News 18 Odia Digital
ଭୁବନେଶ୍ୱର; ରାଜ୍ୟ ରାଜଧାନୀ କଳିଙ୍ଗ ଷ୍ଟାଡିୟମରେ (Kalinga Stadium) ମଙ୍ଗଳବାର ଖେଳା ଯାଇଥିବା ଦ୍ୱିତୀୟ କ୍ୱାଟର ଫାଇନାଲରେ ମୁହାଁମୁହିଁ ହୋଇଥିଲେ ବେଲଜିୟମ ଓ ନ୍ୟୁଜିଲାଣ୍ଡ ( Belgium And New Zealand )। ପ୍ରଥମ କ୍ୱାଟର ଶେଷ ବେଳକୁ ବେଲଜିୟମ ୧-୦ ଗୋଲରେ ଆଗୁଆ ଥିଲା । ଦଳ ପକ୍ଷରୁ ଟମ ବୁନ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ଭରିଥିଲେ ।
ସେହିଭଳି ଦ୍ୱିତୀୟ କ୍ୱାଟର ଆରମ୍ଭରୁ ନ୍ୟୁଜିଲାଣ୍ଡକୁ ପୁଣି ଏକ ଗୋଲ ଦେଇଥିଲା ବେଲଜିୟମ । ଦଳ ପକ୍ଷରୁ ଫ୍ଲୋରେଣ୍ଟ ଭାନ ଆବେଲ ଗୋଳଦେଇ ଦଳୀୟ ସ୍କୋରକୁ ୨-୦ରେ ପହଞ୍ଚାଇ ଥିଲେ । ପରେ ମ୍ୟାଚର ୨୪ମିନିଟରେ ବେଲଜିୟମକୁ ମିଳିଥିବା ଦ୍ୱିତୀୟ ପେନାଲଟି କର୍ଣ୍ଣରକୁ ଗୋଲ ଦେବାରେ ବିଫଳ ହୋଇଥିଲା । ମ୍ୟାଚର ୨୮ମିନିଟରେ ନିୟୁଜିଲାଣ୍ଡକୁ ମିଳିଥିବା ପ୍ରଥମ ପେନାଲଟି କର୍ଣ୍ଣରକୁ ଗୋଲ ଦେବାକୁ ବିଫଳ ହୋଇଥିଲା । ଫଳରେ ଦ୍ୱିତୀୟ କ୍ୱାଟର ଶେଷ ସୁଦ୍ଧା ବେଲଜିୟମ ୨-୦ଗୋଲରେ ଆଗୁଆ ରହିଥିଲା ।
ତୃତୀୟ କ୍ୱାଟର ଗୋଲ ଶୂନ ଥିବାବେଳେ ଚତୁର୍ଥ କ୍ୱାଟର ଆରମ୍ଭରୁ ନ୍ୟୁଜିଲାଣ୍ଡକୁ ମିଳିଥିଲା ପୁଣି ଏକ ପେନାଲଟି କର୍ଣ୍ଣର। ଯାହାକୁ ନ୍ୟୁଜିଲାଣ୍ଡ ଖେଳାଳି ଗୋଲ ଦେବାରେ ବିଫଳ ହୋଇଥିଲେ । ପରେ ଉଭୟ ଟିମ ଗୋଲ ଦେବାକୁ ଆପ୍ରାଣ ଉଦ୍ୟମ କରିଥିଲେ । ଖେଳ ଶେଷବେଳକୁ ବେଲଜିୟମ ୨-୦ଗୋଲରେ ନିୟୁଜିଲାଣ୍ଡକୁ ପରାସ୍ତ କରି ଦ୍ୱିତୀୟ ଟିମ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ।
ସୂଚନାଯୋଗ୍ୟ ମଙ୍ଗଳବାର ଖେଳିଯାଇଥିବା ପ୍ରଥମ କ୍ୱାଟର ଫାଇନାଲରେ ସ୍ପେନକୁ ପରାସ୍ତ କରି ପ୍ରଥମ ଦଳ ଭାବେ ବିଶ୍ୱକପ ସେମି ଫାଇନାଲରେ ସ୍ଥାନ ପକ୍କା କରିଥିଲା ଅଷ୍ଟ୍ରେଲିଆ । କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ ଥିଲା ବେଶ୍ ସଙ୍ଘର୍ଷପୂର୍ଣ୍ଣ । ଶେଷରେ ସ୍ପେନକୁ ୪-୩ଗୋଲରେ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ ।
ଅଧିକ ଖବର ପଢ଼ନ୍ତୁ -
http://ଖୁସି ଖବର; ପୋଲିସ ଚାକିରି ପାଇଁ ବୟସ କୋହଳ ଏବଂ ଆବେଦନ ତାରିଖ ବୃଦ୍ଧିPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।