ଅବିଶ୍ବସନୀୟ ! ଗୋଟିଏ ଓଭରରେ ୪୬ ରନ୍‌; ବିସ୍ଫୋରକ ବ୍ୟାଟିଂ ଭିଡିଓ ଭାଇରାଲ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କମାଲ ଧମାଲ; ଗୋଟିଏ ଓଭରରେ ୪୬ ରନ୍‌ । ବିଶ୍ବାସ ହେଉନଥିଲେ ବି ସତ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିସ୍ଫୋରକ ବ୍ୟାଟିଂ । ଦିନିକିଆ (ODI)ରେ ଗୋଟିଏ ଓଭରରେ ସର୍ବାଧିକ ରନ୍‌ର ରେକର୍ଡ ହେଉଛି ୩୬ ରନ୍‌, ଯାହା ଦୁଇଥର ହାସଲ ହୋଇଛି । ଥରେ ୨୦୦୬ରେ ନେଦରଲ୍ୟାଣ୍ଡସ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ହର୍ସେଲ ଗିବ୍ସ (herschelle gibbs)  ଓ ୨୦୨୧ରେ ପପୁଆ ନ୍ୟୁ ଗିନି ବିପକ୍ଷରେ ଆମେରିକାର ଯଶକରନ ମଲହୋତ୍ରା (jaskaran malhotra)ଙ୍କ ନାଁରେ ରେକର୍ଡ ରହିଛି । ଟେଷ୍ଟ ମ୍ୟାଚରେ ଯଶପ୍ରୀତ୍‌ ବୁମ୍‌ରା (jasprit bumrah)ଙ୍କ ନାଁରେ ରହିଛି ଏହି ରେକର୍ଡ ।  ୨୦୨୨ରେ ଇଂଲଣ୍ଡ ବିପକ୍ଷରେ ବୁମ୍‌ରା ଗୋଟିଏ ଓଭରରେ ୩୫ ରନ୍ ରେକର୍ଡ଼ କରିଛନ୍ତି । T20Iରେ ମଧ୍ୟ ଗୋଟିଏ ଓଭରରେ ୩୬ ରନ୍‌ର ରେକର୍ଡ ରହିଛି । ଏହା ମଧ୍ୟ ଦୁଇଥର ଘଟିଛି । ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ଯୁବରାଜ ସିଂ ଓ ୨୦୨୧ରେ ଶ୍ରୀଲଙ୍କା ବିପକ୍ଷରେ କିରନ୍ ପୋଲାର୍ଡଙ୍କ ନାଁରେ ରେର୍କଡ ରହିଛି । କିନ୍ତୁ ଗୋଟିଏ ଓଭରରେ ୪୬ ରନ୍ ସ୍କୋର କରାଯାଇ ପାରିବ କି ? ଆପଣଙ୍କର ଏହା ବିଶ୍ବାସ ହେଉଛି କି କରିପାରିବେ ବୋଲି ?



ଗୋଟିଏ ଓଭରରେ କେମିତି ହେଲା ୪୬ ରନ୍‌ ?

ଗୋଟିଏ ଓଭରରେ ୪୬ ସଂଗ୍ରହ ଏକ ଟି-ଟ୍ବେଣ୍ଟି ମ୍ୟାଚ୍‌ରେ ଘଟିଛି । କୁଏତରେ କେସିସି ଫ୍ରେଣ୍ଡସ୍ ମୋବାଇଲ୍ ଟି -୨୦ ଚାମ୍ପିଅନ୍ସ ଟ୍ରଫି ( KCC Friends Mobile T20 Champions Trophy 2023)ର ଏକ ମ୍ୟାଚ୍‌ରେ ଏହି ଘଟଣା ଘଟିଛି । ଏନସିଏମ ଇନଭେଷ୍ଟମେଣ୍ଟ ଓ ଟଲି ସିସି (NCM Investment and Tally CC) ମଧ୍ୟରେ ହୋଇଥିବା ଏକ ମ୍ୟାଚରେ, NCMର ଖେଳାଳି ବାସୁ, ଟାଲି (Tally)ର ହରମାନ (Harman)ଙ୍କ ବୋଲିଂରେ ଛକ୍କା ବର୍ଷା କରିଥିଲେ । ନୋ ବଲ୍‌ରୁ ଓଭର ଆରମ୍ଭ କରିଥିଲେ ହରମାନ, ସେଇ ପ୍ରଥମ ବଲ୍‌ରେ ବଡ଼ ପ୍ରହାର କରି ଛକ୍କା ହାସଲ କରିଥିଲେ ବାସୁ । ତା’ପର ବଲ୍‌ରେ ସେ ବାଏ ଭାବେ ଚାରି ରନ୍‌ ପାଇଥିଲେ । ପରବର୍ତ୍ତୀ ପାଞ୍ଚଟି ବଲ୍‌ରେ ୫ଟି ଛକ୍କା ମାରିଥିଲେ ବାସୁ । ହେଲେ ସେଥିମଧ୍ୟରୁ ଗୋଟିଏ ନୋ-ବଲ୍‌ ଥିଲା । ତେଣୁ ଶେଷରେ ଯେଉଁ ଏକ୍ସଟ୍ରା ବଲ୍‌ ହେଲା ସେଥିରେ ବି ମିଳିଥିଲା । ଏହି ଭଳି ଭାବେ ବାସୁ ଗୋଟିଏ ଓଭରରେ ମୋଟ ରନ୍ ୪୬ରନ୍‌ ସଂଗ୍ରହ କରିଥିଲେ ।



ଆଇପିଏଲ୍‌ (IPL)ରେ ବଡ଼ ସ୍କୋର ଓଭର ବିଷୟରେ କହିବାକୁ ଗଲେ, ଗୋଟିଏ ଓଭରରେ ଦୁଇଥର ୩୭ ରନ୍ ସ୍କୋର ହୋଇଛି । ଆଇପିଏଲ୍‌ରେ ଗୋଟିଏ ଓଭରରେ ଏହା ସର୍ବାଧିକ ରନ୍‌ ରେକର୍ଡ଼ ହୋଇଛି । ପ୍ରଥମ ଥର ଏହା ୨୦୧୧ ମସିହା କେରଳର କେ.ଟି.କେ ପି. ପରମେଶ୍ୱରନ୍ ଷ୍ଟାଡ଼ିୟମରେ ଆରସିବି ବିପକ୍ଷ ମ୍ୟାଚରେ ୩୭ ରନ୍ ହୋଇଥିଲା । ପରବର୍ତ୍ତିୀ ସମୟରେ ଏହା ୨୦୨୧ ମସିହାରେ ଆରସିବିର ହର୍ଷଲ ପଟେଲ ସିଏସ୍‌କେ ( CSK ) ବିପକ୍ଷରେ ମାରିଥିଲେ ।..
Published by:Sujit Swain
First published: