ହକି ବିଶ୍ୱକପ ୨୦୨୩; ଫ୍ରାନ୍ସଠାରୁ ପରାଜୟ ବରଣ କଲା ଦକ୍ଷିଣ ଆଫ୍ରିକା
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ରାଜ୍ୟ ରାଜଧାନୀ କଳିଙ୍ଗ ଷ୍ଟାଡିୟମରେ ( Kalinga stadium ) ଚାଲିଥିବା ହକି ବିଶ୍ୱକପ ୨୦୨୩ରେ ( Hockey world cup 2023) ପୁଣି ହାରିଲା ଦକ୍ଷିଣ ଆଫ୍ରିକା ( South africa ) । ନିଜର ଦ୍ୱିତୀୟ ମ୍ୟାଚରେ ଫ୍ରାନ୍ସ ( france ) ଠାରୁ ୨-୧ରେ ପରାଜୟ ବରଣ କରିଛି ଦକ୍ଷିଣ ଆଫ୍ରିକା। ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ତୃତୀୟ କ୍ୱାଟର ସୁଦ୍ଧା ଉଭୟ ଦଳ ୧-୧ ରେ ବରାବର ଥିବାବେଳେ ଚତୁର୍ଥ କ୍ୱାଟରରେ ଫ୍ରାନ୍ସ ଅଧିନାୟକ ଚାରଲେଟ ଭିକ୍ଟରଙ୍କ ଦ୍ୱିତୀୟ ଗୋଲ ବଳରେ ବିଜୟୀ ହୋଇଥିଲା ଫ୍ରାନ୍ସ । ସାଉଥ ଆଫ୍ରିକା ଦଳ ତରଫରୁ ବେଆଉଚମ୍ପ କଂନୋର ହିଁ ଏକମାତ୍ର ଗୋଲ କରିଥିଲେ ।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ ଉଭୟ ଟିମ ପାଇଁ ଥିଲା ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଉଭୟ ଟିମ ନିଜ ନିଜର ପ୍ରଥମ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଥିଲେ । ବିଶ୍ୱକପର ଉଦଘାଟନି ମ୍ୟାଚରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକା କୁ ୧-୦ଗୋଲରେ ପରାସ୍ତ କରିଥିଲାବେଳେ ଫ୍ରାନ୍ସକୁ ୮-୦ଗୋଲରେ ଶୋଚନୀୟ ପରାସ୍ତ କରିଥିଲା ବିଶ୍ୱର ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ । ତେଣୁ ଆଜି ମ୍ୟାଚ ଜିଣି କ୍ୱାଟର ପାଇଁ ନିଜ ସ୍ଥାନ ଉଜ୍ଜୀବିତ କରିବା ପାଇଁ ଉଭୟ ଟିମ ଆଶାବାଦୀ ଥିଲେ ।
ଅଧିକ ଖବର ପଢ଼ନ୍ତୁ-
http://'ପଠାନ' ନିର୍ମାଣରେ ୨୫୦ କୋଟି ଖର୍ଚ୍ଚ ! ଜାଣନ୍ତୁ କେତେ ନେଇଥିଲେ ଶାହାରୁଖ ଖାନPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।