ହକି ବିଶ୍ୱକପ ୨୦୨୩; ଅଷ୍ଟ୍ରେଲିଆ ଆର୍ଜେଣ୍ଟିନା ମ୍ୟାଚ ଡ୍ର

ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପର ପୁଲ ମ୍ୟାଚ ୩-୩ଗୋଲରେ ଡ୍ର । ସୋମବାର ସନ୍ଧ୍ୟାରେ ହେଉଥିବା ଏହି ରୋମାଞ୍ଚକର ମ୍ୟାଚରେ ଆରମ୍ଭରୁ ଉଭୟ ଟିମ ଆକ୍ରମଣାତ୍ମକ ଖେଳ ଖେଳିଥିଲେ।

ହକି ବିଶ୍ୱକପ ୨୦୨୩; ଅଷ୍ଟ୍ରେଲିଆ ଆର୍ଜେଣ୍ଟିନା ମ୍ୟାଚ ଡ୍ର

ହକି ବିଶ୍ୱକପ ୨୦୨୩; ଅଷ୍ଟ୍ରେଲିଆ ଆର୍ଜେଣ୍ଟିନା ମ୍ୟାଚ ଡ୍ର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଅଷ୍ଟ୍ରେଲିଆ (Australia) ଆର୍ଜେଣ୍ଟିନା  (Argentina) ମ୍ୟାଚ ଡ୍ର । ରାଜ୍ୟ ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ( Kalinga stadium ) ଚାଲିଥିବା ହକି ବିଶ୍ୱକପର (Hockey world Cup ) ପୁଲ ମ୍ୟାଚ ୩-୩ଗୋଲରେ ଡ୍ର । ସୋମବାର ସନ୍ଧ୍ୟାରେ ହେଉଥିବା ଏହି ରୋମାଞ୍ଚକର ମ୍ୟାଚରେ ଆରମ୍ଭରୁ ଉଭୟ ଟିମ ଆକ୍ରମଣାତ୍ମକ ଖେଳ ଖେଳିଥିଲେ। ମ୍ୟାଚର ୫ମିନିଟରେ ଆର୍ଜେଣ୍ଟିନାକୁ ଏକ ପେନାଲ୍ଟିକର୍ଣ୍ଣରର ସୁଯୋଗ ପାଇଥିବା ବେଳେ ତାକୁ ଗୋଲରେ ପରିଣତ କରିବାରେ ସକ୍ଷମ ହୋଇ ନଥିଲା ଦଳ । ମ୍ୟାଚର ୯ ମିନିଟରେ ଅଷ୍ଟ୍ରେଲିଆ ପାଇଥିବା ଏକ ପେନାଲଟିକର୍ଣ୍ଣରକୁ ଜେର୍ମି ହାଇୱାର୍ଡ ଗୋଲରେ ପରିଣତ କରି ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଭରିଥିଲେ । ଫଳରେ ପ୍ରଥମ କ୍ୱାଟର ଶେଷସୁଧା ଅଷ୍ଟ୍ରେଲିଆ ୧-୦ ଗୋଲ ରେ ଆଗୁଆ ରହିଥିଲା ।

ଦ୍ୱିତୀୟ କ୍ୱାଟର ଆରମ୍ଭର ମାତ୍ର ୪ମିନିଟ ଅର୍ଥାତ ମ୍ୟାଚର ୧୯ ମିନିଟରେ ଆର୍ଜେଣ୍ଟିନାକୁ ଏକ ପେନାଲଟି କର୍ଣ୍ଣର ମିଳିଥିଲା। ଯାହାକୁ ଦଳର ତୋମାସ ଡୋମେନ ଗୋଲରେ ପରିଣତ କରି ସ୍କୋରକୁ ୧-୧ରେ ବରାବରକୁ ଆଣିଥିଲା । ହେଲେ ମ୍ୟାଚର ଶେଷ ୫ସେକେଣ୍ଡରେ ଅଷ୍ଟ୍ରେଲିଆ ଖେଳାଳି ଡାନିଏଲ ଏକ ଚମତ୍କାର ଗୋଲ ଦେଇ ମ୍ୟାଚକୁ ୨-୧ରେ ଆଗୁଆ ରଖିଥିଲେ ।

ସେପଟେ ତୃତୀୟ କ୍ୱାଟର ଆରମ୍ଭରୁ ଆର୍ଜେଣ୍ଟିନା ପୁଣି ଏକ ଫିଲଡ଼ ଗୋଲ ଦେଇ ମ୍ୟାଚକୁ ବରାବର କରିଥିଲା। ଆର୍ଜେଣ୍ଟିନା ଖେଳାଳି ମାଇକୋ କ୍ୟାସେଲାଙ୍କ ଏହି ଗୋଲ ଦେଇ ଦଳର ସ୍କୋର ୨ରେ ପହଞ୍ଚାଇଥିଲେ । ଉଭୟ ଦଳ ନିଜ ନିଜର ଢଙ୍ଗରେ ଖେଳୁଥିବା ବେଳେ ତୃତୀୟ କ୍ୱାଟରର ୫ ମିନିଟ ତଥା ମ୍ୟାଚର ୩୫ମିନିଟରେ ଅଷ୍ଟ୍ରେଲିଆ ଖେଳାଳି ଟମ କ୍ରେଜ ଏକ ସୁନ୍ଦର ଗୋଲ ଦେଇଥିଲେ। ହେଲେ ତୃତୀୟ ଅମ୍ପେୟାର ଏହାକୁ ନାକଚ କରିଦେଇଥିଲେ । ସେହିପରି ମ୍ୟାଚର ୪୧ମିନିଟରେ ଆର୍ଜେଣ୍ଟିନାକୁ ପୁଣି ଏକ ପେନାଲଟି କର୍ଣ୍ଣର ମିଳିଥିବା ବେଳେ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା ଟିମ । ଫଳରେ ତୃତୀୟ କ୍ୱାଟର ଶେଷସୁଧା ସ୍କୋର ୨-୨ରେ ରହିଥିଲା ।

ଚତୁଃର୍ଥ କ୍ଵାଟର ଆରମ୍ଭରୁ ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଉଭୟ ଟିମ ସଂଘର୍ଷ କରିଥିଲେ। ମ୍ୟାଚର ୪୮ମିନିଟରେ ଆର୍ଜେଣ୍ଟିନା ଖେଳାଳି ମାର୍ଟିନ ଫେରିରୋ ଫିଲଡ଼ ଗୋଲ ଦେଇ ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ଆଣିଥିଲେ । ଫଳରେ ସ୍କୋର ୩-୨ରେ ପହଞ୍ଚିଥିଲା । ହେଲେ ମ୍ୟାଚର ୫୮ମିନିଟରେ ଅଷ୍ଟ୍ରେଲିଆ ଏକ ଚମତ୍କାର ଗୋଲ ଦେଇ ସ୍କୋର ୩-୩ ରେ ବରାବର କରିଥିଲା। ଦଳ ପକ୍ଷରୁ ବ୍ଲାକ ଏକ ଗୋଲ ଦେଇ ଅଷ୍ଟ୍ରେଲିଆକୁ ପରାଜୟରୁ ବଞ୍ଚିତ କରିବା ସହ ମ୍ୟାଚ କୁ ଡ୍ର ରଖିବାରେ ସକ୍ଷମ ହୋଇଥିଲା ।

ଅଧିକ ଖବର ପଢନ୍ତୁ- http://କେଡେ ନୃଶଂସ ବାପା; ନିଜ ହାତରେ ନିଜ ଝିଅକୁ କଚାଡି ମାରିଦେଲା !
Published by:Soubhagya Mishra
First published: