News 18 Odia Digital
ଭୁବନେଶ୍ୱର; କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପର (Hockey world cup ) ରବିବାର ସନ୍ଧ୍ୟା ଥିଲା ବେଶ ସଂଘର୍ଷପୂର୍ଣ୍ଣ। କ୍ରସ ଓଭର ମ୍ୟାଚ ଜିତି କ୍ୱାଟରଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଉଭୟ ଟିମ ପ୍ରୟାସ ଜାରି ରଖିଥିଲେ । ମ୍ୟାଚର ୧୩ମିନିଟରେ ଭାରତକୁ ଏକ ପେନାଲଟି କର୍ଣ୍ଣର ସୁଯୋଗ ମିଳିଥିଲା । ହେଲେ ଗୋଲରେ ପରିଣତ କରିବାରେ ଭାରତ ପୁଣିଥରେ ବିଫଳ ହୋଇଥିଲା । ଯାହା ଫଳରେ ପ୍ରଥମ କ୍ୱାଟରରେ ଶେଷ ସୁଦ୍ଧା ଗୋଲ ସଂଖ୍ୟା ଶୁନ୍ୟ ଥିଲା ।
ଗୋଲ ପାଇଁ ସଂଘର୍ଷ କରୁଥିବା ଭାରତୀୟ ଦଳ ଦିତୀୟ କ୍ୱାଟର ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା । ମ୍ୟାଚର ୧୮ମିନିଟରେ ବରିଷ୍ଠ ଖେଳାଳୀ ଲଳିତ ଉପାଧାୟ ଏକ ସୁନ୍ଦର ଗୋଲ ଦେଇ ଷ୍ଟାଡିୟମରେ ଦର୍ଶକ ମାନଙ୍କ ମଧ୍ୟରେ ଉତ୍ସାହ ଭରିଥିଲେ । ପରେ ମ୍ୟାଚର ୨୧ମିନିଟରେ ଦୁଇଟି ଲଗାତାର ପେନାଲଟି କର୍ଣ୍ଣର ସୁଯୋଗ ପାଇଥିଲା ଭାରତ । ହେଲେ ଗୋଲ ଦେବାରେ ବିଫଳ ହୋଇଥିଲା । ମ୍ୟାଚର ୨୩ମିନିଟରେ ଭାରତକୁ ମିଳିଥିଲା ଚତୁର୍ଥ ପେନାଲଟି କର୍ଣ୍ଣର । ଯାହାକୁ ଗୋଲ ଦେବାରେ ପୁଣିଥରେ ବିଫଳ କରିଥିଲେ ଭାରତୀୟ ଖେଳାଳୀ । ଦିତୀୟ କ୍ୱାଟରର ୯ମିନିଟ ଅର୍ଥାତ ମ୍ୟାଚର ୨୪ମିନିଟରେ ମିଳିଥିବା ପେନାଲଟି କର୍ଣ୍ଣରକୁ ସୁଖଜିତ ସିଂ ଗୋଲ ଦେଇ ମ୍ୟାଚକୁ ୨-୦ଗୋଲରେ ଆଗୁଆ ରଖି ନିଜ ସପକ୍ଷକୁ ଆଣିଥିଲେ। ହେଲେ ମ୍ୟାଚର ୨୯ମିନିଟରେ ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳୀ ସାମ ଲେନ ଫିଲଡ଼ ଗୋଲ ଦେଇଥିଲେ । ଯାହା ଫଳରେ ଦିତୀୟ କ୍ୱାଟର ସୁଦ୍ଧା ଭାରତ ୨-୧ରେ ଆଗୁଆ ଥିଲା ।
ତୃତୀୟ କ୍ୱାଟର ୮ ମିନିଟ ତଥା ମ୍ୟାଚର ୩୮ମିନିଟରେ ଭାରତ ପୁଣି ଏକ ପେନାଲଟି କର୍ଣ୍ଣର ପାଇଥିଲା । ହେଲେ ଏହାକୁ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା ଭାରତ। ପରେ ମ୍ୟାଚର ୪୦ ମିନିଟରେ ଲଗାତାର ଦୁଇଟି ପେନାଲଟି କର୍ଣ୍ଣର ପାଇଥିବା ଭାରତ ଅଷ୍ଟମ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ବରୁଣ କୁମାର। ଫଳରେ ଭାରତ ୩-୧ଗୋଲରେ ଆଗୁଆ ରହିଥିଲା । ହେଲେ ମ୍ୟାଚର ୪୪ମିନିଟରେ ନ୍ୟୁଜିଲାଣ୍ଡକୁ ମିଳିଥିଲା ପେନାଲଟି କର୍ଣ୍ଣର । ଯାହାକୁ ଗୋଲରେ ପରିଣତ କରିଥିଲେ କେନ୍ ରସେଲ । ସେହିଭଳି ତୃତୀୟ କ୍ୱାଟର ଶେଷ ହବାର ୫୦ ସେକେଣ୍ଡରେ ଭାରତକୁ ମିଳିଥିଲା ମ୍ୟାଚର ୯ମ ପେନାଲଟି । ଯାହାକୁ ଗୋଲ ଦେବାରେ ପୁଣିଥରେ ବିଫଳ ହୋଇଥିଲା ଭାରତ। ଯାହା ଫଳରେ ତୃତୀୟ କ୍ୱାଟର ଶେଷସୁଦ୍ଧା ଭାରତ ୩-୨ଗୋଲରେ ଆଗୁଆ ରହିଥିଲା।
ତିନିଟି କ୍ୱାଟର ପଛରେ ଥିବା ନ୍ୟୁଜିଲାଣ୍ଡକୁ ମ୍ୟାଚର ୪୯ମିନିଟରେ ମିଳିଥିଲା ତୃତୀୟ ପେନାଲରି କର୍ଣ୍ଣର । ଯାହାକୁ ହେଡନ ଫିଲିପ୍ସ ଗୋଲ ଦେଇ ମ୍ୟାଚକୁ ସମାନ ସ୍ତରକୁ ଆଣିଥିଲେ। ହେଲେ ୫୨ମିନିଟରେ ଭାରତକୁ ମିଳିଥିଲା ଦଶମ ପେନାଲଟି କର୍ଣ୍ଣର । ହେଲେ ପୁଣିଥିରେ ବିଫଳ ହୋଇଥିଲା ଭାରତ । ସେହିଭଳି ୫୩ମିନିଟରେ ମିଳିଥିବା ପେନାଲଟି ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା । ଫଳରେ ମ୍ୟାଚ ୩-୩ ଗୋଲରେ ଡ୍ର ରହିଥିଲା । ପରେ ପେନାଲଟି ସୁଟ ଆଉଟରେ ୫-୪ରେ ବିଜୟ ହୋଇ କ୍ଵାଟରରେ ପ୍ରବେଶ କଲା ନ୍ୟୁଜିଲାଣ୍ଡ ।
ଅଧିକ ପଢ଼ନ୍ତୁ -
http://ରାଜ୍ୟର ବିକାଶ ପାଇଁ ଡବଲ୍ ଇଞ୍ଜିନ ସରକାର ଆବଶ୍ୟକ; ଡ. ଲେଖାଶ୍ରୀPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।