କଳିଙ୍ଗ ଷ୍ଟାଡିୟମରେ ଗୋଲ ବର୍ଷା; ଫ୍ରାନ୍ସକୁ ପରାସ୍ତ କଲା ଅଷ୍ଟ୍ରେଲିଆ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; କଳିଙ୍ଗ ଷ୍ଟାଡିୟମରେ ( kalinga stadium ) ଗୋଲ ବର୍ଷା । ବୃହତ ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କଲା ବିଶ୍ୱର ଏକ ନମ୍ବର ଟିମ ଅଷ୍ଟ୍ରେଲିଆ ( Australia ) । ରାଜ୍ୟ ରାଜଧାନୀ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ( France ) । ପୂରା ଏକ ଘଣ୍ଟା ମ୍ୟାଚକୁ ନିଜ କବ୍ଜାରେ ରଖିଥିଲା ଅଷ୍ଟ୍ରେଲିଆ। ଶେଷରେ ଫ୍ରାନ୍ସକୁ ୮-୦ଗୋଲରେ ପରାସ୍ତ କରି ବିଶ୍ୱକପ ଅଭିଯାନ ଆରମ୍ଭ କରିଥିଲା ଅଷ୍ଟ୍ରେଲିଆ।
କଳିଙ୍ଗ ଷ୍ଟାଡିୟରେ ଅନୁଷ୍ଠିତ ମ୍ୟାଚରେ ଆରମ୍ଭରୁ ଆକ୍ରମଣତ୍ମକ ଖେଳ ଆରମ୍ଭ କରିଥିଲେ ଅଷ୍ଟ୍ରେଲିଆ ଖେଳାଳି । ପ୍ରଥମ କ୍ୱାଟରର ଆରମ୍ଭ କରିଥିଲା ଗୋଲ ବର୍ଷା । ଦ୍ୱିତୀୟ କ୍ୱାଟରର ୮ ମିନିଟ ତଥା ମ୍ୟାଚର ୨୩ମିନିଟରେ ଲଗାତାର ଦୁଇଟି ପେନାଲଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା ଫ୍ରାନ୍ସ । ହେଲେ ଦ୍ୱିତୀୟ କ୍ୱାଟରର ୧୧ମିନିଟରେ ଅଷ୍ଟ୍ରେଲିଆ ଦଳର ଓଗିଲିଭ ଫ୍ଲିନ ଗୋଲ ଦେଇଥିଲେ। ପରେ ସେହି ୧୧ମିନିଟରେ ପାଇଥିବା ପେନାଲଟି କର୍ଣ୍ଣନରକୁ ପୁଣି ଏକ ଗୋଲରେ ପରିଣତ କରିଥିଲା ଅଷ୍ଟ୍ରେଲିଆ । ପରେ ମ୍ୟାଚର ୨୭ମିନିଟ ତଥା ଦ୍ୱିତୀୟ କ୍ୱାଟରର ୧୩ମିନିଟରେ ଏକ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ଅଷ୍ଟ୍ରେଲିଆ ଖେଳାଳି ହାୱାର୍ଡ ଜେରେମି । ଫଳରେ ଦ୍ୱିତୀୟ କ୍ୱାଟର ଶେଷ ସୁଧା ଅଷ୍ଟ୍ରେଲିଆ ୪-୦ ଗୋଲରେ ଆଗୁଆ ରହିଥିଲା।
ତୃତୀୟ କ୍ଵାଟରରେ ଆରମ୍ଭରୁ ଅଷ୍ଟ୍ରେଲିଆ ଦଳର ବ୍ରାଣ୍ଡ ଟିମ ଗୋଲ ଦେଇ ଅଷ୍ଟ୍ରେଲିଆ ମ୍ୟାଚକୁ ନିଜ ଆଡ଼କୁ ଟାଣି ଆଣିଥିଲା । ସେହିପରି ମ୍ୟାଚର ୩୮ମିନିଟରେ ହାୱାର୍ଡ ଜେରେମି ପୁଣି ଏକ ଗୋଲ ଦେଇଥିଲା। ପରେ ମ୍ୟାଚର ୪୫ମିନିଟରେ ଅଷ୍ଟ୍ରେଲିଆ ପୁଣି ଏକ ଗୋଲ ଦେଇଥିଲା । ଦଳ ପକ୍ଷରୁ ଟମ କ୍ରେଜ ଗୋଲ ଦେଇଥିଲେ। ଫଳରେ ତୃତୀୟ କ୍ୱାଟର ସୁଦ୍ଧା ଅଷ୍ଟ୍ରେଲିଆ ୭-୦ ଗୋଲରେ ଆଗୁଆ ରହିଥିଲା । ଚତୁର୍ଥ କ୍ୱାଟରରେ ପୁଣି ଏକ ଗୋଲଦେଇ ଅଷ୍ଟ୍ରେଲିଆ ୮-୦ ଗୋଲରେ ବିଜୟୀ ହୋଇଥିଲା ।
https://odia.news18.com/photogallery/sport/argentina-started-the-world-cup-campaign-with-the-victory-of-the-first-match-tv-4srm-130123-srm-dsb-147909.htmlPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।