Hockey World Cup: ଆଜିଠୁ ହକି ବିଶ୍ବକପ; ପ୍ରଥମ ଦିନରେ ରହିଛି ୪ଟି ମ୍ୟାଚ୍

Hockey World Cup: ଆଜିଠୁ ହକି ବିଶ୍ବକପ ଫାଇଟ୍। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବା ମ୍ୟାଚ। ପ୍ରଥମ ଦିନରେ ୪ଟି ମ୍ୟାଚ୍ ରହିଛି।

ଆଜିଠୁ କହି ବିଶ୍ବକପ

ଆଜିଠୁ କହି ବିଶ୍ବକପ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଆଜିଠୁ ହକି ବିଶ୍ବକପର ( Hockey World cup ) ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ଯାହାକୁ ନେଇ ଉତ୍ସାହିତ ପୂରା ଦେଶବାସୀ। ଷ୍ଟାଡିୟମରେ ଦେଖିବାକୁ ମିଳିବ ଖେଳାଳିଙ୍କ ଦମଦାର ଅନ୍ଦାଜ। ସ୍ପେନ ବିପକ୍ଷରେ ମ୍ୟାଚ ଖେଳି ଭାରତ ଆଜି ତା'ର ଅଭିଯାନ ଆପମ୍ଭ କରିବ।

ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତ ଓ ସ୍ପେନ ମଧ୍ୟରେ ଖେଳ ହେବାକୁ ଥିବାବେଳେ ଅନ୍ୟ ମ୍ୟାଚରେ ଇଂଲଣ୍ଡ ଓ ୱେଲ୍ସ ପରସ୍ପରୁ କଡ଼ା ଟକ୍କର ଦେବାକୁ ଯାଉଛନ୍ତି।

ସେହିପରି ଓଡ଼ିଶାର ଷ୍ଟାର ଖେଳାଳି ଅମିତ ରୋହିଦାସ ଓ ନୀଲମ ସଞ୍ଜୀପଙ୍କ ଉପରେ ରହିଛି ସମସ୍ତଙ୍କ ନଜର। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ( Kalinga stadium) ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। ଅନ୍ୟ ମ୍ୟାଚରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ପରସ୍ପରକୁ ଭେଟିବେ।

ପ୍ରକାଶ ଥାଉକି ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଦୀର୍ଘ ୪୧ ବର୍ଷ ପରେ ବିଜୟୀ ହେବାର ସୌଭାଗ୍ୟ ଲାଭ କରିଥିଲା। ଏଥର ବିଶ୍ବକପରେ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛି ଭାରତ।

ଅପରାହ୍ନ ୧ଟାରେ ହେବ ପ୍ରଥମ ମ୍ୟାଚ୍। ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା। ଏହି ମ୍ୟାଚ୍ ଭୁବନେଶ୍ୱରରେ ଖେଳାଯିବ। ସେହିପରି ଦ୍ୱିତୀୟ ମ୍ୟାଚ୍ ମଧ୍ୟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ହେବ। ଯାହା ଦିନ ୩ଟାରେ ଆରମ୍ଭ ହେବ।

ଅନ୍ୟପଟେ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଇଂଲଣ୍ଡ ଓ ୱେଲ୍ସ ମଧ୍ୟରେ ଅପରାହ୍ଣ ୫ଟାରେ ତୃତୀୟ ମ୍ୟାଚ ଖେଳାଯିବ। ଶେଷରେ ସନ୍ଧ୍ୟାରେ ରହିଛି ଭାରତ ମ୍ୟାଚ। ସନ୍ଧ୍ୟା ୭ଟାରେ ସମାନ ଗ୍ରାଉଣ୍ଡରେ ଭାରତର ମୁକାବିଲା ସ୍ପେନ୍ ସହ ହେବ। ବୁଧବାର ଉଦଘାଟନୀ ଉତ୍ସବ ଶେଷ ହୋଇଥିବା ବେଳେ ଏବେ ମ୍ୟାଚ୍ ଦେଖିବାକୁ ଅପେକ୍ଷା କରିଛନ୍ତି ହକି ପ୍ରେମୀ।
Published by:Lipina Das
First published: