ ୬୨ ବଲ୍‌ରୁ ୧୨୪ ରନ୍ କରିଥିଲେ । ଯେଉଁଥିଲେ ସାମିଲ ଥିଲା ୧୬ ଚୌକା ଓ ୮ ଛକା । ତେବେ ଜୟସ୍ୱାଲଙ୍କ ଏହି ସଫଳତାର ଯାତ୍ରା ପଛରେ ଅନେକ ସଂଘର୍ଷ ଲୁଚି ରହିଛ ।..



କ୍ରିକେଟ ସ୍ୱପ୍ନ ପୂରଣ କରିବାକୁ ଦିନେ ସେ ଟେଣ୍ଟରେ ରହୁଥିଲେ । ରାସ୍ତା କଡ଼ରେ ବିକୁଥିଲେ ଗୁପଚୁପ । ନିଜର ଖର୍ଚ୍ଚ ଉଠାଇବାକୁ କ୍ରିକେଟ ଅଭ୍ୟାସ ପରେ ସେହି ଷ୍ଟାଡିୟମ ବାହାରେ ବିକୁଥିଲେ ଗୁପଚୁପ । ଏବେ ଚଳିତ ଆଇପିଏଲ୍‌ର ଅରେଞ୍ଜ କ୍ୟାପ ହୋଲଡ୍‌ର ଯଶସ୍ୱୀ ଜୈସୱାଲ । ୨୧ ବର୍ଷୀୟ ଯଶସ୍ୱୀ ରବିବାର IPLର ୧୦୦୦ତମ ମ୍ୟାଚ୍‌ରେ ଦେଖାଇଛନ୍ତି ଜଲୱା । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ IPL କ୍ୟାରିୟରର ପ୍ରଥମ ଶତକ ହାସଲ କରି ସମସ୍ତଙ୍କୁ ଦକ୍ଷତାର ପ୍ରମାଣ ଦେଇଛନ୍ତି । ଯେଉଁ ମୁମ୍ବାଇରେ ସେ ଟେଣ୍ଟରେ ରହି ରାସ୍ତା କଡ଼ରେ ଗୁପଚୁପ ବିକୁ ଥିଲେ, ସେହି ମୁମ୍ବାଇବାସୀଙ୍କ ଆଗରେ ୬୨ ବଲରେ ୧୨୪ ରନର ଇନିଂସ ଖେଳିଛନ୍ତି ।...



IPLରେ ରାଜସ୍ଥାନ (Rajasthan Royals) ପକ୍ଷରୁ ଖେଳୁଥିବା ଯଶସ୍ୱୀ ଉତ୍ତର ପ୍ରଦେଶ (uttar pradesh)ର ଗରିବ ପରିବାରରେ ଜନ୍ମ । କ୍ରିକେଟ କ୍ୟାରିୟରର ସ୍ୱପ୍ନ ପୂରା କରିବାକୁ ମାତ୍ର ୧୧ ବର୍ଷ ବୟସରେ ମୁମ୍ବାଇ ଚାଲି ଆସିଥିଲେ । ପ୍ରଥମେ କ୍ଷୀର ଦୋକାନରେ ଶୋଉଥିଲେ । ପରେ ଜଣେ ସମ୍ପର୍କୀୟଙ୍କ ଘରେ ରହିବା ଆରମ୍ଭ କଲେ । ହେଲେ ଉକ୍ତ ସ୍ଥାନଟି ବହୁତ ଛୋଟ ଥିବାରୁ ଅଲଗା ସ୍ଥାନ ଦେଖିବାକୁ ପଡ଼ିଥିଲା । ସେଠାରୁ ଆସିବା ପରେ ଆଜାଦ ମୈଦାନ ବାହାରେ ଥିବା ଗୋଟିଏ ଟେଣ୍ଟରେ ରହିବା ଆରମ୍ଭ କରିଥିଲେ ଯଶସ୍ୱୀ । ଦିନ ବେଳା କ୍ରିକେଟ ଖେଳୁଥିଲେ, ରାତିରେ ଗୁପଚୁପ ବିକ୍ରି କରି କିଛି ଟଙ୍କା ଖାଇବା ପାଇଁ ଯୋଗାଡ଼ କରୁଥିଲେ । ତାଙ୍କ କ୍ରିକେଟ ଦକ୍ଷତାକୁ କୋଚ ଜ୍ୱାଲା ସିଂହ ଦେଖିବା ପୂର୍ବରୁ ଯଶସ୍ୱୀ ଟଙ୍କା ପାଇଁ ବିଭିନ୍ନ କ୍ଲବରେ ସ୍କୋରିଂ ସହ ବଲ ଗୋଟାଇବା କାମରେ ରହିଥିଲେ । କିନ୍ତୁ ଜ୍ୱାଲା ସିଂହ ତାଙ୍କ ଦକ୍ଷତାକୁ ଚିହ୍ନବା ସହ ଆଇନଗତ ଅଭିଭାବକ ମଧ୍ୟ ବନିଥିଲେ।

୨୦୧୯ରେ ବ୍ୟାଟିଂ ଟ୍ୟାଲେଣ୍ଟ ବଳରେ ମୁମ୍ବାଇ ଟିମର ସଦସ୍ୟ ହୋଇଥିଲେ । ମାତ୍ର ୧୭ ବର୍ଷ ୨୯୨ ଦିନରେ ମୁମ୍ବାଇ ଟିମର ସବୁଠାରୁ କନିଷ୍ଠ ବ୍ୟାଟର ଭାବେ ଦିନିକିଆରେ ଦୁଇ ଶତକ ହାସଲ କରିଥିଲେ । ଘରୋଇ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିବା ସହ ଭାରତ ପାଇଁ ଅଣ୍ଡର ୧୯ ବିଶ୍ୱକପ ଖେଳିଥିଲେ। ୨୦୨୦ ଅଣ୍ଡର ୧୯ ଟିମରେ ସର୍ବାଧିକ ସ୍କୋରର କ୍ରିକେଟର ହେବା ସହ ମ୍ୟାଚ୍‌ ଅଫ ଦି ସିରିଜ ହୋଇଥିଲେ । ୨୦୧୯ରେ ରାଜସ୍ଥାନ ତାଙ୍କୁ କିଣିଥିଲା । ପ୍ରଥମ ଆଇପିଏଲ ସିଜିନ ସେତେଟା ଭଲ ନଥିଲା । ଆଇପିଏଲ ୨୦୨୨ ପୂର୍ବରୁ ଭାରତୀୟ ଯୁବ କ୍ରିକେଟର ଯଶସ୍ୱୀ ଜୟସ୍ୱାଲଙ୍କୁ ୪ କୋଟି ଟଙ୍କାରେ ରିଟେନ କରିଥିଲା ରାଜସ୍ଥାନ ରୟାଲ୍ସ । ଏଥର ଇଂଲିଶ ବ୍ୟାଟର ଜୋସ ବଟଲରଙ୍କ ସହ ଦମଦାର ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି ।.....
Published by:nihar panda
First published: