ICC Ranking; ନମ୍ୱର ୧ରେ ଭାରତୀୟ କ୍ରିକେଟ ଟିମ; ଚତୁର୍ଥ ସ୍ଥାନକୁ ଖସିଲା ନ୍ୟୁଜିଲାଣ୍ଡ
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ; ଭାରତ ନ୍ୟୁଜିଲାଣ୍ଡ ମୁକାବିଲାରେ ଭାରତୀୟ ଟିମର ୩୮୬ ରନକୁ ଟାର୍ଗେଟ କରି ମାତ୍ର ୨୯୫ ରନରେ ସମସ୍ତ ୱିକେଟ ହରାଇଛି ନ୍ୟୁଜିଲାଣ୍ଡ ଟିମ୍ । ମାତ୍ର ୪୧.୨ ଓଭର ଖେଳରେ ୱିକେଟ ପୋଛି ନେଇଛନ୍ତି ଭାରତୀୟ ଟିମ୍ । ଶୁବମନ ଗିଲ ଏବଂ ରୋହିତ ଶର୍ମାଙ୍କ ଧୂଆଁଦାର ଶତକକୁ ଯେତିକି ଉତ୍କଣ୍ଠାର ସହ ଦର୍ଶକେ ମଜା ନେଉଥିଲେ ନ୍ୟୁଜିଲାଣ୍ଡ ଟିମର ଡେଭୋନ କନୱେଙ୍କ ପ୍ରଦର୍ଶନ ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ହସର କାରଣ ହୋଇଥିଲା ।
ଟିମ ଇଣ୍ଡିଆ ଏହି ମ୍ୟାଚ ଜିତିବା ସହ ୩-୦ରେ କ୍ଲିନସୁଇପ ହୋଇଛି । icc ରାଙ୍କିଂରେ ପ୍ରଥମ ସ୍ଥାନ ପାଇଛି ଦଳ । ଏହି ମ୍ୟାଚ ଖେଳାଯିବା ପୂର୍ବରୁ ଟିମ ଇଣ୍ଡିଆ ତୃତୀୟ ସ୍ଥାନରେ ରହିଥିଲା । ବର୍ତ୍ତମାନ ୧୧୪ ପଏଣ୍ଟ ହାସଲ କରିବା ପରେ ଟିମ ଇଣ୍ଡିଆ ପ୍ରଥମ ଏବଂ ଇଂଲଣ୍ଡ ଟିମ ୧୧୩ ପଏଣ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ତୃତୀୟ ଓ ଚତୁର୍ଥ ସ୍ଥାନକୁ ଖସି ଆସିଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ମାତ୍ର ୧୧୧ ପଏଣ୍ଟ ହାସଲ କରିଛି । ବର୍ତ୍ତମାନ ନ୍ୟୁଜିଲାଣ୍ଡ ଟିମକୁ ନେଇ ଚିନ୍ତିତ ନ୍ୟୁଜିଲାଣ୍ଡ କ୍ରିକେଟପ୍ରେମୀ । କାରଣ ଦଳ ପୂର୍ବରୁ ପ୍ରଥମ ସ୍ଥାନରେ ରହିଥିବାବେଳେ ଏବେ ହଠାତ ଚତୁର୍ଥକୁ ଖସି ଆସିଲା ।
ମଧ୍ୟପ୍ରଦେଶରେ ଖେଳା ଯାଉଥିବା ଆଜିର ଏହି ଦମଦାର ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ଟସ୍ ଜିତିବା ସହ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦମଦାର ବ୍ୟାଟିଂ ଆଜି ପ୍ରଶଂସକଙ୍କ ମନରେ ହସ ଭରିଥିଲା । ତାଳି ମାଡରେ ଷ୍ଟାଡିୟମ କମ୍ପୁଥିବା ଦେଖିବାକୁ ମିଳିଥିଲା । ରୋହିତ ଶର୍ମା ୧୦୧ ରନ, ଶୁବମନ ଗିଲ ୧୧୨ ରନ ଏବଂ ହାର୍ଦ୍ଦିକ ପାଣ୍ତ୍ୟା ୫୪ ରନ ସଂଗ୍ରହ କରିଥିଲେ । ସମୁଦାୟ ୫୦ ଓଭରରେ ଟିମ ଇଣ୍ଡିଆ ୮ ୱିକେଟ ହରାଇବା ସହ ୩୮୫ ରନ କରିବାକୁ ସକ୍ଷମ ହୋଇଥିଲା ।
ଅଧିକ ପଢ଼ନ୍ତୁ-
http://ଖୁସି ଖବର; ପୋଲିସ ଚାକିରି ପାଇଁ ବୟସ କୋହଳ ଏବଂ ଆବେଦନ ତାରିଖ ବୃଦ୍ଧିPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।