News18 Odia Digital
Hockey World Cup: ଶେଷ ଟିମ୍ ଭାବେ ଦକ୍ଷିଣ କୋରିଆ (South Korea) ହକି ବିଶ୍ୱକପର (Hockey World Cup) କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସୋମବ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଶେଷ କ୍ରସଓଭର ମ୍ୟାଚରେ କୋରିଆ ଆର୍ଜେଣ୍ଟିନାକୁ ସୁଟ ଆଉଟରେ ପରାସ୍ତ କରିଛି।
ସୁଟଆଉଟରେ କୋରିଆ ୩-୨ ଗୋଲରେ ବିଜୟୀ ହୋଇଥିଲା। ଦୁଇ ଦଳ ମଧ୍ୟରେ ନିର୍ଦ୍ଧାରିତ ସମୟର ଖେଳ ୫-୫ ଗୋଲରେ ସୀମିତ ରହିବା ପରେ ସୁଟଆଉଟ ଜରିଆରେ ଫଳାଫଳ ନିର୍ଣ୍ଣୟ କରାଯାଇଥିଲା।
ଏକମାତ୍ର ଏସୀୟ ଦଳ ଭାବେ କୋରିଆ ଚଳିତ ସଂସ୍କରଣର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ୨୫ ତାରିଖରେ କ୍ୱାର୍ଟର ଫାଇନାଲରେ କୋରିଆର ମୁକାବିଲା ନେଦରଲ୍ୟାଣ୍ଡସ ସହ ହେବ। ପୂର୍ବରୁ ସୋମବାର ଖେଳାଯାଇଥିବା ଅନ୍ୟ ଏକ କ୍ରସଓଭର ମ୍ୟାଚରେ ଜର୍ମାନୀ, ଫ୍ରାନସକୁ ହରାଇ କ୍ୱାର୍ଟରରେ ପ୍ରବେଶ କରିଥିଲା।
ଏହି ଖବର ପଢ଼ନ୍ତୁ:
ଖାଲି କ୍ଷୀର ନୁହେଁ ଏହି ସବୁ ଖାଦ୍ୟକୁ ବାରମ୍ବାର ଗରମ କରି ଖାଇଲେ ଭୋଗିବେ ସମସ୍ୟାଆଜି ଦୁଇଟି କ୍ୱାର୍ଟର ଫାଇନାଲ ଖେଳାଯିବ। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ -ସ୍ପେନ ମୁହାଁମୁହିଁ ହେବେ। ସେହିପରି ଦ୍ୱିତୀୟ ମ୍ୟାଚ ଗତଥରର ଚାମ୍ପିଅନ ହୋଇଥିବା ବେଲଜିୟମ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।