- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଭାରତ ଠାରୁ ଦିନିକିଆ ସିରିଜ୍ ହାରିବା ପରେ ନମ୍ବର ୱାନ୍ ସ୍ଥାନ ହରାଇଲା ନ୍ୟୁଜିଲାଣ୍ଡ ( New Zealand )। ଗତକାଲି ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଭାରତ (Team India) ଠାରୁ ୮ ୱିକେଟ୍ରେ ପରାସ୍ତ ହୋଇଛି। ଏହି ପରାଜୟ ସହ କିୱି ଦଳ ଦିନିକିଆର ଟପ୍ ଟିମ୍ ତାଲିକାରେ ଏକ ନମ୍ବର ସ୍ଥାନରୁ ଖସି ଦୁଇ ନମ୍ବର ସ୍ଥାନକୁ ଚାଲିଆସିଛି। ନ୍ୟୁଜିଲାଣ୍ଡର ପତନ ପରେ ଇଂଲଣ୍ଡ ଶୀର୍ଷ ସ୍ଥାନକୁ ଉତ୍ତୀଣ୍ଣ ହୋଇଛି। ରାୟପୁର ପୂର୍ବରୁ ହାଇଦ୍ରାବାଦରେ ଭାରତ ମଧ୍ୟ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା ଏବଂ ଏହା ସହ କିୱି ଦଳ ମଧ୍ୟ ସିରିଜ୍ ହରାଇଛି। ଏଥି ସହିତ ଦ୍ୱିତୀୟ ଦିନିକିଆରେ ବିଜୟ ପରେ ଭାରତ ଚତୁର୍ଥ ସ୍ଥାନରୁ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ମ୍ୟାଚ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ 115 ରେଟିଂ ପଏଣ୍ଟ ସହ ଶୀର୍ଷରେ ଥିଲା। 113 ପଏଣ୍ଟ ସହ ଇଂଲଣ୍ଡ ଦ୍ୱିତୀୟ, ଅଷ୍ଟ୍ରେଲିଆ 112 ପଏଣ୍ଟ ସହ ତୃତୀୟ ଏବଂ ଭାରତ 111 ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।
ଜାନୁଆରୀ ୨୨ ତାରିଖ ସୁଧା ଆଇସିସି ରାଙ୍କିଙ୍ଗ୍ଇଂଲଣ୍ଡ-୧୧୩
ନ୍ୟୁଜିଲାଣ୍ଡ-୧୧୩
ଇଣ୍ଡିଆ-୧୧୩
ଅଷ୍ଟ୍ରେଲିଆ ୧୧୨
ପାକିସ୍ତାନ-୧୦୬
ବର୍ତ୍ତମାନ ଭାରତ ପାଖରେ ଦିନିକିଆରେ ବି ନମ୍ବର ୱାନ୍ ହେବାର ସମ୍ଭାବନା ରହିଛି। କାରଣ ପୂର୍ବରୁ ଭାରତ ଟି-୨୦ରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଟେଷ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛି। ଟେଷ୍ଟରେ ଅଷ୍ଟ୍ରେଲିଆ ନମ୍ବର ୱାନ୍ ସ୍ଥାନରେ ରହିଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।