ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଲୋକାର୍ପଣ; ଓଡ଼ିଶା ମାଟିର ଗୌରବ ଗାନ କରୁଛି- ମୁଖ୍ୟମନ୍ତ୍ରୀ

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି "ହକିର ସ୍ୱର୍ଣ୍ଣକ୍ଷେତ୍ର ସୁନ୍ଦରଗଡରେ ଆଜି ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ ଓଡ଼ିଶା ମାଟିର ଗୌରବ ଗାନ କରୁଛି ।

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଲୋକାର୍ପଣ; ଓଡ଼ିଶା ମାଟିର ଗୌରବ ଗାନ କରୁଛି- ମୁଖ୍ୟମନ୍ତ୍ରୀ

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଲୋକାର୍ପଣ; ଓଡ଼ିଶା ମାଟିର ଗୌରବ ଗାନ କରୁଛି- ମୁଖ୍ୟମନ୍ତ୍ରୀ

  • News18 Odia
  • Last Updated :
  • Raurkela (Rourkela), India
  • Share this:
News 18 Odia Digital

ଭୁବନେଶ୍ୱର; ରାଉରକେଲାରେ ବିଶ୍ୱର ସର୍ବ ବୃହତ ହକି ଷ୍ଟାଡିୟମ 'ବିର୍ସା ମୁଣ୍ଡା ହକି ଷ୍ଟାଡିଅମ' ଲୋକାର୍ପିତ ହୋଇଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଡିୟମକୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ସୁନ୍ଦରଗଡ଼ବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୋଟ ୧୧୦୯ କୋଟିର ୩୫୯ଟି ପ୍ରକଳ୍ପ ଲୋକାର୍ପିତ କରାଯାଇଛି ।

ସୁନ୍ଦରଗଡ଼ ମେଡିକାଲ କଲେଜର ଉଦଘାଟନ ସହ ରାଉରକେଲାକୁ ମୋ ବସ୍‌ ସେବା ଓ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରୁ କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି "ହକିର ସ୍ୱର୍ଣ୍ଣକ୍ଷେତ୍ର ସୁନ୍ଦରଗଡରେ ଆଜି ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ ଓଡ଼ିଶା ମାଟିର ଗୌରବ ଗାନ କରୁଛି । ବିଶ୍ଵ କ୍ରୀଡା ଇତିହାସରେ ଯୋଡି ହେଲା ସ୍ଵର୍ଣ୍ଣିମ ଅଧ୍ୟାୟ । ଏହି ଅବସରରେ ବିଶ୍ଵ କପ୍  ଜିତିଲେ ପ୍ରତି ଭାରତୀୟ  ଖେଳାଳି ଏକ କୋଟି  ଟଙ୍କା ପାଇବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଷ୍ଟାଡିୟମ ସମଗ୍ର ଦେଶକୁ ଓଡ଼ିଶାର ସବୁଠାରୁ ଶ୍ରେଷ୍ଠ ଉପହାର ।  ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ହକିକୁ ଭଲ ପାଉଥିବା ଖେଳାଳି, ସାଧାରଣ ଜନତା, ଓଡ଼ିଶାର ହକିପ୍ରେମୀ ଦେଶର ହକି କ୍ରୀଡାବିତ୍‌ ସମସ୍ତଙ୍କ ଉଦ୍ଦେଶ୍ୟରେ ଏହି ଷ୍ଟାଡିୟମକୁ ମୁଁ ଉତ୍ସର୍ଗ କରୁଛି । ହକିକୁ ଭଲ ପାଉଥିବା ସମସ୍ତଙ୍କୁ ହକି ବିଶ୍ଵକପ୍ ଭବ୍ୟ ଉତ୍ସବରେ ସାମିଲ ହେବା ପାଇଁ  ନିମନ୍ତ୍ରଣ କରୁଛି।

ଏହା ଭାରତକୁ ହକିକ୍ଷେତ୍ରରେ ଏକ ବଡ଼ ଶକ୍ତି ଭାବରେ ଗଢି ତୋଳିବ ଏବଂ ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ହକି ଖେଳରେ ଦେଶ ଏକ ମଜବୁତ ଦଳ ଭାବରେ ପ୍ରତିଷ୍ଠା ଲାଭ କରିବ । ହକିର ସ୍ୱର୍ଣ୍ଣକ୍ଷେତ୍ର ସୁନ୍ଦରଗଡରେ ଆଜି ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ ଓଡିଶା ମାଟିର ଗୌରବ ଗାନ କରୁଛି। ଏ ଷ୍ଟାଡିୟମ ସାରା ବିଶ୍ୱ ପାଇଁ ହକିର ମୁଖ୍ୟ କେନ୍ଦ୍ର ହୋଇରହିବ । ଦେଶର ପ୍ରମୁଖ ଟିମ୍‌ ମାନଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ସୁଯୋଗ ଦେଇଚାଲିବ।  ଆମର ଏହି ଉଦ୍ୟମ ଦେଶର ଯୁବ ଖେଳାଳିମାନଙ୍କୁ ପ୍ରେରଣା ଦେବ ବୋଲି ସେ କହିଥିଲେ । ଦେଶରେ ଅନେକ ଚମ୍ପିଆନ ସୃଷ୍ଟି କରିବ ଏବଂ ଦେଶ ତଥା ରାଜ୍ୟର ଗୌରବ ବୃଦ୍ଧି କରିଚାଲିବ । ମହାପ୍ରଭୁଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସଦିଚ୍ଛା ଓ ଭଲପାଇବା ଯୋଗୁ ଆମର ସ୍ବପ୍ନ ସାକାର ହୋଇଛି । ସବୁକ୍ଷେତ୍ରରେ ଶ୍ରେଷ୍ଠ ହେବାର ଉଦ୍ୟମର ଏହା ପ୍ରତିଫଳନ । ଦେଶର କ୍ରୀଡା ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଏହି ଷ୍ଟାଡିୟମ ଓଡ଼ିଶାର ଛବିକୁ ଆହୁରି ଉଜ୍ଜଳ କରିଛି । ଆଗାମୀ ଅନେକ ଯୁଗ ପର୍ଯ୍ୟନ୍ତ ଏହି ଷ୍ଟାଡିୟମ ଆମର ମୁକୁଟମଣି ହୋଇ ହକି ପ୍ରତି ଭାରତୀୟ ମାନଙ୍କର ଭାବାବେଗ ଓ ଭଲପାଇବାକୁ ପରିପ୍ରକାଶ କରିଚାଲିବ। ଏହା ଭାରତୀୟ ହକିର ଏନ୍ତୁଡିଶାଳ ହୋଇ ରହିବ । ୧୨୦କୋଟି ଟଙ୍କା ଖର୍ଚ୍ଚରେ ମାତ୍ର ପନ୍ଦର ମାସ ସମୟ ମଧ୍ୟରେ ଏହି  ଷ୍ଟାଡିୟମ୍  ନିର୍ମିତ ହୋଇଛି ।
Published by:Soubhagya Mishra
First published: