ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ହକିର କ୍ରସ ଓଭର ମ୍ୟାଚ୍; ଜିତିବା ଟିମ୍ ହାତେଇବ କ୍ୱାର୍ଟର ଫାଇନାଲ ଟିକଟ
- News18 Odia
- Last Updated :
- Bhubaneswar, India
News 18 Odia Digital
INDIA VS NZ : ବିଶ୍ୱକପ ହକିର (Hockey world cup ) ଅସଲ ମ୍ୟାଚ୍ ଆସନ୍ତାକାଲି ଠାରୁ ଆରମ୍ଭ ହେବ। କଳିଙ୍ଗ ଷ୍ଟାଡିୟମରେ (Kalinga Stadium) ବିଶ୍ୱକପ ହକିର କ୍ରସ ଓଭର ମ୍ୟାଚ୍ ଖେଳାଯିବ । ଯିଏ ଜିତିବ କ୍ୱାର୍ଟର ଫାଇନାଲ ଟିକଟ ହାତେଇବ, ଯିଏ ହାରିବ ସିଏ ରାଉଲକେଲା ଯାଇ ବିଶ୍ଵକପରେ ରାଙ୍କିଂ ପାଇଁ ଖେଳିବ। ପ୍ରଥମ କ୍ରସ ଓଭର ମ୍ୟାଚ୍ ମାଲେସିଆ ଓ ସ୍ପେନ ମଧ୍ୟରେ ଅପରାହ୍ନ ସାଢେ ୪ଟାରେ ଖେଳାଯିବ। ସେହିପରି ସନ୍ଧ୍ୟା ୭ଟାରେ ଆୟୋଜକ ଭାରତକୁ ସାମ୍ନା କରିବ ନ୍ୟୁଜିଲାଣ୍ଡ। ପୁଲ ଡିରେ ଭାରତ ଖେଳୁଥିବା ୩ଟି ମ୍ୟାଚ୍ ମଧ୍ୟରୁ ୨ଟି ବିଜୟ, ଗୋଟାଏ ଡ୍ର , ୭ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହି କ୍ରସ ଓଭର ଖେଳିବାକୁ ଆସିଛି। ସେହିପରି ପୁଲ ସି ରେ ନ୍ୟୁଜିଲାଣ୍ଡ ୩ଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ମ୍ୟାଚ୍ ବିଜୟ, ୨ଟି ପରାଜୟ ସହ ୩ ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନ ଅଧିକାର କରି ଭାରତ ବିପକ୍ଷରେ କ୍ରସ ଓଭର ଖେଳିବ।
୨୦୧୩ ମସିହା ପରଠାରୁ ଭାରତ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ମଧ୍ୟରୁ ଭାରତ ୨୪ ଟି ମ୍ୟାଚ୍ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୧୫ ଟି ମ୍ୟାଚ୍ ଜିତିଛି ଓ ୫ ଟି ମ୍ୟାଚ୍ ଡ୍ର ରହିଛି। ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଜିତିଲେ ଆସନ୍ତା ୨୪ ତାରିଖରେ କ୍ୱାର୍ଟର ଫାଇନାଲ ମ୍ୟାଚ୍ ୨୦୧୮ର ବିଶ୍ଵ ଚାମ୍ପିଅନ ବେଲଜିୟମ ବିପକ୍ଷରେ ଖେଳିବ। ଆଜି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭାରତର କୋଚ ଓ ଅଧିନାୟକ କହିଛନ୍ତି, ଆସନ୍ତା କାଲିର ମ୍ୟାଚ୍ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କ୍ୱାର୍ଟର ଫାଇନାଲ ଟିକଟ ନେବା ପାଇଁ ଆମେ ପ୍ରସ୍ତୁତ ଅଛୁ। ନ୍ୟୁଜିଲ୍ୟାଣ୍ଡର ସମସ୍ତ ମ୍ୟାଚ୍ ଭିଡ଼ିଓ ଆନାଲିସିସ କରିଛୁ। ଆହତ ହାର୍ଦ୍ଧିକ ସିଂ ଙ୍କ ସ୍ଥାନ ନେଇଥିବା ରାଜ କୁମାର ପାଲ ପୂରଣ କରିପାରିବେ ବୋଲି ଆଶା ଅଛି। କିଭଳି ପୂର୍ବ ମ୍ୟାଚର ସମସ୍ତ ଭୁଲକୁ ସୁଧାରି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିବୁ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛୁ।
ଅଧିକ ଖବର ପଢନ୍ତୁ-
http://ରିଲାଏନ୍ସ ଡିଜିଟାଲରେ ଡିଜିଟାଲ ଇଣ୍ଡିଆ ସେଲ୍ ଆରମ୍ଭPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।