News18 Odia Digital
ଭୁବନେଶ୍ବର: ହକି ବିଶ୍ୱ କପ
(Hockey World Cup) ପାଇଁ ଭୁବନେଶ୍ୱର ମେ ଫେୟାର, ସ୍ୱସ୍ତି ପ୍ରିମିୟମ, ସ୍ୱସ୍ତି ଗ୍ରାଣ୍ଡ, ହୋଟେଲ ଆଇଟିସି ୱେଲକମ୍ ଭଳି ଭୁବନେଶ୍ୱରର ୯ ପ୍ରମୁଖ ହୋଟେଲରେ ବିଭିନ୍ନ ଦେଶର ଖେଳାଳିଙ୍କ ରହିବାର ବ୍ୟବସ୍ଥା କରାଯାଇଛି । ଏହି ସମୟ ମଧ୍ଯରେ ଖେଳାଳିଙ୍କ ପାଇଁ ଓଡିଶା ଖାଦ୍ୟ (Odia Food or Hockey Player)ପରସା ଯିବ। ବିଦେଶୀ ଖେଳାଳିଙ୍କୁ ପଖାଳ, ଭଜା, ବଡିଚୁରା, ଦହି ବାଇଗଣ ଭଳି ଖାଦ୍ୟ ଚଖାଇବାର ଯୋଜନା ରହିଛି।
ପ୍ରୋଟିନ ଓ ସାଲାଡ ସହ ଷ୍ଟିମ, ଗାର୍ଲିକ, ସର୍ଟେଡ ଚିକେନକୁ ଖେଳାଳି ବେଶି ପସନ୍ଦ କରୁଛନ୍ତି । ଭାରତୀୟ ଖାଦ୍ୟ ସହ ଭାତକୁ କିଛି କିଛି ଖେଳାଳି ମଧ୍ୟ ପସନ୍ଦ କରୁଛନ୍ତି । ଦକ୍ଷିଣ ଆଫ୍ରିକା ଖେଳାଳି (South Africa Hockey Player)ଙ୍କ ଜଳଖିଆରେ ଖେଳାଳି ଟୋଷ୍ଟ ଓ ବ୍ରାଉନି ସହ କେନ୍ ଜୁସ୍କୁ ପସନ୍ଦ କରୁଛନ୍ତି । ସେହିଭଳି ମେନ୍ୟୁରେ କ୍ଷୀର ସହ ଅଣ୍ଡାର ଏକ ଡିସ୍ ରହିଛି। ପୂର୍ବରୁ ଡାଲମା, ଭାତ ସହ ପୁରୀ ଖାଇଥିଲେ ଖେଳାଳି। ଖେଳିବା ପୂର୍ବରୁ ଛେନା ପୋଡ଼, ରସଗୋଲା ଖାଇବାକୁ ଖେଳାଳି ପସନ୍ଦ କରୁଛନ୍ତି । ପ୍ରାୟ ଖେଳାଳି ୬୦୦ ଗ୍ରାମ ଚିକେନ ନିଜ ଡାଏଟରେ ସାମିଲ କରିଛନ୍ତି। ସର୍ଟେଡ, ଚିଲିି ଗାର୍ଲିକ ଓ ଗ୍ରିଲଡ୍ ଚିକେନ ଖାଇବାକୁ ଖେଳାଳିଙ୍କୁ ପସନ୍ଦ କରୁଛନ୍ତି ।
https://odia.news18.com/news/sport/the-player-s-bus-was-stop-due-to-traffic-problems-tv-10012023-ssd-dsb-147091.htmlଗାର୍ଲିକ ନାନ୍, ପାସ୍ତା, ନୁଡଲ୍ସ, ଖେଳ ପାଇଁ ବାହାରିବାର ପ୍ରାୟ ୨ ଘଣ୍ଟା ଆଗରୁ ଖେଳାଳି ଟପ୍ ଅପ୍ ମିଲ୍ ନେଉଛନ୍ତି । ଏନାର୍ଜି ବାର, ହ୍ୱାଇଟ ଓ ବ୍ରାଉନ ବ୍ରେଡ୍ରେ ନିଜେ ଟୋଷ୍ଟ ପ୍ରସ୍ତୁତ କରି ଖାଇବାକୁ କିଛି କିଛି ଖେଳାଳି ପସନ୍ଦ କରୁଛନ୍ତି । ମେନୁରେ ପିନଟ୍ ବଟର ଓ ହନି ମଧ୍ୟ ରଖାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।