- News18 Odia
- Last Updated :
News 18 Odia
ନୂଆଦିଲ୍ଲୀ: ମଙ୍ଗଳାବର ଦିନ ଆଇସିସି ଟି-୨୦ ମହିଳା କ୍ରିକେଟ୍ ରାଙ୍କିଂ କାର୍ଡ ପ୍ରକାଶ ପାଇଛି। ରାଙ୍କିଂ ହିସାବରେ ଅଷ୍ଟ୍ରେଲୀୟ ଖେଳାଳିମାନେ ଆଗରେ ଅଛନ୍ତି।ଅଷ୍ଟ୍ରେଲିଆ ଓପନର ବେଥ ମୁନୀ ୭୪୩ ପଏଣ୍ଟ ସହିତ ଶୀର୍ଷ ସ୍ଥାନରେ ରହିଥିବା ବେଳେ କ୍ୟାପ୍ଟେନ୍ ମିଗ୍ ଲାନିଂ(୭୨୩) ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପିର ତାହ୍ଲିଆ ମ୍ୟାକଗ୍ରାଥ ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି।
ସେହିପରି ଭାରତର ବ୍ୟାଟିଂ ଲାଇନ୍କୁ ଦେଖିଲେ ସ୍ମୃତି ମନ୍ଧାନା ୭୧୦ ପଏଣ୍ଟ ପାଇଁ ୪ ନମ୍ବର ସ୍ଥାନରେ ରହିଥିବା ବେଳେ ଶେଫାଳୀ ବର୍ମା ୬୮୬ ପଣ୍ଟ ସହ ୬ ନମ୍ବର ଓ ଜେମିମାହ ରୋଡ୍ରିଗ୍ସ ୬୨୪ ପଏଣ୍ଟ ସହ ୧୦ ନମ୍ବର ସ୍ଥାନରେ ରହିଛନ୍ତି। ରେଣୁକା ସିଂହ ବୋଲିଂରେ ପଞ୍ଚମ ସ୍ଥାନ ଉପରକୁ ଉଠି ୧୩ ନମ୍ବରେ ରହିଥିବା ବେଳେ ସ୍ପିନର ଦୀପ୍ତି ଶର୍ମା ନିଜର ସପ୍ତମ ସ୍ଥାନ ବଜାଇ ରଖିଛନ୍ତି। ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ସୋଫିଆ ଡଙ୍କଲି ଏବଂ ଆଲିସ୍ କ୍ୟାପସି ମଧ୍ୟ ସେମାନଙ୍କ ସିରିଜର ପ୍ରଥମ ମ୍ୟାଚ୍ ପରେ ୧୩ ନମ୍ୱର ସ୍ଥାନରେ ଅଛନ୍ତି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।