News 18 Odia Digital
Hockey World Cup 2023; କ୍ରସଓଭରର ଶେଷ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆର୍ଜେନ୍ଟିନା ଓ କୋରିଆ (argentina vs korea )। ମ୍ୟାଚ୍ ଆରମ୍ଭରୁ ହିଁ ଅଟାକିଂ ମୁଡରେ ଖେଳୁଥିଲା ଆର୍ଜେନ୍ଟିନା। ଆର୍ଜେଣ୍ଟିନା ୭ ମିନିଟରେ ହିଁ ପ୍ରଥମ ଗୋଲ ଦେଇଥିଲା। ଫିଲ୍ଡ ଗୋଲ ମାଧ୍ୟମରେ ସ୍କୋର କରିଥିଲେ ମାଇକୋ କାସେଲ୍ଲା । ୯ ମିନିଟରେ କୋରିଆ ଗୋଟିଏ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ କରିବାରେ ସକ୍ଷମ ହୋଇପାରିନଥିଲା।
ରୋମାଞ୍ଚକର ରହିଥିଲା ଦ୍ଵିତୀୟ କ୍ୱାର୍ଟର। ଦ୍ଵିତୀୟ କ୍ଵାଟରରେ କିନ୍ତୁ ପ୍ରଥମରୁ ହିଁ ଆଟାକ୍ ଆରମ୍ଭ କରି ୧୭ ମିନିଟରେ କୋରିଆର କିମ ସଂଘ୍ୟୁମ୍ ଗୋଲ କରି ସ୍କୋର ବରାବର କରିଥିଲେ। ୧୮ ମିନିଟରେ ଆର୍ଜେନ୍ଟିନା ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ସ୍କୋର କରି ପାରିନଥିଲା। ୧୯ ମିନିଟରେ ୨ ଟି ପେନାଲ୍ଟି କର୍ଣ୍ଣର ପାଇଥିଲା କୋରିଆ ସେଥିରୁ ଗୋଟିଏରେ ଗୋଲ ସ୍କୋର କରିଥିଲେ ଜୁନ୍ଉ ଜିୟୋଙ୍ଗ । କୋରିଆକୁ ୨-୧ ର ଲିଡ୍ ଦେଇଥିଲେ । ହେଲେ ତାପରେ ପରେ ହିଁ ପୁଣି ଆର୍ଜେଣ୍ଟିନା ତରଫରୁ ନିକୋଲସ କୀନନ୍ ଗୋଟିଏ ଗୋଲ ଦେଇ ୨-୨ରେ ବରାବର କରିଥିଲେ । ୨୩ ମିନିଟରେ ପୁଣି ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ସଫଳ ହୋଇଛନ୍ତି ନିକୋଲସ ଡେଲ୍ଲାଟୋରେ, ଏହା ସହିତ ହାପ ଟାଇମ୍ ସୁଦ୍ଧା ୩-୨ ଗୋଲରେ ଆଗୁଆ ରହିଥିଲା ଆର୍ଜେଣ୍ଟିନା ।
ତୃତୀୟ କ୍ୱାଟରର ୪୦ ମିନିଟରେ ପିନାଲ୍ଟି କର୍ଣ୍ଣର ଦ୍ୱାରା କୋରିଆର ଯୋଙ୍ଘ୍ୟୁମ୍ ଜାଙ୍ଗ ଗୋଟିଏ ଗୋଲ ଦେଇ ୩-୩ ରେ ବରାବର କରିଥିଲେ ମଧ୍ୟ ୪୦ ମିନିଟରେ ହିଁ ପେନାଲ୍ଟି କର୍ଣ୍ଣର ଦ୍ୱାରା ଆର୍ଜେଣ୍ଟିନା ନିକୋଲସ ଡେଲ୍ଲାଟୋରେ ପୁଣି ଏକ ଗୋଲ ସ୍କୋର କରି ୪-୩ରେ ଦଳକୁ ଆଗୁଆ ରଖିଥିଲେ । ୪୩ ମିନିଟରେ ପେନାଲ୍ଟି କର୍ଣ୍ଣର ପାଇଥିଲେ ବି କୋରିଆ ସ୍କୋର କରିବାରେ ସଫଳ ହୋଇନଥିଲା।
ଚତୁର୍ଥ କ୍ୱାଟର ଆରମ୍ଭରେ ୪୬ ମିନିଟରେ ଗୋଲ ଦେଇଥିଲେ ନୋକୋଳସ କିନାନ । ଏହା ସହିତ ୫-୩ରେ ଆର୍ଜେଣ୍ଟିନା ଲିଡ୍ କରୁଥିବା ବେଳେ ୪୯ ମିନିଟରେ କୋରିଆର ଯୋଘ୍ୟୁମ ଯାଙ୍ଗ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ଗୋଟିଏ ଗୋଲ ଦେଇଥିଲା ଆଉ ସ୍କୋର ୫-୪ ରେ ପହଞ୍ଚିଥିଲା। ୫୩ ମିନିଟରେ ଦୁଇଟି ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା ଆର୍ଜେଣ୍ଟିନା । ହେଲେ ଗୋଲ କରିବାରେ ବିଫଳ ରହିଥିଲା । ୫୫ ମିନିଟରେ କୋରିଆ ପେନାଲ୍ଟି କର୍ଣ୍ଣର ଦ୍ୱାରା ୫-୫ ସ୍କୋର ବରାବର କରିଥିଲେ ୟୋଙ୍ଗ ଲିଲମ୍।
ଏହା ସହିତ ୮ ଟିମ୍ କ୍ୱାଟର ଫାଇନାଲରେ ପହଞ୍ଚିସାରିଛି। ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ, ଇଂଲଣ୍ଡ, ସ୍ପେନ୍, ନିଉଜିଲ୍ୟାଣ୍ଡ, ଜର୍ମାନୀ ଓ କୋରିଆ। ଆସନ୍ତା ୨୪ ଓ ୨୫ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ କ୍ଵାଟର ଫାଇନାଲର ସମସ୍ତ ଚାରୋଟି ମ୍ୟାଚ୍ । ୨୪ ତାରିଖ (୪:୩୦ ରେ) ପ୍ରଥମେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ସ୍ପେନ୍ ଏବଂ ସନ୍ଧ୍ୟା ୭ ଟାରେ ମୁହାଁମୁହିଁ ହେବେ ବେଲଜିୟମ ଓ ନିଉଜିଲ୍ୟାଣ୍ଡ । ଠିକ୍ ସେହିପରି ୨୫ ତାରିଖ ୪:୩୦ରେ ପ୍ରଥମେ ମୁହାଁମୁହିଁ ହେବେ ନେଦରଲାଣ୍ଡ ଓ କୋରିଆ ଏବଂ ସନ୍ଧ୍ୟା ୭ ଟାରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଜର୍ମାନୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।